ଟଙ୍କାକୁ ବଞ୍ଚାଇବା ପାଇଁ ସରକାର ବଢାଇଲେ ଆମଦାନୀ ଶୁଳ୍କ, ଏସବୁ ସାମଗ୍ରୀ ହେବ ମହଙ୍ଗା
Khabar Odisha:indias-move-to-save-the-rupee-will-make-these-things-costlier
ନୂଆଦିଲ୍ଲୀ, ଅକ୍ଟୋବର୧୨(ଖବର ଓଡ଼ିଶା):

ସେପ୍ଟେମ୍ବରରେ ୧୯ ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ବୃଦ୍ଧି କରିବା ପରେ ଏବେ ସରକାର ଅନେକ ଟେଲିକମ ଉପକରଣ ଉପରେ ଶୁଳ୍କ ବୃଦ୍ଧି କରିଛନ୍ତି। ବିତ୍ତୀୟ ନିଅଣ୍ଟକୁ କମ କରିବା ପାଇଁ ପୁଣି ଥରେ କେନ୍ଦ୍ର ସରକାର ଆମଦାନୀ ଶୁଳ୍କ ବୃଦ୍ଧି କରିଛନ୍ତି। ଏହି ଆମଦାନୀ ଶୁଳ୍କ ବୃଦ୍ଧି ହେବାରୁ ସ୍ଥାନୀୟ ନିର୍ମାତାଙ୍କୁ ଫାଇଦା ହେବ। ଏହି ପଦକ୍ଷେପରେ ଟଙ୍କାର ମୂଲ୍ୟ  ହ୍ରାସକୁ ନିୟନ୍ତ୍ରିତ କରାଯାଇ ପାରିବ।  ଏଥିରେ ସରକାରଙ୍କ ରାଜସ୍ଵ ପ୍ରାୟ ୪,୦୦୦ କୋଟି ବୃଦ୍ଧି ପାଇବ। ଆମଦାନୀ ଶୁଳ୍କ ବୃଦ୍ଧି କରିବାର ମୁଖ୍ୟ କାରଣ ହ୍ରାସ ପାଉଥିବା ଟଙ୍କାର ମୂଲ୍ୟକୁ ମଜବୁତ କରିବା। ଆସନ୍ତୁ ଜାଣିବା ଆମଦାନୀ ଶୁଳ୍କ ବୃଦ୍ଧି ହେବାରୁ କେଉଁ କେଉଁ ସାମଗ୍ରୀ ମହଙ୍ଗା ହେବ। 

୧ ମୋବାଇଲ ଫୋନ

ବେସ ଷ୍ଟେସନ, ଅପଟିକାଲ ଟ୍ରାନ୍ସପୋର୍ଟ ଉପକରଣ, ସ୍ଵିଚ୍ ଓ ଆଇପି ରେଡିଓ ପରି ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ବୃଦ୍ଧି ଘଟି ୧୦ ପ୍ରତିଶତରୁ ୨୦ ପ୍ରତିଶତ କରାଯାଇଛି।  ମଦରବୋର୍ଡ ଉପରେ ମଧ୍ୟ ଆମଦାନୀ ଶୁଳ୍କ ବୃଦ୍ଧି ଘଟିବ। ଏହା ଦ୍ଵାରା ବଜାରରେ ମୋବାଇଲ ଫୋନ ମହଙ୍ଗା ହେବ। 

୨ ଏସି ଓ ରେଫ୍ରିଜେରେଟର

ଏହି ଦୁଇ ଉପକରଣ ଉପରେ ଆମଦାନୀ ଶୁଳ୍କ ୧୦ ପ୍ରତିଶତରୁ ବୃଦ୍ଧି କରାଯାଇ ୨୦ ପ୍ରତିଶତ କରି ଦିଆଯାଇଛି। କିନ୍ତୁ ଗ୍ରୀଷ୍ମ ଋତୁ ସରି ଯାଇଥିବାରୁ ଶୀତତାପ ନିୟନ୍ତ୍ରଣ ଯନ୍ତ୍ର(ଏସି)ର ମୂଲ୍ୟରେ ଅଧିକ ପରିବର୍ତ୍ତନ ହେବ ନାହିଁ।

