ଟ୍ରେନ ଟଏଲେଟରେ ଯୁବତୀଙ୍କୁ ଦୁର୍ଷ୍କମ,କାଗଜରେ ଲେଖି ଜଣାଇଲେ ଘଟଣା
Khabar Odisha:girl-raped-in-train-toilet-in-chaibasa-jharkhand
ନୂଆଦିଲ୍ଲୀ, ଅକ୍ଟୋବର ୧୨, (ଖବର ଓଡିଶା)

ଝାଡଖଣ୍ଡରେ ଚାୟବାସାରେ ଏକ ହୃଦୟ ବିଦାରକ ଘଟଣା ସାମନାକୁ ଆସିଛି । ଏଠାରେ ଚକ୍ରଧରପୁର ରେଳ ମଣ୍ଡଳଠାରେ ସୁରକ୍ଷାକର୍ମୀଙ୍କ ଝିଅକୁ ଚଳାନ୍ତା ଟ୍ରେନର ଟଏଲେଟରେ ଦୁର୍ଷ୍କମ କରାଯାଇଛି । ଯୁବତୀଙ୍କୁ ବେହୋସ ଅବସ୍ଥାରେ ଚକ୍ରଧରପୁର ରେଳବାଇ ହସ୍ପିଟାଲରେ ଭର୍ତି କରାଯାଇଛି ଓ ଏହାର ଚିକିତ୍ସା କରାଯାଉଛି । 

ସୂଚନାଯୋଗ୍ୟ କି, ଏହି ମାମଲାରେ ଚକ୍ରଧରପୁର ଜିଆରପି ପୋଲିସ ୩୬ ଘଂଟା ପରେ ମାମଲା ରୁଜୁ କରିଛି । ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢେ ୫ଟା ବେଳେ ଚକ୍ରଧରପୁର ପହଂଚିଥିବା ଟାଟାନଗର-ଚକ୍ରଧରପୁର ପାସେଞ୍ଜରରୁ ଏକ ଯୁବତୀକୁ ବେହୋସ ଅବସ୍ଥାରେ ଉଦ୍ଧାର କରି ରେଳବାଇ ହସ୍ପିଟାଲରେ ଭର୍ତି କରାଯାଇଥିଲା । 

ଉକ୍ତ ଯୁବତୀଙ୍କ ହୋସ ଆସିବା ପରେ ମଧ୍ୟ ସେ କିଛି କହି ପାରି ନଥିଲେ । ଏକ କାଗଜରେ ଟ୍ରେନରେ ଦୁର୍ଷ୍କମ ହୋଇଥିବାର ସୂଚନା ଦେଇଥିଲେ । ସେଥିରେ ସେ ଲେଖିଥିଲେ କି ଟ୍ରେନରେ ଜଣେ ଅସାମାଜିକ ବ୍ୟକ୍ତି ତାଙ୍କ ସହିତ ଦୁର୍ଷ୍କମ କରିଥିଲା । ଡାକ୍ତରମାନେ ଏକ ଟିମା ଗଠନ କରି ପୀଡିତାଙ୍କୁ ୪୫ ଘଂଟା ପରେ  ଚିକିତ୍ସା କରିଥିଲେ । 

Subscribe

National International State Sports Entertainment