ରୁଷଠୁ ଏସ-୪୦୦, ଇରାନଠୁ ତେଲ, ଭାରତ ପାଇଁ ସହାୟକ ନୁହେଁ: ଆମେରିକା
Khabar Odisha:indias-decision-on-buying-oil-from-iran-defence-system-from-russia-not-helpful-us
ଓ୍ଵାଶିଂଟନ, ଅକ୍ଟୋବର୧୨(ଖବର ଓଡ଼ିଶା):

 ରୁଷ ସହ ପ୍ରତିରକ୍ଷା ରାଜିନାମା ଓ ଇରାନଠୁ ତୈଳ କିଣିବା ଉପରେ ଆମେରିକା  ଭାରତକୁ ନିଜର କଡ଼ା ଆଭିମୁଖ୍ୟ ଦେଖାଇଛି।  ଆମେରିକାର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ଭାରତ ନଭେମ୍ବର ୪ରୁ ଇରାନଠୁ ତେଲ କିଣିବା ଓ ରୁଷଠୁ ଏସ-୪୦୦ ଡିଫେନ୍ସ ସିଷ୍ଟମ କ୍ରୟ କରିବା ତା ପକ୍ଷେ ସହାୟକ ହେବ ନାହିଁ। ଆମେରିକା ଏବେ ସାବଧାନପୂର୍ବକ ଏହାର ସମୀକ୍ଷା କରୁଛି। 

ଆମେରିକା ଇରାନର ତୈଳ ରପ୍ତାନୀ ଉପରେ ସଂପୂର୍ଣ୍ଣ ରୋକ୍ ଲଗାଇବାକୁ ଚାହୁଁଛି। ଆମେରିକା ୨୦୧୫ରେ ଆରମ୍ଭ ହୋଇଥିବା ବହୁପକ୍ଷୀୟ ରାଜିନାମାରୁ ଓହରିବା ନିଷ୍ପତ୍ତି  ନେବା ସହିତ ଇରାନଠୁ ତୈଳ ଆମଦାନୀ ଉପରେ ରୋକ୍  ଲଗାଇଥିଲା। ଆମେରିକା ସମସ୍ତ ସହଯୋଗୀଙ୍କୁ ନଭେମ୍ବର ୪  ପର୍ଯ୍ୟନ୍ତ ଇରାନଠୁ ତୈଳ ଆମଦାନୀ ସଂପୂର୍ଣ୍ଣ ରୂପେ ବନ୍ଦ କରିବାକୁ କହିଥିଲା। ମାତ୍ର ଭାରତ ନଭେମ୍ବର ୪ ପରେ ମଧ୍ୟ ଇରାନଠୁ ତୈଳ ଆମଦାନୀ ଜାରି ରଖିବ।  ଯାହାକୁ ନେଇ ଆମେରିକା ପ୍ରତିକ୍ରିୟାଶୀଳ ହୋଇ ଏହା ଭାରତ ପାଇଁ କୌଣସି ପ୍ରକାର ସହାୟକ ହେବ ନାହିଁ ବୋଲି କହିଛି। 

ଆମେରିକା ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର  ହୀଦର ନୁଅର୍ଟ ଆମେରିକା ସହିତ ଅନ୍ୟ ଦେଶର ରହିଥିବା ନିଜର ନୀତିକୁ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ ଇରାନଠୁ ଭାରତ ତୈଳ ଆମଦାନୀ ବନ୍ଦ କରୁ। ଅନ୍ୟ ଦେଶ ମଧ୍ୟ ଆମେରିକାର କହିବା ମୁତାବକ ଇରାନଠୁ ତୈଳ ଆମଦାନୀ ବନ୍ଦ କରିଦେବା ଭଲ। ରାଷ୍ଟ୍ରପତି ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ ଆମେରିକା ଇରାନ ଉପରେ ସବୁ ପ୍ରକାର ପ୍ରତିବନ୍ଧକ ଲଗାଇବାକୁ  ନେଇ ପ୍ରତିବଦ୍ଧ ଅଟେ।

ଏଠାରେ କହି ରଖୁଛୁ ଯେ  ସୋମବାର ପେଟ୍ରୋଲିୟମ  ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ, ଦେଶର ଦୁଇ ରିଫାଇନାରୀ ନଭେମ୍ବର ମାସ ପାଇଁ ଇରାନଠୁ ତୈଳ ଆମଦାନୀ ଅର୍ଡର କରିସାରିଛନ୍ତି। ତେଣୁ ନିଜର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭାରତ ଇରାନଠୁ ତୈଳ ଆମଦାନୀ ଜାରି ରଖିବ। ଗତକାଲି ରାଷ୍ଟ୍ରପତି ଟ୍ରମ୍ପ ମଧ୍ୟ କଠୋର ଆଭିମୁଖ୍ୟ ପୋଷଣ କରି ଭାରତକୁ ଦେଖିନେବୁ ବୋଲି କହିଥିଲେ।  

Subscribe

National International State Sports Entertainment