ଆଫଗାନିସ୍ତାନ ଶାନ୍ତି ବାର୍ତା: ପ୍ରଥମ ଥର ପାଇଁ ତାଲିବାନ ସହ ଅନୌପଚାରିକ ଅାଲୋଚନା କରିବ ଭାରତ
Khabar Odisha:for-the-first-time-india-will-be-talking-to-taliban-but-in-non-official-level
ନୂଆଦିଲ୍ଲୀ, ନଭେମ୍ବର ୦୯ (ଖବର ଓଡିଶା) :

 ଆଜି ଋଷରେ ଆଫଗାନିସ୍ତାନ ମାମଲାରେ ହେବାକୁ ଥିବା ବୈଠକରେ ଭାରତ ସାମିଲ ହେବ ବୋଲି ସୂଚନା ମିଳିଛି । ତେବେ ଭାରତର ଏହି ଉପସ୍ଥିତିକୁ ଅଧିକାରୀକ ସ୍ତରୀୟ କୁହାଯିବ ନାହିଁ । ଆଫଗାନିସ୍ତାନରେ ଶାନ୍ତି ସ୍ଥାପନା କରିବା ପାଇଁ ଋଷ ଏହି ବୈଠକର ଆୟୋଜନ କରିଛି । ଏଥିରେ ଭାରତ, ପାକିସ୍ତାନ, ଆମେରିକା, ଏବଂ ଚୀନ ସମେତ ଅନ୍ୟ କେତେକ ଦେଶକୁ ନିମନ୍ତ୍ରଣ ଦିଆଯାଇଛି । 

ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ରବୀଶ କୁମାର ଗଣମାଧ୍ୟମ ନିକଟରେ କହିଛନ୍ତି କି, ନଭେମ୍ବର ୯ରେ ଋଷ ବୈଠକ ଆୟୋଜନ କରିବା ସମ୍ପର୍କରେ ସେ ଜାଣିଛନ୍ତି । ଭାରତ ଆଧିକାରୀସ୍ତରୀୟ ଏହି ବୈଠକରେ ସାମିଲ ହେବ ନାହିଁ । ତେବେ ଅମର ସିହ୍ନା ଏବଂ ସେବାନିବୃତ ରାଜନାୟିକ ଟିସୀଏ ରାଘବନ ଏହାର ପ୍ରତିନିଧୀତ୍ୱ କରିବେ ବୋଲି ସୂଚନା ମିଳିଛି । 

ସୂଚନାନୁଯାୟୀ, ଅମର ସିହ୍ନା ଆଫଗାନିସ୍ତାନରେ ଭାରତର ରାଜଦୂତ ରହି ସାରିଛନ୍ତି । କିନ୍ତୁ ରାଘବନ ପାକିସ୍ତାନରେ ଭାରତର ଉଚ୍ଚାଯୁକ୍ତ ଥିଲେ । ଭାରତର ଏହି ନିଷ୍ପତିକୁ ପ୍ରଥମିକତା ଦିଆଯାଇଛି । କାରଣ ଗତ ମାସରେ ଋଷର ରାଷ୍ଟ୍ରପତି ବ୍ଲାଦୀମିର ପୁତୀନ ଭାରତ ଗସ୍ତ କରିଥିଲେ ଏବଂ ଦ୍ୱୀପାକ୍ଷିକ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ବୈଠକ କରିଥିଲେ । ସେହି ସମୟରେ ରବୀଶ କୁମାର କହିଛନ୍ତି କି, ଭାରତ ଆଫଗାନିସ୍ତାନରେ ଶାନ୍ତି ସ୍ଥାପନ କରିବା ପାଇଁ ସମସ୍ତ ପ୍ରୟାସରେ ସାଥ ଦେବ । ଏହା ଦ୍ୱାରା ଦେଶର ସ୍ଥିରତା, ସୁରକ୍ଷା ଏବଂ ସମୃଦ୍ଧି ହେବ ।  

ଋଷର ଜଣେ ନ୍ୟୁଜ୍ ଏଜେନ୍ସିଙ୍କ ମୁତାବକ, ଏହି ବାର୍ତାଳାପରେ ସାମିଲ ହେବା ପାଇଁ ଇରାନ, କଜାଖସ୍ତାନ, କିର୍ଗିସ୍ତାନ, ତାଜିକିସ୍ତାନ, ତୁର୍କମେନୀସ୍ତାନ ଏବଂ ଉଜ୍ୱେକିସ୍ତାନକୁ ନିମନ୍ତ୍ରଣ ଦିଆ ଯାଇଛି । 

Subscribe

National International State Sports Entertainment