ଘର ଭଡା ଦେଇଥିବା ବେଳ, ତଳେ ଶୋଇବାକୁ ପଡୁଥିଲା : ସୁନ୍ଦର ପିଚାଇ
Khabar Odisha:google-ceo-sundar-pichai-says-he-slept-on-living-room-floor
ନୂଆଦିଲ୍ଲୀ, ନଭେମ୍ବର ୯, (ଖବର ଓଡିଶା)

ଗୁଗଲର ସିଇଓ ସୁନ୍ଦର ପିଚାଇ ଏକ ସାକ୍ଷାତକାରରେ କହିଛନ୍ତି କି, ଆଗ ଅପେକ୍ଷା ଟେକ୍ନଲୋଜି କେତେ କ୍ଷୀପ୍ରଗତିରେ ଆଗକୁ ବଢୁଛି କିନ୍ତୁ, ତାଙ୍କ ବର୍ତମାନ ମଧ୍ୟ ତାଙ୍କ ପୁଅ ପାଖରେ ଫୋନ ନାହିଁ । ଏହା ସହିତ ନିଜ ପିଲା ଦିନ କିପରି କଟିଥିଲା ଏ ବିଷୟରେ କହିଥିଲେ । ଏହି ସାକ୍ଷାତକାରରେ  ସେ କହିଥିଲେ କି, ତାଙ୍କ ଜୀବନ ବହୁତ ସାଧାରଣ ଥିଲା । ସେ ଛୋଟ ବେଳୁ ଚେନ୍ନାଇରେ ବଢିଥିଲେ । ବର୍ତମାନର ଦୁନିଆ ତୁଳନାରେ ସେ ବହୁତ ଭଲ ଥିଲା । ସେ ଏକ ମାମୁଲି ଘରେ ରହୁଥିଲେ, ଯାହା ଭଡା ମଧ୍ୟ ଲାଗିଥିଲା । ସେମାନେ ଘରର ଚଟାଣରେ ଶୋଉଥିଲେ । ତାଙ୍କ ପାଖରେ ପିଇବା ପାଣିର ମଧ୍ୟ ସମସ୍ୟା ଥିଲା । ସେ କହିଛନ୍ତି କି, ସେ ଏବେ ମଧ୍ୟ ଶୋଇବା ବେଳେ ନିଜ ବେଡ ପାଖରେ ପାଣି ବୋତଲ ରଖି ଶୁଅନ୍ତି । ତାଙ୍କ ଘରେ ଫ୍ରିଜ ନଥିଲା ଅନ୍ୟମାନଙ୍କ ଘରେ ଫ୍ରିଜ ଥିଲା । ପରେ ଯେତବେଳେ ତାଙ୍କ ଘରକୁ ଫ୍ରିଜ ଆସିଲା, ଏହା ତାଙ୍କ ପାଇଁ ସବୁଠାରୁ ବଡ କଥା ଥିଲା । ସେ କହିଛନ୍ତି କି, ଛୋଟ ବେଳେ ତାଙ୍କୁ ଯେବେ ବି ସମୟ ମିଳେ ସେ କେବଳ ପାଠ ପଢିଥାନ୍ତି । 

ସୁନ୍ଦର ପିଚାଇ ୟୁନିଭରସିଟି ପେନସିଲଭାନିଆ ୱଷ୍ଟର୍ଣ୍ଣ ସ୍କୁଲର ଏମବିଏ କରିଛନ୍ତି । ସେ ୨୦୦୪ରେ ସର୍ଚ୍ଚ ଇଞ୍ଜନ ଗୁଗୁଲରେ ଯୋଗ ଦେଇଥିଲେ ଓ ସେତବେଳେ ସେ ଗୁଗୁଲ କ୍ରୋମ ବ୍ରାଉଜର ଡେଭଲଫ ଟିମର ସଦସ୍ୟ ଥିଲେ । ୧୦ ବର୍ଷ ପରେ ତାଙ୍କ ପ୍ରଡକ୍ଟ ଇନଚାର୍ଜ କରାଯାଇଥିଲା । ୨୦୧୫ରେ ତାଙ୍କୁ ଗୁଗୁଲର ସିଇଓ ପଦବି ଦିଆଯାଇଥିଲା ।  

Subscribe

National International State Sports Entertainment