ପାକ୍ ରାଜନୈତିକ ଦଳ ମଧ୍ୟ ମାନିଲେ କାଶ୍ମୀର ଭାରତର, ନିର୍ବାଚନୀ ଘୋଷଣା ପତ୍ରରୁ ଏହି ପ୍ରସଙ୍ଗକୁ ଦେଲେ ବାଦ୍
Khabar Odisha:kashmir-not-a-big-issue-in-pak-election
ଇସଲାମାବାଦ,ଜୁଲାଇ୧୦(ଖବର ଓଡ଼ିଶା):

ଭାରତ ହେଉ କି ପାକିସ୍ତାନ, ସୀମାର ଉଭୟ ପାର୍ଶ୍ଵରେ ମତଦାତାଙ୍କ ଧ୍ରୁବିକରଣ ଦୃଷ୍ଟିରୁ କାଶ୍ମୀର ଏମିତି ଏକ ପ୍ରସଙ୍ଗ ରହିଛି ଯାହାକୁ ନେଇ ସବୁ ରାଜନୈତିକ ଦଳ ଫାଇଦା ଉଠାଇବାକୁ ଚେଷ୍ଟା କରିଥାନ୍ତି। ତେଣୁ ଦୁଇ ଦେଶର ସବୁ ରାଜନୈତିକ ଦଳ ଘୋଷଣା ପତ୍ରରେ କାଶ୍ମୀର ପ୍ରସଙ୍ଗକୁ ସର୍ବଦା ପ୍ରାଥମିକତା ଦେଇ ଆସିଛନ୍ତି। ଏମିତିରେ ଏକ ଆଚମ୍ଵିତ କରିବା ଭଳି ଖବର ପଡୋଶୀ ଦେଶ ପାକିସ୍ତାନରୁ ଆସିଛି। ଯେଉଁଠି ବଡ଼ ବଡ଼ ରାଜନୈତିକ ଦଳର ଘୋଷଣା ପତ୍ରରେ କାଶ୍ମୀର ପ୍ରସଙ୍ଗ ପ୍ରାୟତଃ ଗାଏବ ଥିବା ଦେଖିବାକୁ ମିଳିଛି। 

ପାକିସ୍ତାନରେ ଜୁଲାଇ ୨୫ରେ ହେବାକୁ ଥିବା ସାଧାରଣ ନିର୍ବାଚନକୁ ନେଇ ଦେଶରେ ରାଜନୈତିକ ପାଣିପାଗ ଉଷ୍ମ ରହିଛି। ଅନ୍ୟ ପଟେ ମତଦାତାଙ୍କୁ ପ୍ରଲୋଭିତ କରିବା ପାଇଁ ସମସ୍ତ ରାଜନୈତିକ ଦଳ ନିଜ ନିଜର ଘୋଷଣା ପତ୍ର ଜାରି କରିଛନ୍ତି। 

ପାକିସ୍ତାନୀ ମିଡିଆ ରିପୋର୍ଟ୍ସ ମୁତାବକ ଯଦି ପାକିସ୍ତାନର ବଡ଼ ଦଳ- ପାକିସ୍ତାନ ମୁସଲିମ ଲିଗ୍(ନଓ୍ଵାଜ) ଅର୍ଥାତ ପିଏମଏଲ-ଏନ, ପାକିସ୍ତାନ ତହରିକ-ଇନସାଫ(ପିଟିଆଇ) ଏବଂ ପାକିସ୍ତାନ ପିପୁଲ୍ସ ପାର୍ଟି(ପିପିପି)ର ନିର୍ବାଚନୀ ଘୋଷଣା ପତ୍ରରେ ନଜର ପକାଇଲେ ଏଥିରେ କାଶ୍ମୀର ଉଲ୍ଲେଖ ନାମମାତ୍ର ହୋଇଛି। 

