ଲର୍ଡ୍ସ ଟେଷ୍ଟ: ଟସ୍ ଜିତି ଇଂଲଣ୍ଡର ବୋଲିଂ ନିଷ୍ପତ୍ତି, ଦୁଇ ସ୍ପିନରକୁ ନେଇ ପଡିଆକୁ ଓହ୍ଲାଇଲେ ବିରାଟ
Khabar Odisha:india-vs-england-2nd-test-day-2-live-streaming-lords-london
ଲଣ୍ଡନ, ଅଗଷ୍ଟ୧୦(ଖବର ଓଡ଼ିଶା):

ଭାରତ ଓ ଇଂଲଣ୍ଡ ମଧ୍ୟରେ ସିରିଜର ଦ୍ଵିତୀୟ ଟେଷ୍ଟ ମ୍ୟାଚ୍ ଐତିହାସିକ ଲର୍ଡ୍ସ ମୈଦାନରେ ଖେଳାଯାଉଛି।  ବିରାଟ କୋହଲିଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ଏହି ମ୍ୟାଚ୍ ଜିତି ସିରିଜକୁ ପ୍ରତ୍ୟାବର୍ତ୍ତନ କରିବାକୁ ଚାହିଁବ।  ପ୍ରଥମ ଦିନର ଖେଳ ବର୍ଷାରେ ଧୋଇ ହୋଇ ଯାଇଥିବା ବେଳେ ଦ୍ଵିତୀୟ ଦିନରେ ଟସ୍ ପଡିଛି। ଟସ୍ ଜିତି ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇବ। ଭାରତୀୟ ଦଳରେ ଦୁଇଟି ପରିବର୍ତ୍ତନ ହୋଇଛି।  ଶିଖର ଧାଓ୍ଵନ ଓ ଉମେଶ ଯାଦବଙ୍କ ଜାଗାରେ ଚେତେଶ୍ଵର ପୂଜାରା ଓ କୁଲଦୀପ ଯାଦବଙ୍କୁ ସାମିଲ କରାଯାଇଛି। 

ବର୍ମିଂହାମରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ଜିତି ଇଂଲଣ୍ଡ ସିରିଜରେ ୧-୦ରେ ଅଗ୍ରଣୀ ରହିଛି। ଅନ୍ୟ ପଟେ ଘରୋଇ ଦଳ ଏହି ମ୍ୟାଚ୍ ଜିତି  ସିରିଜରେ ଅଗ୍ରଣୀ ରହିବାକୁ ଚାହିଁବ। ମାତ୍ର ଲର୍ଡ୍ସ ଟେଷ୍ଟର ପ୍ରଥମ ଦିନର ଖେଳ ବର୍ଷାରେ ଧୋଇ ହୋଇ ଯାଇଥିଲା। ବଲ ତ ଦୂରର କଥା ଟସ୍ ମଧ୍ୟ ପଡି ପାରିନଥିଲା। 

ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ବର୍ଷା ହେବାରୁ ଦୁଇ ଦଳକୁ ନିଜର ରଣନୀତି ପରିବର୍ତ୍ତନ କରିବାକୁ ପଡ଼ିଛି। ବ୍ୟାଟିଂ କ୍ରମରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଶିଖରଙ୍କ ଜାଗାରେ ଚେତେଶ୍ଵର ପୂଜାରାଙ୍କୁ ଦଳରେ ସାମିଲ କରାଯାଇଛି। ପରିବେଶକୁ ଦେଖି ଭାରତ ଏବେ ଦୁଇ ସ୍ପିନରକୁ ନେଇ ପଡିଆକୁ ଓହ୍ଲାଇବ। ଅଶ୍ଵିନିଙ୍କ ସହିତ କୁଲଦୀପ ଯାଦବ  ସ୍ପିନ ବିଭାଗ ସମ୍ଭାଳିବେ। 

ଧାଓ୍ଵନଙ୍କ ଜାଗାରେ ଚେତେଶ୍ଵର ପୂଜାରା

ଅନୁଭବି ଚେତେଶ୍ଵର ପୂଜାରା ପ୍ରଥମ ଟେଷ୍ଟରେ ବାହାରେ  ବସିଥିଲେ। ମଙ୍ଗଳବାର ଧାଓ୍ଵନ ନେଟ୍ ପ୍ରାକ୍ଟିସ ମଧ୍ୟ କରିଥିଲେନାହାନ୍ତି। ପୂଜାରା, କୋହଲି ଓ କେଏଲ ରାହୁଲ ମଙ୍ଗଳବାର ନେଟ୍ ପ୍ରାକ୍ଟିସ କରିଥିଲେ। ଚେତେଶ୍ଵର ପୂଜାରା ଦଳରେ ସାମିଲ ହେବା ପରେ ମୁରଲୀ ବିଜୟଙ୍କ ସହିତ କେଏଲ ରାହୁଲ ଓପନିଂ କରି ପାରନ୍ତି। 

