ତିତଲି ପ୍ରଭାବ: ବିଭିନ୍ନ ନଦୀ ଜଳସ୍ତର ବୃଦ୍ଧି, ବନ୍ୟା ଆଶଙ୍କା
Khabar Odisha:flood-situation-in-odisha-after-titli
ଭୁବନେଶ୍ୱର, ଅକ୍ଟୋବର ୧୨(ଖବର ଓଡିଶା) :

ଟଳିଛି ବାତ୍ୟା ଆଶଙ୍କା । କିନ୍ତୁ ବିଭିନ୍ନ ନଦୀରେ ଦେଖାଦେଇଛି ବନ୍ୟା ପରିସ୍ଥିତି । ତିତିଲି ଓଡିଶା ଛାଡି ପଶ୍ଟିମବଙ୍ଗ ମୁହାଁ ହୋଇଥିବାବେଳେ ସାରା ରାଜ୍ୟରେ ଗତକାଲିଠାରୁ ବର୍ଷା ଲାଗି ରହିଛି । 

ଲଗାଣ ବର୍ଷା ଯୋଗୁଁ ଋଷିକୂଲ୍ୟା ନଦୀର ବିପଦ ସଂକେତ ୧୬.୮୩ ରହିଥିବାବେଳେ ଜଳସ୍ତର ୧୮.୪୮ ମିଟର ରହିଛି ।  ପୁରୁଷୋତମପୁର ତହସିଲ ଓ ତାରାତାରେଣୀ କଲେଜରେ ପାଣି ପଶି ଯାଇଛି ।ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଜଳବନ୍ଦୀ ଅବସ୍ଥାରେ ରହିଛି । ଏହାକୁ ଦେଖି ଲୋକେ ଆତଙ୍କିତ ହୋଇଛନ୍ତି । ବାହୁଦା ଓ ବାଘୁଆ ନଦୀରେ ମଧ୍ୟ ଜଳସ୍ତର ବୃଦ୍ଧି ପାଇଛି । 

ଅନ୍ୟପକ୍ଷେ ବୁଢାବଳଙ୍ଗ ନଦୀର ବିପଦ ସଂକେତ ୮.୧୩ ରହିଥିବାବେଳେ ଜଳସ୍ତର ବିପଦ ସଂକେତ ପାଖାପାଖି ୭.୨୧ ମିଟର ରହିଛି । ବଂଶଧାରା ନଦୀର ଜଳସ୍ତର ୮୫.୨୦ ମିଟର ଉପରେ ପ୍ରବାହିତ ହେଉଛି । ଜଳକା ନଦୀର ବିପଦସଂକେତ ୫.୫୦ ମିଟର ରହିଥିବାବେଳେ ଜଳସ୍ତର ବିପଦ ସଂକେତ ନିକଟରେ ୫.୫୯ ମିଟରରେ ପ୍ରବାହିତ ହେଉଛି । 

ସେହିପରି ଉଦଳା ତାଳ ଡ୍ୟାମର ଜଳସ୍ତର ବିପଦସଂକେତ ନିକଟରେ ରହିଛି । ସେଠାରେ ନଦୀର  ବିପଦସଂକେତ ୭୭.୭୦ ମିଟର ରହିଥିବାବେଳେ ଜଳସ୍ତର ୭୭ ମିଟରରେ ପ୍ରବାହିତ ହେଉଛି । ତେବେ ତାଳ ଡ୍ୟାମର ଗୋଟିଏ ଗେଟ ଖୋଲିଦିଆଯାଇଥିବା ସୂଚନା ମିଳିଛି । 

  • Tags:

Subscribe

National International State Sports Entertainment