ପୁରୀ ପୋଲିସକୁ ସଫଳତା, ଏନକାଉଂଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଜିତୁ ଆହତ
Khabar Odisha:crime-odisha-puri-encounter
ପୁରୀ, ଜାନୁଆରୀ ୧୨(ଖବର ଓଡିଶା):

ପୁରୀ ପୋଲିସକୁ ପୁଣି ଏକ ବଡ ଧରଣର ସଫଳତା ମିଳିଛି । ଆଜି ସକାଳ ୫ଟାରେ ପିପିଲି ନିକଟ ବାରିମୂଳରେ କୁମ୍ଭାରପଡା ପୋଲିସ ଏନକାଉଂଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଜିତେନ୍ଦ୍ର ସାହୁ ଓରଫ ଜିତୁ ଆହତ ହୋଇଛି । ଜିତୁର ଡାହାଣ ଗୋଡରେ ଗୁଳି ବାଜିଛି । ଆହତ ଅବସ୍ଥାରେ ଜିତୁକୁ ମେଡିକାଲରେ ଭର୍ତି କରାଯାଇଛି । 

ପୁରୀ ସହ ବିଭିନ୍ନ ଥାନାରେ ଜିତୁ ନାଁରେ ଏକାଧିକ ଅପରାଧିକ ମାମଲା ବିଚାରାଧୀନ ରହିଛି । ପୋଲିସ ଜିତୁ ନିକଟରୁ ଗୋଟିଏ ବାଇ , ପିସ୍ତଲ ଓ ୨ଟି ଅଫୁଟା ଗୁଳି ଜବତ କରିଛି । ପାରା ହତ୍ୟାକାଣ୍ଡରେ  ମୁଖ୍ୟ ଅଭିଯୁକ୍ତ ମୁନ୍ନାର ସହଯୋଗୀ ଥିଲା ଜିତୁ । ଡିସେମ୍ବର ୨୫ରେ ପାରାକୁ ଗୁଳିମାଡ କରି ହତ୍ୟା କରିଥିଲା ମୁନ୍ନା । ତେବେ ଦୁଇଦିନ ତଳେ ମୁନ୍ନା ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲା । ପୁରୀ ପୋଲିସ ଦ୍ୱାରା ଗଠିତ ହୋଇଥିବା ୨ ଟି ଟିମ ଦୁହିଁଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଥିବାବେଳେ ଆଜି ସକାଳୁ ଜିତୁକୁ ଏନକାଉଂଟର କରିବାରେ ସଫଳ ହୋଇଛି ।

Subscribe

National International State Sports Entertainment