୩ ଓ୍ଵାସିଂମେସିନ

୧୦ କିଲୋରୁ କମ କ୍ଷମତା ବିଶିଷ୍ଟ ଓ୍ଵାସିଂମେସିନ ଉପରୁ ଆମଦାନୀ ଶୁଳ୍କ ୧୦ ପ୍ରତିଶତରୁ ବୃଦ୍ଧି କରାଯାଇ ୨୦ ପ୍ରତିଶତ କରାଯାଇଛି। ଏହି କାରଣରୁ ଓ୍ଵାସିଂମେସିନର ଦର ବୃଦ୍ଧି ଘଟିବ।

ମଧ୍ୟମ ବୃଦ୍ଧି

ବିମାନ

ବିମାନର  ଟରବାଇନ ତୈଳ ଉପରେ ସରକାର ୫ ପ୍ରତିଶତ ଆମଦାନୀ ଶୁଳ୍କ ବୃଦ୍ଧି କରିଛନ୍ତି। ଏହା ପରେ ବିମାନ ଟିକେଟ୍ ମଧ୍ୟ ମହଙ୍ଗା ହେବାକୁ ଯାଉଛି।  ମାତ୍ର ସରକାର ଜେଟ୍ ଫ୍ୟୁଏଲ ଉପରେ ଉତ୍ପାଦ ଶୁଳ୍କ କମ କରି ୧୪ ପ୍ରତିଶତରୁ ୧୧ ପ୍ରତିଶତ କରିଛନ୍ତି। ଏଥିରେ ଯାତ୍ରୀଙ୍କୁ କିଛି ଆଶ୍ଵସ୍ତି ମଧ୍ୟ  ମିଳିବ।

ଅଳଙ୍କାର 

ମୂଲ୍ୟବାନ ଧାତୁ  ଓ ଅଳଙ୍କାର ସାମଗ୍ରୀରେ ଶୁଳ୍କ ୧୫ ପ୍ରତିଶତରୁ ୨୦ ପ୍ରତିଶତ କରାଯାଇଛି।  ଏହି କାରଣରୁ ଅଳଙ୍କାର ମୂଲ୍ୟରେ ମଧ୍ୟ ବୃଦ୍ଧି ଦେଖିବାକୁ ମିଳିବ।

ସାନିଟାରୀ ସାମଗ୍ରୀ ଓ ପ୍ଲାଷ୍ଟିକର ମୂଲ୍ୟ ବୃଦ୍ଧି ଘଟିବ

ସିଙ୍କ, ଓ୍ଵାସି ବେସିନ ପରି ଉପକରଣ ଉପରେ ଆମଦାନୀ ଶୁଳ୍କ ମଧ୍ୟ ବୃଦ୍ଧି କରାଯାଇଛି। ଏହା ବ୍ୟତୀତ ପ୍ଲାଷ୍ଟିକ ବକ୍ସ, କେସ, କଣ୍ଟେନର, ବୋତଲ ଉପରେ ମଧ୍ୟ ଉତ୍ପାଦ ଶୁଳ୍କ ୧୦ରୁ ୧୫ ପ୍ରତିଶତ ବୃଦ୍ଧି କରାଯାଇଛି। ଏହି ପରି ଅଫିସ ଉପକରଣ,  ସୁଟକେସ, ବ୍ରିଫକେସ ଓ ଟ୍ରାଭେଲ ବ୍ୟାଗ ଉପରେ ମଧ୍ୟ ଶୁଳ୍କ ବୃଦ୍ଧି ଘଟିଛି। 

Subscribe

National International State Sports Entertainment