ୟୁଏନରେ ବଢ଼ିଲା ଭାରତର ମାନ: ଜିତିଲା ମାନବାଧିକାର ପରିଷଦର ନିର୍ବାଚନ
Khabar Odisha:india-wins-election-to-un-human-rights-council
ନ୍ୟୁୟର୍କ, ଅକ୍ଟୋବର୧୨(ଖବର ଓଡ଼ିଶା):

ଭାରତ ମିଳିତ ଜାତିସଂଘର ମାନବାଧିକାର ପରିଷଦ(ୟୁଏନଏଚଆରସି)ର ନିର୍ବାଚନରେ ବିଜୟୀ ହୋଇଛି। ଏଥିରେ ଭାରତର କାର୍ଯ୍ୟକାଳ ତିନି ବର୍ଷ ରହିଛି, ଯାହା ୨୦୧୯ ଜାନୁଆରୀ ୧ରୁ ଆରମ୍ଭ ହେଉଛି।  ଏସିଆ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ବିଭାଗରେ  ଭାରତକୁ ୧୮୮ଟି ଭୋଟ୍ ମିଳିଛି। ୧୯୩ ସଦସ୍ୟ ବିଶିଷ୍ଟ ମିଳିତ ଜାତିସଂଘ ମହାସଭା ନୂତନ ସଦସ୍ୟଙ୍କ ପାଇଁ ନିର୍ବାଚନ କରିଥିଲା। ଗୁପ୍ତ ନିର୍ବାଚନ ଜରିଆରେ ୧୮ ନୂତନ ସଦସ୍ୟ ପୂର୍ଣ୍ଣ ବହୁମତ ସହିତ ବିଜୟୀ ହୋଇଛନ୍ତି। ଯେ କୌଣସି ଦେଶକୁ ଏହି ନିର୍ବାଚନ ଜିତିବା ପାଇଁ ୯୭ଟି ଭୋଟ୍ ଆବଶ୍ୟକ ପଡିଥାଏ। 

ଏହି ବିଜୟ ସହିତ ଭାରତ ଏସିଆ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ନିଜର ସିଟ୍ ସୁନିଶ୍ଚିତ କରିଛି। ଅନ୍ୟ ପଟେ ଏହି ବର୍ଗରେ ଭାରତ ବ୍ୟତୀତ ବାହାରିନ, ବାଂଲାଦେଶ, ଫିଜି ଓ ଫିଲିପାଇନ୍ସ ମଧ୍ୟ ନିର୍ବାଚନ ଲଢିଥିଲେ। ଭୋଟିଂରେ ଏହି ପାଞ୍ଚଟି ଦେଶ ମଧ୍ୟରୁ ଭାରତକୁ ସର୍ବାଧିକ ୧୮୮ଟି ଭୋଟ୍ ମିଳିଛି। 

Subscribe

National International State Sports Entertainment