ପ୍ରଥମେ ଆମେରିକା ସହ ଆଲୋଚନା, ତା ପରେ ସ୍ଥିର ହେବ ଇରାନଠୁ ତୈଳ ଆମଦାନୀ ହେବ କି ନାହିଁ
Khabar Odisha:india-will-discuss-with-us-before-import-oil-from-iran
ନୂଆଦିଲ୍ଲୀ, ଅକ୍ଟୋବର୧୨(ଖବର ଓଡ଼ିଶା):

ଇରାନଠୁ ତୈଳ ଆମଦାନୀ ହେବ କି ନାହିଁ, ଭାରତ ଏହାର ନିଷ୍ପତ୍ତି ଆମେରିକା ସହ ଆଲୋଚନା ପରେ ଯାଇ ନେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଜି ଏହି ନିଷ୍ପତ୍ତି ନିଆଯାଇଛି। ପେଟ୍ରୋଲ-ଡିଜେଲର ଦର ବୃଦ୍ଧି ଏବଂ ଇରାନଠୁ ତୈଳ ଆମଦାନୀ ଉପରେ ଆମେରିକାର ପ୍ରତିବନ୍ଧକ ତାରିଖ ନିକଟତର ହେବା ମଧ୍ୟରେ ପିଏମ ତୈଳ କ୍ଷେତ୍ରକୁ ନେଇ ସମୀକ୍ଷା ବୈଠକ କରିଛନ୍ତି। ପେଟ୍ରୋଲିୟମ, ଆର୍ଥିକ ଓ ବୈଦେଶିକ ମନ୍ତ୍ରଣାଳୟ ମଧ୍ୟ ଏହି ବୈଠକରେ ସାମିଲ ହୋଇଥିଲେ। ସୂତ୍ର ମୁତାବକ ପିଏମ ମୋଦୀ ଗୋଟିଏ ପଟେ ଦେଶରେ ତେଲ ଓ ଗ୍ୟାସ ଉତ୍ପାଦନ ବୃଦ୍ଧି ଉପରେ ଜୋର ଦେଇଥିବା ବେଳେ ଅନ୍ୟ ପଟେ ତୈଳ କମ୍ପାନୀ ଉପରେ ଆର୍ଥିକ ବୋଝ ନଦେବା ଉପରେ ମଧ୍ୟ ଆଲୋଚନା କରିଛନ୍ତି।

ଏହା ସହିତ ପିଏମ ମୋଦୀ ଆଲୋଚନା କରିଛନ୍ତି ଯେ ପ୍ରତିବନ୍ଧକ ତାରିଖ ପରେ ମଧ୍ୟ କେମିତି ଇରାନଠୁ ତୈଳ ଆମଦାନୀ ଜାରି ରଖାଯାଇ ପାରିବ। ସୂତ୍ର ମୁତାବକ ସମୀକ୍ଷା ବୈଠକରେ ସହମତି ପ୍ରକାଶ ପାଇଛି ଯେ ଏହି ବିଷୟରେ ଆମେରିକା ସହିତ ଆଲୋଚନା ପରେ କୌଣସି ନିଷ୍ପତ୍ତି ନିଆଯିବ। ଇରାନ ସହିତ ତୈଳ ଆମଦାନୀ ଜାରି ରଖିବାକୁ ଚେଷ୍ଟା ଜାରି ରହିବ ବୋଲି କୁହାଯାଇଛି।

ଆମେରିକାର ସମୀକ୍ଷା

ଆମେରିକା ବୈଦେଶିକ ମନ୍ତ୍ରଣାଳୟ  କହିଛି  ଯେ ଭାରତ ଇରାନଠୁ ନଭେମ୍ବର ୪ ପରେ ତୈଳ ଆମଦାନୀ ଜାରି ରଖିବା ଓ ରୁଷଠୁ ଏସ-୪୦୦ ଡିଫେନ୍ସ ସିଷ୍ଟମ କ୍ରୟ କରିବାର ନିଷ୍ପତ୍ତିକୁ  ଆମେରିକା ବହୁତ ସାବଧାନପୂର୍ବକ ସମୀକ୍ଷା କରୁଛି। ମନ୍ତ୍ରଣାଳୟ ଏହା ମଧ୍ୟ କହିଛି ଯେ ଏହି ନିଷ୍ପତ୍ତି ଭାରତ ପାଇଁ ଅନୁକୂଳ ହେବ ନାହିଁ। 

ଏଠାରେ କହି ରଖୁଛୁ ଯେ ଆମେରିକା ଇରାନର ତୈଳ ରପ୍ତାନୀ ଉପରେ ସଂପୂର୍ଣ୍ଣ ରୋକ୍ ଲଗାଇବାକୁ ଚାହୁଁଛି। ଆମେରିକା ୨୦୧୫ରେ ଆରମ୍ଭ ହୋଇଥିବା ବହୁପକ୍ଷୀୟ ରାଜିନାମାରୁ ଓହରିବା ନିଷ୍ପତ୍ତି ନେବା ସହିତ ଇରାନ ସହ ତୈଳ ଆମଦାନୀ ଉପରେ ରୋକ୍ ଲଗାଇଥିଲା।  ଆମେରିକା ନିଜର ସମସ୍ତ ସହଯୋଗୀ ରାଷ୍ଟ୍ରଙ୍କୁ ନଭେମ୍ବର ୪ ସୁଦ୍ଧା ଇରାନଠୁ ତୈଳ ଆମଦାନୀ ସଂପୂର୍ଣ୍ଣ ଭାବେ ବନ୍ଦ କରିବାକୁ କହିଥିଲା। 

Subscribe

National International State Sports Entertainment