ନିଧିଙ୍କ ଦ୍ୱୀତିୟ ଇଂନିସ ଆରମ୍ଭ
Khabar Odisha:finally-munna-michael-actress-nidhhi-agerwal-signs-her-second-bollywood-film
ମୁମ୍ବାଇ, ସେପ୍ଟେମ୍ବର ୧୪, (ଖବର ଓଡିଶା)

ମୁନା ମାଇକେଲ ଜରିଆରେ ବଲିଉଡରେ ପାଦ ଥାପିଥିବା ନିଧି ବର୍ତମାନ ତାଙ୍କର ଦ୍ୱିତୀୟ ଇଂନିସି ଆରମ୍ଭ କରିବାକୁ ଯାଉଛନ୍ତି । ୨୦୧୭ରେ ଆସିଥିବା ଫିଲ୍ମ ‘ମୁନ୍ନା ମାଇକେଲ’ ମାଧ୍ୟମରେ ଟାଇଗରଙ୍କ ଅପୋଜିଟରେ ବଲିଉଡ ଡେବ୍ୟୁ କରିଥିବା ଅଭିନେତ୍ରୀ ନିଧି ଅଗ୍ରୱାଲଙ୍କୁ ଆପଣ ଭୁଲିନଥିବେ । ଏହି ଫିଲ୍ମ ପରେ ସେ ଆଉ କିଛି ଫିଲ୍ମ ସାଇନ କରିନଥିଲେ । କିନ୍ତୁ ସୋସିଆଲ ମିଡିଆରେ ତାଙ୍କର ଫ୍ୟାନ୍ ବଢିବାରେ ଲାଗିଥିଲେ । ଏବେ କିନ୍ତୁ ନିଧି ତାଙ୍କ ୨ୟ ବଲିଉଡ ଫିଲ୍ମ ନେଇ ପୁଣି ଫେରିବେ ।

ସୂଚନା ଅନୁସାରେ ନିଧି ନିଜର ଦ୍ୱିତୀୟ ବଲିଉଡ ଫିଲ୍ମ ସାଇନ କରିଛନ୍ତି । ଫିଲ୍ମର ସୁଟିଂ ଚଳିତବର୍ଷ ଶେଷରୁ ଆରମ୍ଭ ହେବ । ନିଧି ଏହି ପ୍ରୋଜେକ୍ଟ ସମ୍ପର୍କରେ କହିଛନ୍ତି, ‘ଫିଲ୍ମର ସ୍କ୍ରିପ୍ଟ ବହୁତ ଭଲ । ଆମେ ଫିଲ୍ମର ସୁଟିଂ ଏହି ବର୍ଷ ଶେଷ ଆଡକୁ ଆରମ୍ଭ କରିବାକୁ ଭାବିଛୁ । ଖୁବଶୀଘ୍ର ଆମେ ଅଫିସିଆଲି ଘୋଷଣା କରିବୁ ।’ ତେବେ ନିଧିଙ୍କ ଦ୍ୱିତୀୟ ଫିଲ୍ମର ଘୋଷଣା କେବେ ହେବ ତାହା ତ ଜଣାପଡିବ ତେବେ କହିରଖୁଛୁ ନିଧି ଇନଷ୍ଟାଗ୍ରାମରେ ବହୁତ ଫେମସ । ଇନଷ୍ଟାଗ୍ରାମରେ ତାଙ୍କର ପ୍ରାୟ ୧ ମିଲିୟନ ଫଲୋଓର ଅଛନ୍ତି  । ନୱାଜୁଦ୍ଦିନ ସିଦ୍ଦିକି ଓ ଟାଇଗର ଶ୍ରଫ ଥିଲେ ମଧ୍ୟ ଫିଲ୍ମଟି ବକ୍ସ ଅଫିସରେ ବେଶି କିଛି ଆୟ କରିପାରିନଥିଲା । ଏହାପରେ ନିଧି ଦକ୍ଷିଣ ଆଡକୁ ମୁହାଁଇଲେ । ଏବେ ସେ ୨ଟି ତେଲୁଗୁ ଫିଲ୍ମ ସୁଟିଂରେ ବ୍ୟସ୍ତ ଅଛନ୍ତି । ଏଥିମଧ୍ୟରୁ ଗୋଟେ ଫିଲ୍ମ ‘ ସବ୍ୟସାଚୀ’ରେ ନିଧି ନାଗା ଚୈତ୍ୟନଙ୍କ ଅପୋଜିଟ୍ ଲିଡ୍ ରୋଲରେ ନଜର ଆସିବେ । କିଛି ଦିନ ତଳେ ସୁଟିଂ ସେଟରୁ ନିଧି ଏବଂ ନାଗା ଚୈତ୍ୟନଙ୍କ କିଛି ଫଟୋ ସାମ୍ନାକୁ ଆସିଥିଲା । ଏହି ଫଟୋରେ ସେଟରେ ନିଧିଙ୍କ ବାର୍ଥଡେ ପାଳନ କରାଯାଉଥିଲା । 

  • Tags:

Subscribe

National International State Sports Entertainment