ମୁମ୍ବାଇ-ଅହମ୍ମଦାବାଦ ପରେ ଏହି ୬ଟି ସହରକୁ ବୁଲେଟ୍ ଟ୍ରେନରେ ଯୋଡ଼ିବା ପ୍ରସ୍ତୁତି ଆରମ୍ଭ
Khabar Odisha:government-conducting-bullet-trains-feasibility-studies-for-connecting-these-6-cities
ନୂଆଦିଲ୍ଲୀ, ଅଗଷ୍ଟ୧୦(ଖବର ଓଡ଼ିଶା):

ମୁମ୍ବାଇ-ଅହମ୍ମଦାବାଦ ମଧ୍ୟରେ ବୁଲେଟ୍ ଟ୍ରେନ ଚାଲିବାକୁ ଏବେ ଆଉ କିଛି ବର୍ଷ ଲାଗିପାରେ, ମାତ୍ର ସରକାର ଏହା ମଧ୍ୟରେ ଆଉ କିଛି ସହରକୁ ବୁଲେଟ୍ ନେଟଓ୍ଵର୍କରେ ଯୋଡିବାର ଯୋଜନା ଉପରେ କାମ କରିବା ଆରମ୍ଭ କରି ଦେଇଛନ୍ତି। ଲୋକସଭାରେ ସୂଚନା ଦେଇ ସରକାର କହିଛନ୍ତି ଯେ ୬ଟି ରୁଟରେ ବୁଲେଟ୍ ଟ୍ରେନ ପ୍ରଚଳନ ପାଇଁ ସ୍ଥିତ କରାଯାଇଛି ଏବଂ ଏହା ଉପରେ ଫିଜିବିଲିଟ୍ ରିପୋର୍ଟ ପ୍ରସ୍ତୁତ କରାଯାଉଛି। ଲୋକସଭାରେ ପ୍ରଶ୍ନର ଉତ୍ତର ରଖି ସରକାର କହିଛନ୍ତି ଯେ ଦେଶର ପ୍ରମୁଖ ୪ ସହର ଦିଲ୍ଲୀ, ଚେନ୍ନାଇ, ମୁମ୍ବାଇ ଓ କୋଲକାତାକୁ ହୀରା ଚତୁର୍ଭୁଜ ନେଟଓ୍ଵର୍କ ଜରିଆରେ ସଂଯୋଗ କରାଯିବ। 

ଏହା ବ୍ୟତୀତ ନାଗପୁର ଓ ବେଙ୍ଗାଲୁରୁକୁ ମଧ୍ୟ ଏହି ନେଟଓ୍ଵର୍କରେ ସାମିଲ କରାଯିବ।  ସରକାରଙ୍କ ପକ୍ଷରୁ ଦିଲ୍ଲୀ-ମୁମ୍ବାଇ, ଦିଲ୍ଲୀ-କୋଲକାତା(ଲକ୍ଷ୍ନୌ ଦେଇ), ମୁମ୍ବାଇ-ଚେନ୍ନାଇ, ଦିଲ୍ଲୀ-ଚେନ୍ନାଇ(ନାଗପୁର ଦେଇ), ମୁମ୍ବାଇ-କୋଲକାତା(ନାଗପୁର ଦେଇ) ଓ ଚେନ୍ନାଇ-ବେଙ୍ଗାଲୁରୁ, ମହୀଶୂର ରୁଟ୍ ଉପରେ  ଫିଜିବିଲିଟି ସର୍ଭେ କରାଯାଉଛି। ସରକାର ଏହି ରୁଟ୍ ଉପରେ ବୁଲେଟ୍ ଟ୍ରେନର ଚଳାଚଳ ପାଇଁ ଫ୍ରାନ୍ସ, ସ୍ପେନ, ଚୀନ, ଜାପାନ ଓ ଜର୍ମାନୀର ସହାୟତା ନେଉଛି। 

ଏହି ୬ଟି ରୁଟ୍ ମୁମ୍ବାଇ-ଅହମ୍ମଦାବାଦ ପ୍ରୋଜେକ୍ଟଠୁ ଭିନ୍ନ ରହିବ। ସରକାରଙ୍କ କହିବା କଥା ମୁମ୍ବାଇ-ଅହମ୍ମଦାବାଦ ରୁଟରେ ବୁଲେଟ୍ ଟ୍ରେନ ୨୦୨୨ ବେଳକୁ ଚଳାଚଳ କରିବ।  ଏହି ପ୍ରୋଜେକ୍ଟରେ ଭାରତ ଜାପାନର ସହାୟତା ନେଇଛି।  ବର୍ତ୍ତମାନ ମୁମ୍ବାଇ ଓ ଅହମ୍ମଦାବାଦ ମଧ୍ୟରେ ଯାତ୍ରା ପାଇଁ ୭ ଘଣ୍ଟାର ସମୟ ଲାଗୁଛି। ମାତ୍ର ବୁଲେଟ୍ ଟ୍ରେନରେ ଏହି ଯାତ୍ରା ୨ ଘଣ୍ଟାରେ ପୂରା ହେବ। ଅର୍ଥାତ ଲୋକଙ୍କର ୫ ଘଣ୍ଟାର ସମୟ ବଞ୍ଚିଯିବ। 

ଜାପାନଠୁ ମିଳୁଛି ୮୮,୦୦୦ କୋଟି ଟଙ୍କାର ଋଣ

ଏହି ପ୍ରୋଜେକ୍ଟ ପାଇଁ ଜାପାନ ଇଣ୍ଟରନ୍ୟାସନାଲ କୋ-ଅପରେସନ ଏଜେନ୍ସି ଭାରତକୁ  ୮୮,୦୦୦ କୋଟି ଟଙ୍କାର ଋଣ ଯୋଗାଇ ଦେଉଛି।  ଏହି ଋଣର ଅବଧି ୫୦ ବର୍ଷ ପର୍ୟ୍ୟନ୍ତ ରହିବ ଏବଂ ଏହା ଉପରେ ଭାରତକୁ ୦.୧ ପ୍ରତିଶତ ସୁଧ ଦେବାକୁ ପଡ଼ିବ। ଜାପାନ ଏହି ଋଣ ପାଇଁ ୧୫ ବର୍ଷର ସମୟ ଦେଇଛି। ଏହା ପରେ ଭାରତକୁ ଧିରେ ଧିରେ ଏହି ଋଣକୁ ପରିଶୋଧ କରିବାକୁ ପଡ଼ିବ। ଅନୁମାନ ମୁତାବକ ମୁମ୍ବାଇ-ଅହମ୍ମଦାବାଦ ବୁଲେଟ୍ ପ୍ରୋଜେକ୍ଟରେ ୧୭ ଅରବ ଡଲାରର ଅର୍ଥ ରାଶି ଖର୍ଚ୍ଚ ହେବ। 

  • Tags:

Subscribe

National International State Sports Entertainment