ମହାବଳ ବାଘ ଶିକାର ଘଟଣା: ତଦନ୍ତ କରିବ କ୍ରାଇମବ୍ରାଂଚ ଏସଟିଏଫ, ସନ୍ଦେହରେ ଡିଏଫଓଙ୍କ ଭୂମିକା
Khabar Odisha:debrigarh-tiger-hunt-issue
ବରଗଡ, ନଭେମ୍ବର ୦୯(ଖବର ଓଡିଶା):

ଦେବ୍ରୀଗଡ ଜଙ୍ଗଲରେ ମହାବଳ ବାଘ ମୃତ୍ୟୁର ତଦନ୍ତ କରିବ କ୍ରାଇମବ୍ରାଂଚ ଏସଟିଏଫ । ଜଣେ ଡିଏସପି ପାହ୍ୟାର ଅଧିକାରୀ ଏହି ତଦନ୍ତ କରିବେ ବୋଲି ଜଣାପଡିଛି । ଏପରି କି ମହାନଦୀ ଡିଏଫଓଙ୍କ ହ୍ୱାଟସଆପ ମେସେଜ ମଧ୍ୟ ତଦନ୍ତ ପରିସରଭୁକ୍ତ ହେବ ବୋଲି ସୂଚନା ମିଳିଛି । 

ଏହି ଘଟଣାରେ କ୍ରାଇମବ୍ରାଂଚ ଏଡିଜି ସନ୍ତୋଷ ଉପାଧ୍ୟାୟ ପ୍ରତିକ୍ରିୟା ରଖିଥିଲେ । ସେ କହିଥିଲେ ଯେ ଅକ୍ଟୋବର ୦୬ ତାରିଖରେ ଜଙ୍ଗଲରେ ଲାଗିଥିଲା ୪୦ ଟି ସିସି କ୍ୟାମେରାକୁ ଅପସାରଣ କରିବା ପାଇଁ ମେସେଜ କରାଯାଇଥିଲ । ଏହା ପରେ ୧୩ ତାରିଖରେ ମହାବଳ ବାଘ ଶିକାର ହୋଇଥିଲା ।  ଘଟଣାରେ ଗିରଫ ଶିକାରୀଙ୍କୁ ରିମାଣ୍ଡରେ ନିଆଯିବ । ଏହା ପଛରେ କୌଣସୀ ମାଫିଆଙ୍କ ହାତ ଅଛି ନା ନାହିଁ ତାହାର ତଦନ୍ତ ହେବ । 

ସୂଚନାଯୋଗ୍ୟ, ଦେବ୍ରିଗଡ ଜଙ୍ଗଲରୁ ଏକ ବାଘର ଗଳିତ ଶବ ଉଦ୍ଧାର କରାଯାଇଥିଲା। ମୃତ ଜୀବ ମହାବଳ ବାଘ ବୋଲି ଚର୍ଚ୍ଚା ହେବା ପରେ ବନ ବିଭାଗ ପକ୍ଷରୁ ଏହାକୁ କଲରାପତରିଆ ବାଘ ବୋଲି କୁହାଯାଇଥିଲା। କିନ୍ତୁ ମୃତ ବାଘ ମହାବଳ ବୋଲି ସ୍ପଷ୍ଟ କରିଥିଲା ଦିଲ୍ଲୀର ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ(ଏନଟିସିଏ) । ଏହି ମାମଲାରେ କାର୍ୟ୍ୟଚରେ ଅବହେଳା ଯୋଗୁଁ ଦୁଇ ଜଣ ବନ ଅଧିକାରୀଙ୍କୁ ନିଲମ୍ବନ କରାଯାଇଥିଲା। କମଗାଁ ଫରେଷ୍ଟର ପର୍ଶୁରାମ ବେହେରା ଓ ଖଜୁରିଆ ଫରେଷ୍ଟ ଗାର୍ଡ ପ୍ରଭାସିନୀ ମହାନନ୍ଦଙ୍କୁ ଡିଭିଜିଓନାଲ୍ ଫରେଷ୍ଟ ଅଫିସର ଅଭୟ ଦଳେଇ ନିଲମ୍ବିତ କରିଥିଲେ। ଆହୁରି ମଧ୍ୟ ବାଘ ଶିକାର ଅଭିଯୋଗରେ ତିନିଜମ ଶିକାରୀଙ୍କୁ ଗିରଫ କରାଯାଇଥିଲା । 

  • Tags:

Subscribe

National International State Sports Entertainment