ବିହାରରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରେନରେ କଟି ୪ ମହିଳା ସମେତ ୫ ଜଣଙ୍କ ମୃତ୍ୟୁ
Khabar Odisha:five-persons-run-over-by-speeding-train-on-bhabhua-road-staion-in-bihar
ପାଟନା, ଅକ୍ଟୋବର୧୨(ଖବର ଓଡ଼ିଶା):

ବିହାରରେ ଘଟିଛି ହୃଦୟ ବିଦାରକ ଘଟଣା। ବିହାରର କୈମୁର ଜିଲ୍ଲାରେ ଶୁକ୍ରବାର  ଟ୍ରାକ ଅତିକ୍ରମ କରିବାକୁ ଚେଷ୍ଟା କରୁଥିବା ବେଳେ ଟ୍ରେନରେ କଟି ୫ ଜଣ ଲୋକଙ୍କ ଦୁଃଖଦ ମୃତ୍ୟୁ ଘଟିଛି।  ମୃତକଙ୍କ ମଧ୍ୟରେ ତିନି ଜଣ ମହିଳା,  ଜଣେ ଶିଶୁ ଓ ଜଣେ ପୁରୁଷ ସାମିଲ। ଏହା ସହିତ ୫ ଜଣ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି। 

ସୂଚନା ମୁତାବକ ଏହି ଘଟଣା କୈମୁର ଜିଲ୍ଲାର ଭଭୁଆ ରୋଡ୍ ରେଲଓ୍ଵେ ଷ୍ଟେସନ ପାଖରେ ଘଟିଛି।  ଘଟଣା ସେହି ସମୟରେ ଘଟିଛି ଯେଉଁ ସମୟରେ ସବୁ ଲୋକ ବାରଣାସୀ-ରାଞ୍ଚି ଇଣ୍ଟରସିଟି ଏକ୍ସପ୍ରେସରୁ ଓହ୍ଲାଇ ଭଭୁଆ ରୋଡ୍ ଷ୍ଟେସନରେ ରେଲଓ୍ଵେ ଟ୍ରାକ ଅତିକ୍ରମ କରିବାକୁ ଉଦ୍ୟମ କରୁଥିଲେ। 

ମୁଗଲସରାୟର ଡିଭିଜନ ରେଲଓ୍ଵେ ମ୍ୟାନେଜର(ଡିଆରଏମ) ପଙ୍କଜ ସକ୍ସେନା କହିଛନ୍ତି ଯେ ଦୁର୍ଘଟଣାର ଶିକାର ଲୋକେ ଟ୍ରାକକୁ ପାଦରେ ଚାଲି ଏବଂ ଦୌଡ଼ି ଅତିକ୍ରମ କରିବାକୁ ଉଦ୍ୟମ କରୁଥିଲେ। ସେହି ସମୟର ଉକ୍ତ ଟ୍ରାକରେ ଲାଲକୁଆଁ ଏକ୍ସପ୍ରେସ ଦ୍ରୁତ ଗାତିରେ ଆସୁଥିଲା। ମାତ୍ର ଯାତ୍ରୀ ଟ୍ରେନକୁ ଦେଖି ପାରିନଥିଲେ ଏବଂ ଦୁର୍ଘଟଣାର ଶିକାର ହେଲେ। ଏ ପର୍ଯ୍ୟନ୍ତ ମୃତକଙ୍କ ଚିହ୍ନଟ ହୋଇ ପାରି ନାହିଁ। 

ଦୁର୍ଘଟଣାର ସୂଚନା ପାଇ  ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପୋଲିସ ସବୁ ଆହତଙ୍କୁ ଚିକିତ୍ସା ପାଇଁ ନିକଟତମ ହସ୍ପିଟାଲରେ ଭର୍ତ୍ତି କରିଛି। ଅନେକ ଆହତଙ୍କ ଅବସ୍ଥା ଗୁରୁତର ରହିଥିବା କୁହାଯାଉଛି। 

Subscribe

National International State Sports Entertainment