ମିଆନମାରରେ ବନ୍ଦର ନିର୍ମାଣ କରିବ ଚୀନ, ବଢିପାରେ ଭାରତର ଚିନ୍ତା
Khabar Odisha:china-to-build-port-in-myanmar-third-in-indias-neighbourhood
ପେଇଚିଙ୍ଗ,ନଭେମ୍ବର୦୯(ଖବର ଓଡ଼ିଶା):

 ଚୀନର ମହତ୍ଵାକାଂକ୍ଷୀ ବେଲ୍ଟ ଆଣ୍ଡ ରୋଡ୍ ପ୍ରକଳ୍ପ(ବିଆରଆଇ) ଭାରତ ପାଇଁ କ୍ରମାଗତ ଚିନ୍ତାର ବିଷୟ ପାଲଟିଛି। ଚୀନ ଏହି ପ୍ରକଳ୍ପ ଜରିଆରେ ଭାରତର ପଡ଼ୋଶୀ ଦେଶ ସହିତ ମିଶି କ୍ରମାଗତ ନୂତନ ରଣନୀତି ପ୍ରସ୍ତୁତ କରୁଛି।  ଏହି କ୍ରମରେ ଚୀନ ଏବେ ମିଆନମାରରେ ଅରବ ଡଲାର ଖର୍ଚ୍ଚ କରି ସେଠାରେ ବନ୍ଦର ନିର୍ମାଣ କରିବାକୁ ପ୍ରସ୍ତୁତି କରୁଛି। ଏହି ବନ୍ଦର ମିଆନମାରର କ୍ୟାପ୍ୟୁ ସହରରେ ନିର୍ମାଣ କରାଯିବ। ଉକ୍ତ ସହର ବଙ୍ଗୋପସାଗର କୂଳରେ ଅବସ୍ଥିତ। 

ଭାରତ ପାଇଁ ଏହି ବନ୍ଦର ଏଥିପାଇଁ ଚିନ୍ତାର ବିଷୟ କାରଣ ଏହା ପୂର୍ବରୁ ଚୀନ ଭାରତର ପଡ଼ୋଶୀ ଦେଶରେ ଦୁଇଟି ବନ୍ଦର ନିର୍ମାଣ କରି ସାରିଛି। ବିଆରଆଇ ଆଧାରରେ ହେବାକୁ ଥିବା ଏହି ବନ୍ଦର ପାଇଁ  ଚୀନ ଓ ମିଆନମାର ମଧ୍ୟରେ ଗୁରୁବାର ଚୁକ୍ତି ସ୍ଵାକ୍ଷରିତ ହୋଇଛି। ଚୀନ ପୂର୍ବରୁ ପାକିସ୍ତାନରେ ଗ୍ଵାଦର ବନ୍ଦର ନିର୍ମାଣ କରୁଛି। ଏହା ବ୍ୟତୀତ ଶ୍ରୀଲଙ୍କାରେ ରଣନୀତି ରୂପେ ମହତ୍ଵପୂର୍ଣ୍ଣ ହମ୍ବନଟୋଟା ବନ୍ଦରକୁ ୯୯ ବର୍ଷ ପାଇଁ ଲିଜରେ ନେଇଛି।

କେବଳ ଏତିକି ନୁହେଁ ଚୀନ ବାଂଲାଦେଶର ଚଟଗାଁରେ ମଧ୍ୟ ଏକ ବନ୍ଦରକୁ ଆର୍ଥିକ ସହାୟତା ପ୍ରଦାନ କରୁଛି। ମିଆନମାର ମଧ୍ୟ ଚୀନର ବଢୁଥିବା ନିବେଶକୁ ନେଇ ଚିନ୍ତିତ ରହିଛି। ସେଥିପାଇଁ କିଛି ପ୍ରକଳ୍ପ ଉପରେ ମିଆନମାର ନିଜେ ନିୟନ୍ତ୍ରଣ ରଖିଛି। ଅନ୍ୟ ପଟେ ଚୀନ ସରକାରୀ ମିଡିଆ ମୁତାବକ ମିଆନମାରରେ ବନ୍ଦର ନିର୍ମାଣକୁ ନେଇ ହୋଇଥିବା ରାଜିନାମା ବିଆରଆଇ ପାଇଁ ବହୁତ ମହତ୍ଵପୂର୍ଣ୍ଣ। ଗ୍ଲୋବାଲ  ଟାଇମ୍ସର ରିପୋର୍ଟ ମୁତାବକ ଏହି ପ୍ରକଳ୍ପରେ ଚୀନ ୭୦ ପ୍ରତିଶତ ନିବେଶ କରୁଥିବା ବେଳେ ମିଆନମାର ୩୦ ପ୍ରତିଶତ ନିବେଶ କରୁଛି। 

Subscribe

National International State Sports Entertainment