ଆଜି ବି ବର୍ଷିବ, ୧୫ ଜିଲ୍ଲାରେ ବଜ୍ରପାତ ଆଶଙ୍କା
Khabar Odisha:lightening-alert-to-15-districts
ଭୁବନେଶ୍ୱର, ଅକ୍ଟୋବର ୧୨(ଖବର ଓଡ଼ିଶା):

ବାତ୍ୟାର ପ୍ରକୋପ କମିଯାଇଥିବାବେଳେ ପ୍ରଭାବ କିନ୍ତୁ କମି ନାହିଁ । ଆଜିବି ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର । ମଧ୍ୟାହ୍ନ ସମୟ ବେଳକୁ ଗଭୀର ଅବପାତରୁ ଅବପାତକୁ ପରିଣତ ହେବ । ତେବେ ୧୧.୪୫ ପର୍ଯ୍ୟନ୍ତ ସତର୍କ ରହିବାକୁ ୧୫ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । 

ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, ମୟୁରଭଂଜ, କେନ୍ଦୁଝର, ସମ୍ବଲପୁର, ଅନୁଗୁଳ, କନ୍ଧମାଳ, ସୁନ୍ଦରଗଡ, ଓ ସୁନ୍ଦରଗଡ ଜିଲ୍ଲାବାସୀଙ୍କୁ ସତର୍କ ସୂଚନା ଜାରି ହୋଇଛି । ପ୍ରବଳ ବର୍ଷା ସାଂଗକୁ ବଜ୍ରପାତ ଓ ପ୍ରବଳରୁ ଅତି ପ୍ରବଳ ପବନ ବୋହିବାର ସମ୍ଭାବନା ରହିଛି । ଏହା ସହିତ ସମୁଦ୍ର ଅଶାନ୍ତ ରହୁଥିବାରୁ ଆସନ୍ତା ୩୬ ଘଣ୍ଟା ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । 

Subscribe

National International State Sports Entertainment