ସରକାରଙ୍କୁ ସିଆଇସିର ପ୍ରଶ୍ନ, କାହିଁକି ସୂଚନା ଅଧିକାର ଆଇନ ପରିସରଭୁକ୍ତ ନୁହେଁ ବିସିସିଆଇ ?
Khabar Odisha:cic-ask-why-bcci-is-not-comes-under-rti-act
ନୂଆଦିଲ୍ଲୀ, ଜୁଲାଇ ୧୩(ଖବର ଓଡିଶା) :

ଭାରତୀୟ କ୍ରିକେଟର ସର୍ବୋଚ୍ଚ ବୋର୍ଡ୍ ବିସିସିଆଇର ବିଭିନ୍ନ ନାୟିକ ଆଦେଶ ଏବଂ ବର୍ତମାନର ସ୍ଥିତି ସହ ବିଧି ଆୟୋଗର ନିୟମାନୁସାରେ ସୂଚନା ଅଧିକାର ଆଇନର ପରିସରଭୁକ୍ତ କାହିଁକି ହେବ ନାହିଁ ବୋଲି ପ୍ରଶ୍ନ ଉଠିଛି  । ଏନେଇ କେନ୍ଦ୍ରୀୟ ସୂଚନା ଆୟୋଗ ବିସିସିଆଇ ଏବଂ କ୍ରୀଡା ମନ୍ତ୍ରାଳୟକୁ ସ୍ପଷ୍ଟିକରଣ ମାଗିଛି । ସୂଚନା ଆୟୁକ୍ତ ଶ୍ରୀଧର ଆଚାର୍ଯ୍ୟଳୁ ଦୀର୍ଘ ଦିନ ଧରି ଚାଲିଥିବା ଏହି ବିବାଦରେ ଅନ୍ତ ଘଟାଇବା ପାଇଁ କହିଛନ୍ତି ।

କ୍ରୀଡା ବିଭାଗରୁ ସନ୍ତୋଷଜନକ ଉତର ନ ମିଳିବା ପରେ ଆରଟିଆଇ ଆବେଦନକର୍ତା ଗୀତା ରାଣୀ ସିଆଇସିରେ ଅଭିଯୋଗ କରିଥିଲେ  । ପରେ ଗୀତା କେଉଁ ଗାଇଡ୍ ଲାଇନ୍ ଅନୁସାରେ ବିସିସିଆଇ ଦେଶକୁ ପ୍ରତିନିଧୀତ୍ୱ କରିବା ସହ ଖେଳାଳି ଚୟନ କରିଥାଏ ବୋଲି ପ୍ରଶ୍ନ କରିଥିଲେ । 

ଆବେଦନକର୍ତା ଆହୁରି ମଧ୍ୟ ଜାଣିବା ପାଇଁ ଚାହିଁଥିଲେ କି, ବିସିସିଆଇଦ୍ୱାରା ଚୟନ ହୋଇଥିବା ଖେଳାଳି ଦେଶ ପାଇଁ ଖେଳିଥାନ୍ତି ନା ବୋର୍ଡ୍ ପାଇଁ ଖେଳିଥାନ୍ତି । କିପରି ଏକ ଘରୋଇ ଆସୋସିଏସନ ଦେଶର ପ୍ରତିନିଧିତ୍ୱ କରିଥାଏ ବୋଲି ସେ ପ୍ରଶ୍ନ କରିଥିଲେ । ଏହାଦ୍ୱାରା ସରକାର କଣ ଫାଇଦା ପାଇଥାନ୍ତି ବୋଲି ସେ ଜାଣିବା ପାଇଁ ଚାହିଁଥିଲେ । 

ମନ୍ତ୍ରାଳୟ ଦାବି କରିଛି କି, ସମସ୍ତ ତଥ୍ୟ ତାହା ପାଖରେ ନାହିଁ, କିନ୍ତୁ ବିସିସିଆଇକୁ ଆରଟିଆଇ ପରିସରଭୁକ୍ତ କରାଯାଇଛି । ଏନେଇ ବିସିସିଆଇ ଜବାବ ରଖିବ ବୋଲି ମନ୍ତ୍ରାଳୟ କହିଛି । ବିଭାଗର ସଚିବ ଅରୁଣ କୁମାର ସିଂ ଶୁଣାଣି ସମୟରେ ବିସିସିଆଇକୁ ସାର୍ବଜନିକ ପ୍ରାଧିକରଣ କହୁଯିବାନେଇ ରହିଥିବା ନିୟମକୁ ଯାଂଚ୍ କରିଥିଲେ । 

  • Tags:

Subscribe

National International State Sports Entertainment