କାଶ୍ମୀରକୁ ନେଇ ଆକ୍ରାମକ ଆଭିମୁଖ୍ୟ ରଖୁଥିବା ପାକିସ୍ତାନ ସେନା ଦ୍ଵାରା ପରୋକ୍ଷ ରୂପେ ସମର୍ଥିତ ପୂର୍ବତନ କ୍ରିକେଟର ଇମରାନ ଖାନଙ୍କ ପାର୍ଟି ପିଟିଆଇ ସୋମବାର ଜାରି କରିଥିବା ୫୮ ପୃଷ୍ଠା ସମ୍ବଳିତ ଘୋଷଣା ପତ୍ରରେ କାଶ୍ମୀର ଉଲ୍ଲେଖ ମାତ୍ର ଦୁଇ ଥର ହୋଇଛି। ଚାରୋଟି ପ୍ରମୁଖ ବିଦେଶୀ ପ୍ରସଙ୍ଗ ମଧ୍ୟରେ କାଶ୍ମୀର ପ୍ରସଙ୍ଗ ତୃତୀୟରେ ରହିଛି। 

ଅନ୍ୟ ପଟେ ପାକିସ୍ତାନର ସବୁଠୁ ବଡ଼ ପାର୍ଟି ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫଙ୍କ ପିଏମଏଲ-ଏନର ଘୋଷଣା ପତ୍ରରେ କାଶ୍ମୀର ପ୍ରସଙ୍ଗକୁ ନବମ ସ୍ଥାନରେ ରଖିଛି। ଅନ୍ୟ ପଟେ ତତ୍କାଳୀନ ପ୍ରଧାନମନ୍ତ୍ରୀ ବେନଜିର ଭୁଟ୍ଟୋଙ୍କ ପିପିପିର ଘୋଷଣାପତ୍ରରେ ଭାରତ ସହିତ ସମ୍ବନ୍ଧକୁ ମଜବୁତ କରିବା ଏବଂ ଆଲୋଚନା ଜାରି ରଖିବା ଉପରେ ଜୋର ଦିଆଯାଇଛି। ୬୨ ପୃଷ୍ଠା ବିଶିଷ୍ଟ ଘୋଷଣା ପତ୍ରରେ କାଶ୍ମୀର ପ୍ରସଙ୍ଗ ୫୯ ତମ ପୃଷ୍ଠାରେ  ରହିଛି। 

ପାକିସ୍ତାନର ଏହି ତିନୋଟି ବଡ଼ ପାର୍ଟିର ଘୋଷଣା ପତ୍ରର ଅଧ୍ୟୟନରୁ ଏହା ଜଣା ପଡ଼ିଛି ଯେ ତିନୋଟି ରାଜନୈତିକ ଦଳ ଭାରତ ସହିତ ଭଲ ସଂପର୍କ ଚାହାନ୍ତି। କାଶ୍ମୀର ପ୍ରସଙ୍ଗକୁ ବାଦ୍ ଦେଇ ଭାରତ ସହିତ ଉତ୍ତମ ବ୍ୟାବସାୟିକ ସଂପର୍କ ଚାହାନ୍ତି। ମୋଟ୍ ଉପରେ କହିବାକୁ ଗଲେ ପାକିସ୍ତାନ କିଛି ମାତ୍ରାରେ କାଶ୍ମୀର ରାଗ ଆଳାପ ଛାଡିଛି। ମାତ୍ର ଏବେଠୁ ଏହା କହିବା ଠିକ୍ ନୁହେଁ ଯେ ପାକିସ୍ତାନ କାଶ୍ମୀର ପ୍ରସଙ୍ଗ  ଛାଡ଼ି ଦେଇଛି। 

ମାତ୍ର ଚଳିତ ମାସର ଶେଷ ଆଡକୁ ହେବାକୁ ଥିବା ସାଧାରଣ ନିର୍ବାଚନରେ ବଡ଼ ରାଜନୈତିକ ଦଳର ଘୋଷଣା ପତ୍ରରେ କାଶ୍ମୀର ପ୍ରସଙ୍ଗ ପ୍ରାୟତଃ ଗାଏବ ରହିବା ଏହି ଦିଗକୁ ଇସାରା କରୁଛି ଯେ କାଶ୍ମୀର ନାମରେ ଏବେ ପାକିସ୍ତାନରେ ଭୋଟ୍ ମିଳୁନାହିଁ। 

  • Tags:

Subscribe

National International State Sports Entertainment