ଫେସବୁକ କରୁଛି ନୂଆ ଫିଚର୍ ଟେଷ୍ଟି, ମେସେଞ୍ଜରରେ ଜାଣି ହେବ ଅଜଣା ବ୍ୟକ୍ତିଙ୍କ ସମ୍ପୂର୍ଣ୍ଣ ତଥ୍ୟ
Khabar Odisha:facebook-is-testing-messenger-feature-to-spot-suspicious-accounts
ନୂଆଦିଲ୍ଲୀ, ଜୁଲାଇ ୧୧(ଖବର ଓଡିଶା):

ସାମାଜିକ ଗଣମାଧ୍ୟମରେ ଫେକ୍ ନ୍ୟୁଜ୍ ଏବଂ ଗୁଜବ ପ୍ରସାର କରୁଥିବା ଖବର ଏବଂ ଲିଙ୍କ୍ କୁ ରୋକିବ ଫେସବୁକ । କମ୍ପାନୀ ଏହା ଉପରେ କାମ ଆରମ୍ଭ କରିଦେଇଛି । ପୂର୍ବରୁ ଫେସବୁକ ହ୍ୱାଟସଆପ୍ ପାଇଁ ଫରୱାର୍ଡ୍ ମେସେଜ ଫିଚର ଉପଲବ୍ଧ କରିଥିଲାବେଳେ ବର୍ତମାନ ଏକ ନୂଆ ଫିଚରକୁ ପରୀକ୍ଷା କରୁଛି । ପରୀକ୍ଷା ପରେ ଫେସବୁକ୍ ମେସେଞ୍ଜରରେ ନକଲି ଲିଙ୍କସକୁ ସହଜରେ ଜାଣିହେବ ବୋଲି କମ୍ପାନୀ କହିଛି । 

ମଦରବୋର୍ଡ୍ ଦେଇଥିବା ରିପୋର୍ଟ୍ ମୁତାବକ,ଏହି ଫିଚର ସାହାଯ୍ୟରେ ଫେସବୁକ୍ ଅଜଣା ନମ୍ବରରୁ ଆସୁଥିବା ମେସେଜକୁ ଚିହ୍ନଟ କରିବ । ପରେ ଏନେଇ ୟୁଜରଙ୍କୁ ଅଧିକ ତଥ୍ୟ ଯୋଗାଇ ଦିଆଯିବ । ଅନ୍ୟପକ୍ଷେ ଫେସବୁକର ମେସେଞ୍ଜର୍ ଟିମ୍ କହିଛି କି, କମ୍ପାନୀ ଏନେଇ ବହୁତ ଶୀଘ୍ର ଘୋଷଣା କରିବ । ଆପରେ ଜଲଦି ଏହି ଫିଚରକୁ ସାମିଲ୍ କରାଯିବ । ଆହୁରି ମଧ୍ୟ ଫେସବୁକ୍ ୟୁଜରଙ୍କୁ କହିବ କି, ଯେଉଁ ଅଜଣା ନମ୍ବରରୁ ମେସେଜ୍ ଆସୁଛି ସେହି ନମ୍ବରରେ କୌଣସି ଆଇଡି ଅଛି ନା ନାହିଁ । ଏହି ଫିଚରଦ୍ୱାରା ମିଛ ଖବର ଉପରେ ଅଙ୍କୁଶ ଲାଗି ପାରିବ । 

ସୂଚନାଯୋଗ୍ୟ କି, ଗତକାଲି ଫେସବୁକ୍ ଏବଂ ହ୍ୱାଟସଆପ୍ ପକ୍ଷରୁ ବିଭିନ୍ନ ଭାରତୀୟ ଖବର କାଗଜରେ ମିଛ ଖବରକୁ ଚିହ୍ନିବା ପାଇଁ ବିଜ୍ଞାପନ ପ୍ରକାଶ ପାଇଥିଲା । ଯେଉଁଥିରେ କମ୍ପାନୀ ପକ୍ଷରୁ ୧୦ଟି ଉପାୟ କୁହାଯାଇଛି । ଲଗାତାର ଭାବେ ମିଛ ଖବର ପ୍ରସାର ହେବା ଦ୍ୱାରା ଦେଶରେ କିଛି ସ୍ଥାନରେ ହିଂସା ଦେଖାଯାଇଥିଲା । ଏହା ପରେ ହ୍ୱାଟସଆପ୍ ସନ୍ଦିଗ୍ଧ ଲିଙ୍କକୁ ଜାଣିବା ପାଇଁ ଏକ ନୂଆ ଫିଚର୍ ଜାରି କରିବା ନେଇ ପ୍ରତିଶ୍ରୁତି ଦେଇଥିଲା ।

  • Tags:

Subscribe

National International State Sports Entertainment