ପ୍ରଧାନମନ୍ତ୍ରୀ ରୋଜଗାର ପ୍ରୋତ୍ସାହନ ଯୋଜନାରେ ଲାଭ ଉଠାଇଛନ୍ତି ଦେଢ କୋଟି କର୍ମଚାରୀ
Khabar Odisha:business-odisha-PMRPY-scheme-has-benefitted-over-15-mn-workers-govt-spent-Rs-3648-cr
ନୂଆଦିଲ୍ଲୀ, ଫେବୃଆରୀ ୧୧(ଖବର ଓଡିଶା):

ପ୍ରାୟ ୧୫ ମିଲିୟନ କର୍ମଚାରୀ ପ୍ରଧାନମନ୍ତ୍ରୀ ରୋଜଗାର ପ୍ରୋତ୍ସାହନ ଯୋଜନାର ଲାଭ ଉଠାଇ ସାରିଛନ୍ତି । ଯାହା ନିଯୁକ୍ତି ସୃଷ୍ଟି କରିବାରେ ସହାୟକ ହୋଇଛି । ଏନେଇ କେନ୍ଦ୍ର ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ସୂଚନା ଦେଇଛନ୍ତି । 

ଶ୍ରମମନ୍ତ୍ରୀ କହିଛନ୍ତି କି, କେନ୍ଦ୍ର ସରକାର ଏହି ଯୋଜନାରେ ୩,୬୪୮ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ।  ଏହା ନୂତନ ରୋଜଗାର ସୃଷ୍ଟି କରିଛି । ଏହି ସାମାଜିକ ସୁରକ୍ଷା ଯୋଜନାରେ ସରକାର କର୍ମଚାରୀଙ୍କ ଇପିଏଫଓ ଭରଣ କରିଛନ୍ତି । ଫଳରେ ପ୍ରାୟ ଏକ କୋଟି ୫୦ ଲକ୍ଷ କର୍ମଚାରୀ ଲାଭାନ୍ୱିତ ହୋଇଛନ୍ତି । 

ଆହୁରି ମଧ୍ୟ ଅନ୍ତରୀଣ ବଜେଟରେ କେନ୍ଦ୍ର ସରକାର ମେଗା ପେନସନ ସ୍କିମ ନାମରେ ଏକ ନୂତନ ଯୋଜନା ଆଣିଛନ୍ତି । ଯାହା ରିକ୍ସା ଚାଳକ, ଛୋଟ ଦୋକାନୀ, କୃଷିକ୍ଷେତ୍ରରେ କାମ କରୁଥିବା ଶ୍ରମିକଙ୍କୁ ଫାଇଦା ଦେବ । ସେହିପରି ୩କୋଟି ଅଣସଂଗଠିତ ଶ୍ରମିକ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନା ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ଉପକୃତ ହୋଇଛନ୍ତି ।  

  • Tags:

Subscribe

National International State Sports Entertainment