ଛତିଶଗଡରେ ମୋଦୀଙ୍କ ଉପରକୁ ରାହୁଲଙ୍କ ଆକ୍ରମଣ, କହିଲେ-ବିମୁଦ୍ରାକରଣ ସମୟରେ ଲୋକଙ୍କୁ ମୂର୍ଖ ବନାଇଥିଲେ ସରକାର
Khabar Odisha:chhattisgarh-assembly-election-2018-congress-president-rahul-gandhi-rally-in-chhattisgarh-on-friday
ନୂଆଦିଲ୍ଲୀ, ନଭେମ୍ବର ୦୯ (ଖବର ଓଡିଶା) :

ଛତିଶଗଡ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ରାଜନୈତିକ ମାହୋଲ ଗରମ ରହିଛି । ଏହି ସମୟରେ ରାହୁଲ ଗାନ୍ଧୀ ମୋଦୀ ସରକାରଙ୍କ ଉପରକୁ ଆକ୍ରମଣ କରିଛନ୍ତି । ସେ ରାଫେଲ ବିମାନ ଚୁକ୍ତି, ବିମୁଦ୍ରାକରଣ ଭଳି ମାମଲାରେ ମୋଦୀଙ୍କୁ ଘେରିଛନ୍ତି । 

ସୂଚନାନୁଯାୟୀ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦୁଇ ଦିବସୀୟ ଗସ୍ତରେ ଛତିଶଗଡ ଯାଇଛନ୍ତି । ଏହି ସମୟରେ ସେ ନିର୍ବାଚନୀ ସବାରେ ଅଭିଭାଷଣ ଦେବେ ଏବଂ କଂଗ୍ରେସ ପାର୍ଥୀଙ୍କ ପାଇଁ ନିର୍ବାଚନୀ ପ୍ରଚାର କରିବେ । ତେବେ ଆଜି ତାଙ୍କର ପ୍ରଥମ ଦିନରେ ସେ କାଙ୍କରେର ପଙ୍ଖାଜୂର ନିର୍ବାଚନୀ ସଭାରେ ସମ୍ବୋନ୍ଧିତ କରିଛନ୍ତି । ଏହି ସମୟରେ ସେ କହିଛନ୍ତି କି, ଛତିଶଗଡରେ ଟଙ୍କାର ଅଭାବ ନାହିଁ । ପ୍ରଦେଶରେ ବହୁ ବର୍ଷ ଧରି ବିଜେପି ଶାସନ ଚାଲିଛି । ଏଠାରେ ଚିଟଫଣ୍ଡ କମ୍ପନିମାନେ ଲୋକଙ୍କର ଟଙ୍କା ନେଇ ପଳାୟନ କରିଛନ୍ତି । ପ୍ରଧାନମନ୍ତ୍ରୀ ନିଜ ପାଖ ଲୋକଙ୍କ ପାଇଁ ୩ କୋଟିରୁ ଅଧିକ ଋଣ ଛାଡ କରି ଦେଇଛନ୍ତି । କିନ୍ତୁ କୃଷକଙ୍କ ପାଇଁ କିଛି ନାହିଁ । ନୀରବ ମୋଦୀ, ବିଜୟ ମାଲ୍ୟା, ମେହୁଲ ଚୋକସୀ ଦେଶରୁ ଟଙ୍କା ନେଇ ପଳାୟନ କରିଛନ୍ତି । ବିଜୟ ମାଲ୍ୟା ଦେସ ଛାଡିବା ପୂର୍ବରୁ ବାଣିଜ୍ୟ ମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ସାକ୍ଷାତ କରିଥିଲା । 

ରାହୁଲ ବିମୁଦ୍ରାକରଣକୁ ନେଇ ପୁଣି କହିଛନ୍ତି କି, ଏହାକୁ ଦୁଇ ବର୍ଷ ପୂରିଲାଣି । ସରକାର ଲୋକମାନଙ୍କୁ ମୂର୍ଖ ବନେଇଛନ୍ତି । ପ୍ରତ୍ୟେକ ବ୍ୟକ୍ତି, ଆଦିବାସୀ, ମହିଳା ବ୍ୟାଙ୍କ ବାହାରେ ଲାଇନରେ ଲାଗିଥିଲେ । ଏହା ଦ୍ୱାରା କଣ ହାସଲ ହୋଇ ପାରିଲା । ଏହା ଦ୍ୱାରା କେବଳ ଚୌକିଦାରର ବନ୍ଧୁଙ୍କୁ ସଫଳତା ମିଳିଲା । କଳାଧନ ଆଣିବା ବଦଳରେ ଲୋକଙ୍କୁ ମୂର୍ଖ ବନା ଯାଉଥିଲା । ରାହୁଲ ରାଫେଲ ଚୁକ୍ତିକୁ ନେଇ ମଧ୍ୟ ମୋଦୀଙ୍କ ଉପରକୁ ଆକ୍ରମଣ କରିଛନ୍ତି । ମୋଦୀ ୫୨୬କୋଟି ଟଙ୍କାର ବିମାନକୁ ୧୬୦୦ କୋଟି ଦେଇ କିଣିଛନ୍ତି ।  

Subscribe

National International State Sports Entertainment