ଯେଉଁ ଶିଶୁଙ୍କ ହାତରେ କଲମ ହେବା ଦରକାର ସେମାନଙ୍କ ହାତରେ ବନ୍ଧୁକ ଧରାଇ ଦେଉଛନ୍ତି ରାକ୍ଷସମାନେ : ନରେନ୍ଦ୍ର ମୋଦୀ
Khabar Odisha:chhattisgarh-assembly-election-2018-pm-narendra-modi-rally-in-jagdalpu-bastar-chhattisgarh
ନୂଆଦିଲ୍ଲୀ, ନଭେମ୍ବର ୦୯ (ଖବର ଓଡିଶା) :

ଛତିଶଗଡ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ସମସ୍ତ ରାଜନୈତିକ ଦଳ ନିଜର ଶକ୍ତି ପ୍ରଦର୍ଶନ କରୁଛନ୍ତି । ସେହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନକ୍ସଲ ପ୍ରଭାବିତ ଅଂଚଳରେ ନିର୍ବାଚନ ପ୍ରଚାର କରିବାକୁ ଯାଇଛନ୍ତି । ସେ ଜଗଦଲପୁରୁରୁ ଶଙ୍ଖନାଦ ଦେଇ ବିପକ୍ଷ ଉପରେ ଆକ୍ରମଣ କରିଛନ୍ତି । ସଭାରେ ସମ୍ବୋଧନ କରୁଥିବା ସମୟରେ ମୋଦୀ କହିଛନ୍ତି କି, ଦେଶରେ ଯେତେ ଜଣ ପ୍ରଧାନମନ୍ତ୍ରୀ ହୋଇଛନ୍ତି ସେମାନେ ଯେତିକି ଥର ବସ୍ତର ଆସିଛନ୍ତି, ତାହାଠାରୁ ଅଧିକ ଥର ମୋଦୀ ବସ୍ତର ଆସିଛନ୍ତି । 

ମୋଦୀ କହିଛନ୍ତି କି, ବସ୍ତରକୁ ସେ ବହୁତ ଭଲ ପାନ୍ତି । ସେ ଏଠାକୁ ଯେତେ ଥର ଆସିଛନ୍ତି କେବେ ଖାଲି ହାତରେ ଆସି ନଥାନ୍ତା ବରଂ ବିକାଶ ପାଇଁ ନୂଆ ଯୋଜନା ନେଇ ଆସନ୍ତି । ସରକାର ତ ପୂର୍ବରୁ ଥିଲା କିନ୍ତୁ ବିକାଶ ହେଉ ନଥିଲା । ପୂର୍ବରୁ ଥିବା ସରକାର ଭେଦଭାବ ସୃଷ୍ଟି କରୁଥିଲେ, କିନ୍ତୁ ତାଙ୍କର ମନ୍ତ୍ର ହେଉଛି ସମସ୍ତଙ୍କ ସହ ରହିବା । ତେବେ ଛତିଶଗଡର ବିକାଶ କରିବା ପାଇଁ କେନ୍ଦ୍ର ସରକାର ଏବଂ ରମଣ ସିଂହଙ୍କ ସରକାର ଲଗାତର ପ୍ରୟାଶ କରୁଛନ୍ତି । ଯେଉଁ ପିଲାମାନଙ୍କ ହାତରେ କଲମ ହେବା ଦରକାର ସେହି ମାନଙ୍କ ହାତରେ ରାକ୍ଷସମାନେ ବନ୍ଧୁକ ଧରାଇ ଦେଉଛନ୍ତି । ଶହରୀ ମାଓବାଦୀଙ୍କ ପିଲା ବିଦେଶରେ ପଢୁଛନ୍ତି କିନ୍ତୁ ଆଦିବାସୀମାନଙ୍କ ଜୀବନ ଖରାପ କରି ଦେଉଛନ୍ତି । କିନ୍ତୁ କଂଗ୍ରେସ ସରକାର ମାଓବାଦିଙ୍କୁ ରକ୍ଷା କରିବା ପାଇଁ ପ୍ରୟାଶ କରୁଛନ୍ତି ।

ମୋଦୀ ପୁଣି କହିଛନ୍ତି କି, ଅଟଳ ବିହାରୀ ବାଜପେୟୀ ଛତିଶଗଡ ପାଇଁ ସ୍ୱପ୍ନ ଦେଖିଥିଲେ । ତେଣୁ ତାଙ୍କ ସ୍ୱପ୍ନ ପୂରଣ କରିବା ପାଇଁ ସେ ବାରମ୍ବାର ଛତିଶଗଡ ଆସୁଛନ୍ତି । ତେବେ ବିଜେପି ନେତୃତ୍ୱରେ ଛତିଶଗଡରେ ବିକାଶ ଅଭିଯାନ ଚାଲିଛି ବୋଲି ମୋଦୀ କହିଛନ୍ତି । ସେହି ସମୟରେ ରାଜ୍ୟରେ ଥିବା କଂଗ୍ରେସ ସରକାର ବିକାଶକୁ ଅଟକାଇବା ପାଇଁ ଅହରହ ପ୍ରୟାଶ କରୁଛନ୍ତି । କଂଗ୍ରେସ କେବଳ ଦଳିତ, ପୀଡିତ, ଶୋଷିତମାନଙ୍କୁ ଭୋଟ୍ ବ୍ୟାଙ୍କ ମାନୁଛନ୍ତି । ଦେଶରେ ବହୁ ବର୍ଷ ଧରି କଂଗ୍ରେସ ଶାସନ ଚାଲିଥିଲା କିନ୍ତୁ ଆଦିବାସୀଙ୍କର ବିକାଶ ହୋଇ ନଥିଲା । ବିକାଶ ପାଇଁ ବୈଜ୍ଞାନିକ ପ୍ରଣାଳୀରେ ଆଗକୁ ବଢିବା ଉଚିତ୍ ବୋଲି ମୋଦୀ କହିଛନ୍ତି ।   

   

Subscribe

National International State Sports Entertainment