ଅର୍ଥ ବିଭାଗ ଠାରୁ ୩.୬ଲକ୍ଷ କୋଟି ଟଙ୍କା ମାଗି ନଥିଲେ ସରକାର: ଅର୍ଥ ବିଭାଗ ସଚ୍ଚିବ
Khabar Odisha:government-does-not-ask-for-rs-3-6-lakh-crore-from-rbi-economic-department-secretary
ନୂଆଦିଲ୍ଲୀ, ନଭେମ୍ବର ୦୯ (ଖବର ଓଡିଶା) :

ଅର୍ଥ ବିଭାଗ ଠାରୁ ସରକାର ଟଙ୍କା ମାଗିବା କଥାକୁ ନେଇ ଆଜି ଅର୍ଥ ବିଭାଗ ସଚ୍ଚିବ ସୁଭାଷ ଚନ୍ଦ୍ର ଗର୍ଗ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି କି ଗଣମାଧ୍ୟମ ନିକଟକୁ ମିଥ୍ୟା ଖବର ପହଂଚିଛି । ସରକାରୀ ରାଜକୋଷ ହିସାବକିତାବ ଠିକ୍ ଭାବରେ ଚାଲିଛି । ଆରବିଆଇ ଠାରୁ ୩.୬ର ଏକ ଲକ୍ଷ କୋଟି ଟଙ୍କା ସରକାର ମାଗିବା ପ୍ରସ୍ତାବ ସମ୍ପୂର୍ଣ୍ଣ ମିଥ୍ୟା । 

ଗର୍ଗ କହିଛନ୍ତି କି, ଆରବିଆଇର ଅର୍ଥିକ ପୁଞ୍ଜି ବ୍ୟବସ୍ଥା ସ୍ଥିର କରିବା ପାଇଁ ଚର୍ଚ୍ଚା ହେଉଛି । ସେ ଆସ୍ୱସ୍ତୀ କରିଛନ୍ତି କି, ସରକାର ଚାଲୁ ବାଣିଜ୍ୟ ବର୍ଷରେ ରାଜକୋଷୀୟ ଘାଟାରେ ଘରୋଇ ଉତ୍ପାଦରେ ୩.୩ ପ୍ରତିଶତ ସୀମିତ ରଖିବାକୁ ବଜେଟ୍ ପ୍ରସ୍ତୁତିର ଲକ୍ଷ୍ୟ ରଖିଛନ୍ତି । ତେବେ ସରକାରୀ ହିସାବ କିତାବ ଠିକ୍ ଭାବରେ ଚାଲିଛି । 

ସେ ପୁଣି କହିଛନ୍ତି କି, ୨୦୧୩-୧୪ରେ ସରକାରଙ୍କ ରାଜକୋଷୀୟ ଘାଟା ଜିଡିପୀର ୫.୧ପ୍ରତିଶତ ବରାବର ଥିଲା । ଏହା ପରେ ସରକାର ଏଥିରେ କମ୍ କରି ଆସୁଛନ୍ତି । ସେ ୨୦୧୮-୧୯ ବାଣିଜ୍ୟ ବର୍ଷର ଶେଷ ସୁଦ୍ଧା ରାଜକୋଷୀୟ ଗାଟାକୁ ୩.୩ ପର୍ଯ୍ୟନ୍ତ ସୀମିତ ରଖିବା ପାଇଁ ନିଷ୍ପତି ନେଇଛନ୍ତି । ସେ ରଜକୋଷୀୟ ଲକ୍ଷ୍ୟକୁ ନେଇ ଅଟକଳକୁ ଖାରଜ କରି କହିଛନ୍ତି କି, ସରକାର ବଜେଟରେ ଏହି ବର୍ଷ ବଜାରରୁ ଋଣ ଆଣିବା ପାଇଁ ଯେଉଁ ଅନୁମାନ ରଖିଥିଲେ ସେଥିରୁ ୭୦୦୦୦କୋଟି ନିଜେ କମ୍ କରି ଦେଇଛନ୍ତି । 

Subscribe

National International State Sports Entertainment