Internet shutdown : ପୂରା ଦୁନିଆ ନୁହେଁ, କେବଳ ଏତିକି ଲୋକ ହେବେ ପ୍ରଭାବିତ
Khabar Odisha:internet-shutdown-only-1-per-cent-users-are-expected-to-be-affected-as-per-icann-data
ନୂଆଦିଲ୍ଲୀ ଅକ୍ଟୋବର୧୨(ଖବର ଓଡ଼ିଶା):

  ସାରା ଦୁନିଆରେ ୪୮ ଘଣ୍ଟା ମଧ୍ୟରେ ଇଣ୍ଟରନେଟ୍ ବନ୍ଦ ହୋଇଯିବ ବୋଲି ଶୁକ୍ରବାର ସକାଳେ  ଖବର ପ୍ରଚାରିତ ହୋଇଥିଲା।  ଏହି କାରଣରୁ ସାରା ଦୁନିଆରେ ଇଣ୍ଟରନେଟ୍ ସେବା ଠପ୍ ହୋଇ ଯିବ ବୋଲି କୁହାଯାଉଥିଲା। ଏହି ସମୟରେ ଲୋକେ ଇଣ୍ଟରନେଟ୍ ବ୍ୟବହାର କରି ପାରିବେ ନାହିଁ ବୋଲି ଖବର ପ୍ରକାଶିତ ହୋଇଥିଲା। ରୁଷିଆ ଟୁଡେର ରିପୋର୍ଟ ମୁତାବକ ଇଣ୍ଟରନେଟ୍ କର୍ପୋରେସନ ଅଫ ଏସାଇଣ୍ଡ ନେମ୍ସ ଆଣ୍ଡ  ନମ୍ବର୍ସ କ୍ରିପ୍ଟୋଗ୍ରାଫିକକୁ ବଦଳାଇ କିଛି ମେଣ୍ଟନାନ୍ସ ଉପରେ କାର୍ଯ୍ୟ କରୁଛି। ଏହି କାରଣରୁ ମୁଖ୍ୟ ଡୋମେନ ସର୍ଭର୍ସ ଓ ଏଥିରେ ଜଡ଼ିତ ନେଟଓ୍ଵର୍କ ଇନଫ୍ରାଷ୍ଟ୍ରକଚର କିଛି ସମୟ ପାଇଁ ଡାଉନ ରହିବ।

ଏବେ ଆପଣ ଚିନ୍ତା କରୁଥିବେ ଯେ ଯେବେ ଇଣ୍ଟରନେଟ୍ ଡାଉନ ହେବ ତେବେ ଆପଣଙ୍କ ହ୍ଵାଟ୍ସଆପ, ଫେସବୁକ, ଗୁଗୁଲ ଆପ ଓ ଅନେକ ଜରୁରୀ ଅନଲାଇନ କାମ ବାଧାପ୍ରାପ୍ତ ହେବ।  ତେଣୁ ଏମିତି ଭାବି ଚିନ୍ତିତ ହେବାର କୌଣସି ଆବଶ୍ୟକତା ନାହିଁ। କାରଣ ଏହାର ପ୍ରଭାବ କେବଳ ସାରା ଦୁନିଆର ମାତ୍ର ଏକ ପ୍ରତିଶତ ଲୋକଙ୍କ ଉପରେ ପଡ଼ିବ।  ଅର୍ଥାତ ପ୍ରାୟ ୯୯ ପ୍ରତିଶତ ଲୋକ ଏଥିରେ ପ୍ରଭାବିତ ହେବେ ନାହିଁ।

ରିପୋର୍ଟ ଅନୁଯାୟୀ ଯଦି ୟୁଜର୍ସ ନେଟଓ୍ଵର୍କ ଅପରେଟର କିମ୍ବା ଇଣ୍ଟରନେଟ୍ ସର୍ଭିସ ପ୍ରୋଭାଇଡର୍ସ(ISPs) ବଦଳାଇବାକୁ ପ୍ରସ୍ତୁତ ନାହାନ୍ତି ତେବେ  କିଛି ଇଣ୍ଟରନେଟ୍ ୟୁଜର୍ସ ଏଥିରେ ପ୍ରଭାବିତ ହୋଇ ପାରନ୍ତି। ମାତ୍ର ଉଚିତ୍ ସିଷ୍ଟମ ସିକ୍ୟୁରିଟି ଏକ୍ସଟେନସନ୍ସକୁ ଏନେବୁଲ କରି ଏହାର ପ୍ରଭାବକୁ ଏଡ଼ାଇ ଦିଆଯାଇ ପାରିବ। 

ଉଲ୍ଲେଖଯୋଗ୍ୟ ଏହି ରିପୋର୍ଟ ଆସିବା ପରେ ଇଣ୍ଟରନେଟ୍ ବନ୍ଦ ହେବାର ଖବର ଦ୍ରୁତ ଗତିରେ ପ୍ରଚାରିତ ହୋଇଥିଲା। ଏହା ପରେ ଆଇସିଏଏନଏନ ଏହା ଉପରେ ସ୍ପଷ୍ଟୀକରଣ ଦେଇ କହିଥିଲା ଯେ ଅଧିକାଂଶ ଲୋକଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ। 

Subscribe

National International State Sports Entertainment