ଲର୍ଡ୍ସରେ ଏ ପର୍ୟ୍ୟନ୍ତ ଭାରତର ପ୍ରଦର୍ଶନ

କ୍ରିକେଟର ମକ୍କା କୁହାଯାଉଥିବା ଲର୍ଡ୍ସରେ ଭାରତ ଏ ପର୍ୟ୍ୟନ୍ତ ୧୭ଟି ମ୍ୟାଚ୍ ଖେଳିଛି। ଏଥିରୁ ଦଳ କେବଳ ୨ଟି ମ୍ୟାଚରେ ବିଜୟୀ ହୋଇଛି। ଇଂଲଣ୍ଡ ଏଠାରେ ଭାରତ ବିପକ୍ଷରେ ୧୧ଟି ମ୍ୟାଚ୍ ଜିତିଛି ଏବଂ ବାକି ୪ ମ୍ୟାଚ୍ ଡ୍ର ରହିଛି। ଭାରତ ଏହି ଐତିହାସିକ ପଡିଆରେ ପ୍ରଥମ ଥର ୧୯୮୬ରେ ଇଂଲଣ୍ଡକୁ ୫ ଓ୍ଵିକେଟରେ ହରାଇଥିଲା। ୨୦୧୪ରେ ଏହି ଗ୍ରାଉଣ୍ଡରେ ଭରାତ ଘରୋଇ ଦଳକୁ ୯୬ ରନରେ ପରାସ୍ତ କରିଥିଲା। 

ଭାରତ ଓ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ମ୍ୟାଚର ରେକର୍ଡ

ଭାରତ ଓ ଇଂଲଣ୍ଡ ମଧ୍ୟରେ ଏ ପର୍ୟ୍ୟନ୍ତ ୧୧୮ଟି ଟେଷ୍ଟ ମ୍ୟାଚ୍ ଖେଳାଯାଇଛି। ଏଥିରୁ ଭାରତ ୨୫ଟି  ଟେଷ୍ଟ ମ୍ୟାଚ୍ ଜିତିଥିବା ବେଳେ ୪୪ଟିରେ ପରାଜିତ ହୋଇଛି। ୪୯ଟି ଟେଷ୍ଟ ମ୍ୟାଚ୍ ଡ୍ର ରହିଛି। ଇଂଲଣ୍ଡ ମାଟିରେ  ଏ ପର୍ୟ୍ୟନ୍ତ ଦୁଇ ଦେଶ ମଧ୍ୟରେ ୫୮ଟି ଟେଷ୍ଟ ଖେଳାଯାଇଛି।  ଏଥିରୁ ଭାରତ ମାତ୍ର ୬ଟି ଜିତିଥିବା ବେଳେ ଇଂଲଣ୍ଡ ୩୧ଟି ଟେଷ୍ଟରେ ବାଜି ମାରିଛି। ୨୧ଟି ଟେଷ୍ଟ ଡ୍ର ରହିଛି। 

ଭାରତ 

ମୁରଲୀ ବିଜୟ, କେଏଲ ରାହୁଲ, ଚେତେଶ୍ଵର ପୂଜାରା, ବିରାଟ କୋହଲି(ଅଧିନାୟକ),  ଆଜିଙ୍କ୍ୟ ରାହାଣେ, ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ଆର. ଅଶ୍ଵିନି, କୁଲଦୀପ ଯାଦବ, ଇଶାନ୍ତ ଶର୍ମା, ମହମ୍ମଦ ସାମି। 

ଇଂଲଣ୍ଡ

ଆଲିଷ୍ଟର କୁକ୍, କିଟୋନ  ଜେନିଙ୍ଗ୍ସ, ଜୋ ରୁଟ(ଅଧିନାୟକ), ଓଲିଭର ପୋପ୍, ଜନି ବେୟାରଷ୍ଟୋ(ଓ୍ଵିକେଟ୍ କିପର), ଜୋସ ବଟଲର, କ୍ରିସ ଓ୍ଵକ୍ସ, ସାମ କୁରନ,  ଆଦିଲ ରସିଦ,  ଜେମ୍ସ ଆଣ୍ଡରସନ, ଷ୍ଟୁଆର୍ଟ ବ୍ରଡ। 

  • Tags:

Subscribe

National International State Sports Entertainment