ସରକାରଙ୍କୁ ବଦନାମ କରିବା ପାଇଁ ପୁରସ୍କାର ଫେରସ୍ତ ଅଭିଯାନ ହୋଇଥିଲା- ପ୍ରାକ୍ତନ ସାହିତ୍ୟ ଆକାଡେମୀ ଅଧ୍ୟକ୍ଷ
Khabar Odisha:former-sahitya-akademi-president-vishwanath-said-award-wapsi-movement-was-politically-motiveted
ନୂଆଦିଲ୍ଲୀ, ଅଗଷ୍ଟ ୧୦(ଖବର ଓଡିଶା ):

ସାହିତ୍ୟ ଆକାଡେମୀର ପ୍ରାକ୍ତନ ଅଧ୍ୟକ୍ଷ ବିଶ୍ୱନାଥ ପ୍ରସାଦ ତିୱାରୀ ୨୦୧୫ରେ ବିଭିନ୍ନ ଲେଖକ, କବି ଏବଂ ସାହିତ୍ୟିକଙ୍କ ଦ୍ୱାରା ପୁରସ୍କାର ଫେରାଇ ଦିଆଯାଉଥିବାକୁ ନେଇ ଏକ ବଡ ଖୁଲାସା କରିଛନ୍ତି । ରାଜନୈତିକ ଉଦ୍ଦେଶ୍ୟ ରଖି ୫୦ରୁ ଅଧିକ ଲେଖକ ପୁରସ୍କାର ଫେରାଇ ଦେଇଥିବା ସେ କହିଛନ୍ତି । 

ବିଶ୍ୱନାଥ କହିଛନ୍ତି କି ତାଙ୍କ ପାଖରେ ଏ ସମସ୍ତ ଘଟଣାର ପ୍ରମାଣ ରହିଛି  । ଏହାକୁ ଏକ ଯୋଜନା ଭାବେ ପ୍ରସ୍ତୁତ କରାଯାଇଥିଲା । ଏହାକୁ କେବଳ ସରକାରଙ୍କୁ ବଦନାମ କରିବା ପାଇଁ ତଥା ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଘୃଣା ସୃଷ୍ଟି କରିବା ପାଇଁ  ଲକ୍ଷ୍ୟ ରଖାଯାଇଥିଲା । 

ବିଶ୍ୱନାଥ ଏକ ଲେଖା ମାଧ୍ୟମରେ ଏହି ଘଟଣାର ଖୁଲାସା କରିଛନ୍ତି ।୨୦୧୫ରେ ଦେଶର ୫୦ରୁ ଅଧିକ ଲେଖକ ଅସହିଷ୍ଣୁତା ବାହାନା କରି ପାଇଥିବା ପୁରସ୍କାର ସରକାରଙ୍କୁ ଫେରସ୍ତ କରୁଥିଲେ । ତେବେ ଏହି ଘଟଣା ପଛରେ କବି ଅଶୋକ ବାଜପାୟୀଙ୍କ ହାତ ଥିଲା ବୋଲି ସେ କହିଛନ୍ତି । ଏହା ବିହାର ବିଧାନସଭା ନିର୍ବାଚନରେ ବିଜେପିକୁ ବଦନାମ ସହ ପରାସ୍ତ କରିବା ପାଇଁ ଥିଲା ବୋଲି ସେ କହିଛନ୍ତି  । 

ବିଶ୍ୱନାଥ ପୁରସ୍କାର ଫେରସ୍ତ ଅଭିଯାନକୁ ନେଇ ଏକ ଲେଖା ଲେଖିଛନ୍ତି ।  ଯେଉଁଥିରେ ଅନେକ ଖୁଲାସା କରାଯାଇଛି । ଏହି ପୁରସ୍କାର ଫେରସ୍ତ ଅଭିଯାନରେ ଯେଉଁ ୫ଜଣ ଲେଖକଙ୍କ ହାତ ଅଛି ସେମାନଙ୍କ ବିରୋଧରେ ପ୍ରମାଣ ଥିବା ସେ କହିଛନ୍ତି । ସେମାନଙ୍କ ମଧ୍ୟରୁ କିଛି ମୋଦୀ ଶାସନକୁ ଆସିବା ପୂର୍ବରୁ ଏହି ପରି ପରିସ୍ଥିତିର ମାହୋଲ ସୃଷ୍ଟି କରିଥିଲେ । ଏପରି କି ୨୦୧୫ରେ ବିହାରରେ ବିଜେପି ହାରିବା ପରେ ସେମାନେ ଖୁସି ମନାଇଥିଲେ ।

  • Tags:

Subscribe

National International State Sports Entertainment