ଏଚଡିଏଫସିର ବଡ ସୁବିଧା; ଫେସବୁକ ମେସେଞ୍ଜରରେ କରନ୍ତୁ ମ୍ୟୁଚୁଆଲ ଫଣ୍ଡରେ ନିବେଶ
Khabar Odisha:invest-mutual-fund-facebook-messenger-hdfc-securities
ନୂଆଦିଲ୍ଲୀ,ଜୁଲାଇ୧୨(ଖବର ଓଡ଼ିଶା):

 ମ୍ୟୁଚୁଆଲ ଫଣ୍ଡରେ ନିବେଶ କରିବା ଆଜିକା ସମୟରେ ସବୁଠୁ ବଡ ସୁବିଧା । କିଛି ବର୍ଷ ପୂର୍ବରୁ ମ୍ୟୁଚୁଆଲ ଫଣ୍ଡରେ ନିବେଶ ମାତ୍ରା ବଢି ଚାଲିଛି । ବ୍ରୋକରେଜ କମ୍ପାନୀ ଗୁଡିକ ମଧ୍ୟ ଏହି ସୁବିଧାର ଫାଇଦା ଉଠାଇବା ପାଇଁ ପଛରେ ରହିନାହାନ୍ତି। ଆଜି ପର୍ୟ୍ୟନ୍ତ ଆପଣମାନେ ମ୍ୟୁଚୁଆଲ ଫଣ୍ଡରେ ନିବେଶ ପାଇଁ ୱେବସାଇଟ କିମ୍ବା ଅଫଲାଇନ ମାଧ୍ୟମରେ କରୁଥିବେ କିନ୍ତୁ ଏବେ ଆପଣ ଫେସବୁକ ମେସେଞ୍ଜର ଜରିଆରେ ମ୍ୟୁଚୁଆଲ ଫଣ୍ଡର ନିବେଶ କରିପାରିବେ । ଏଚଡିଏଫସି ସିକ୍ୟୁରିଟିଜ ଏକ ନୂଆ ସୁବିଧା ଆରମ୍ଭ କରିଛି । ଏହା ସହ ଏଚଡିଏଫସି ଏସିୟା ପ୍ରଶାନ୍ତ କ୍ଷେତ୍ରରେ ପ୍ରଥମ ବ୍ରୋକରେଜ ଫର୍ମ ହୋଇସାରିଛି ।

କେମିତି କରିବେ ନିବେଶ ;

ଫେସବୁକ ମେସେଞ୍ଜରରେ ନିବେଶ କରିବା ପାଇଁ ଆପଣଙ୍କୁ ଆପରେ ଷୟଲମଗ୍ଦରମ.ଇକ୍ସଚ୍ଚବ ଖୋଜିବାକୁ ପଡିବ । ଯେମିତି ଏହା ଆପଣଙ୍କୁ ମିଳିଯିବ ତେବେ ଆପଣ ଆଗକୁ ବଢିପାରିବେ । ଏହା ପରେ ଆପଣଙ୍କୁ ଲଗଇନ କରିବା ପାଇଁ କୁହାଯିବ । ଲଗଇନ କରିବା ପରେ ଆପଣ ଟ୍ରେଣ୍ଡିଗ ଆକାଉଣ୍ଟ ଖୋଲିପାରିବେ । ଏହା ବ୍ୟତୀତ ଆପଣ ମ୍ୟୁଚୁଆଲ ଫଣ୍ଡ ସହ ଜଡିତ ଅନ୍ୟ ଜିନିଷ ମଧ୍ୟ କରିପାରିବେ । ଫଳରେ ଆପଣ ସବୁ ମାସରେ ମ୍ୟୁଚୁଆଲ ଫଣ୍ଡର କିସ୍ତି ପଠେଇପାରିବେ ଏବଂ ଏକା ଥରକେ ପୁରା ଆମାଉଣ୍ଟ ନିବେଶ କରିବା ପାଇଁ ନିର୍ଦ୍ଦେଶ ଦେଇପାରିବେ । ପୋର୍ଟଫୋଲିଓ ହୋଲ୍ଡିଙ୍ଗ ବ୍ୟୁର ସୁବିଧା ମଧ୍ୟ ଆପଣଙ୍କୁ ମିଳିବ । ଯଦି ଆପଣ ସେୟାର ବଜାରରେ ନିବେଶକୁ ନେଇ କିଛି ପ୍ରଶ୍ନ ପଚାରିବାକୁ ଚାହୁଁଛନ୍ତି ତାହେଲେ ଫର୍ମର ଭର୍ଚୁଆଲ ଆସିଷ୍ଟା ଆପଣଙ୍କର ପ୍ରଶ୍ନର ଉତ୍ତର ଦେବ । ଏଥିପାଇଁ ଆପଣଙ୍କୁ ଲଗଇନ କରିବା ଦରକାର ମଧ୍ୟ ପଡି ନଥାଏ ।

  • Tags:

Subscribe

National International State Sports Entertainment