ଭାରତ ପାଇଁ ଲକି ହାଇଦ୍ରାବାଦ ଷ୍ଟାଡିୟମରେ ଥିବା ଗଣେଶ ମନ୍ଦିର, କେବେ ହାରି ନାହିଁ ଟିମ୍ ଇଣ୍ଡିଆ
Khabar Odisha:inside-the-stadium-temple-that-changed-indian-team-s-fortune
ହାଇଦ୍ରାବାଦ, ଅକ୍ଟୋବର୧୨(ଖବର ଓଡ଼ିଶା):

  କ୍ରିକେଟରେ ଭାଗ୍ୟର ବହୁତ ମହତ୍ଵ ଥାଏ। ଭାଗ୍ୟ କେମିତି ନିଜ ପ୍ରତି ସଦେୟ ରହିବ ସେଥିପାଇଁ  ଭଗବାନଙ୍କ ଦ୍ଵାରଠୁ ଭଲ ଜାଗା ଆଉ କୌଣସି ଠି ନାହିଁ। କିଛି ଏମିତି ଉଦାହରଣ ହାଇଦ୍ରାବାଦ ଷ୍ଟାଡିୟମରେ ରହିଛି। ଏଠାରେ ଏବେ ଭାରତ ଓ ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଦ୍ଵିତୀୟ ଟେଷ୍ଟ ମ୍ୟାଚ୍ ଚାଲିଛି। ମାତ୍ର ଷ୍ଟାଡିୟମ ପରିସରରେ ନିର୍ମିତ ଏକ ମନ୍ଦିର ବର୍ତ୍ତମାନ ସମୟରେ ଚର୍ଚ୍ଚାରେ ରହିଛି। କୁହାଯାଉଛି ଯେବେଠୁ ଏହି ମନ୍ଦିର ଷ୍ଟାଡିୟମ ପରିସରରେ ନିର୍ମାଣ ହୋଇଛି ଏଠାରେ ଟିମ୍ ଇଣ୍ଡିଆ କେବେ ବି ମ୍ୟାଚ୍ ହାରି ନାହିଁ। ଏଠାରେ ଆୟୋଜିତ ଗତ ୩ଟି ଟେଷ୍ଟରେ ଭାରତ ବଡ଼ ବ୍ୟବଧାନରେ ମ୍ୟାଚ୍ ଜିତିଛି।

ମନ୍ଦିରର ପୂଜାରୀ  ହନୁମନ୍ତ ଶର୍ମା କହିଛନ୍ତି ଯେ, ଏହି ମନ୍ଦିର ନିର୍ମାଣ ୨୦୧୧ରେ ହୋଇଛି। ଭାରତୀୟ ଦଳ ଓ ଆଇପିଏଲର ତତ୍କାଳୀନ ଫ୍ରାଞ୍ଚାଇଜି ଡେକାନ ଚାର୍ଜର୍ସ ସେହି ସମୟରେ ଏହି ପଡିଆରେ ମ୍ୟାଚ୍  ଜିତି ପାରୁନଥିଲେ।  ଏହି ପଡିଆ ଘରୋଇ ଦଳ ପାଇଁ ଅଶୁଭ ସାବ୍ୟସ୍ତ ହେଉଥିଲା। ତେଣୁ ଯାଞ୍ଚ ସମୟରେ ଜଣା ପଡିଲା  ଯେ ଏଠାରେ କିଛି ବାସ୍ତୁ ଦୋଷ ରହିଛି। ଏହା ପରେ ଷ୍ଟାଡିୟମ ପରିସରରେ ଭଗବାନ ଗଣେଶଙ୍କ ମନ୍ଦିର ନିର୍ମାଣ କରାଯାଇଥିଲା। କାରଣ ଭଗବାନ ଗଣେଶ ହେଉଛନ୍ତି ବାସ୍ତୁଶାସ୍ତ୍ରର ଦେବତା। 

ଶର୍ମା ଦୃଢୋକ୍ତି ପ୍ରକାଶ କରି କହିଛନ୍ତି ଯେ, ୨୦୧୧ ପରଠୁ ଭାରତୀୟ ଦଳ ଏହି  ପଡ଼ିଆରେ ମ୍ୟାଚ୍ ହାରି ନାହିଁ। ସୂଚନା ମୁତାବକ ଭାରତ ଏହି ପଡିଆରେ ୨୦୦୫ରେ ପ୍ରଥମ ମ୍ୟାଚ୍ ଖେଳିଥିଲା। ଦକ୍ଷିଣ ଆଫ୍ରିକା ବିପକ୍ଷରେ ହୋଇଥିବା ଏହି ମ୍ୟାଚରେ ଭାରତ ୫ ଓ୍ଵିକେଟରେ ପରାଜିତ ହୋଇଥିଲା। ଏହା ପରେ ଭାରତୀୟ ଦଳ ୨୦୦୭ ଓ ୨୦୦୯ରେ ଅଷ୍ଟ୍ରେଲିଆଠୁ  ପରାଜିତ ହୋଇଥିଲା। ୨୦୧୧ରେ ଭାରତ ଇଂଲଣ୍ଡ ଓ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା। 

୨୦୧୦ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ଏଠାରେ ଖେଳିଥିବା ଟେଷ୍ଟ ମ୍ୟାଚ୍ ଡ୍ର ରହିଥିଲା। ଏହା ପରଠୁ ଯେତେ ଟେଷ୍ଟ ମ୍ୟାଚ୍ ଖେଳାଯାଇଛି ସେଥିରେ ଭାରତ ବଡ଼ ବ୍ୟବଧାନରେ ବିଜୟୀ ହୋଇଛି। ଏହି ମନ୍ଦିରରେ ଦର୍ଶନ ପାଇଁ ମହେନ୍ଦ୍ର ସିଂହ ଧୋନୀ ମଧ୍ୟ ଆସିଥାନ୍ତି।  

Subscribe

National International State Sports Entertainment