ଏବେ ଇଣ୍ଟରନେଟରେ କରନ୍ତୁ କଲ, ବିଏସଏନଏଲ ଲଞ୍ଚ କଲା ସେବା
Khabar Odisha:bsnl-starts-first-internet-telephony-service-in-india
ନୂଆଦିଲ୍ଲୀ,ଜୁଲାଇ୧୦(ଖବର ଓଡ଼ିଶା):

 ସରକାରୀ ଟେଲିକମ କମ୍ପାନୀ ବିଏସଏନଏଲ ଗୁରୁବାର ଦେଶରେ ପ୍ରଥମ ଇଣ୍ଟରନେଟ୍  ଟେଲିଫୋନ ସେବାର ଘୋଷଣା କରିଛି। କମ୍ପାନୀର ଏହି ସେବା ଜୁଲାଇ ୨୫ରୁ ଆରମ୍ଭ ହେବ। ଏଥିରେ ବିଏସଏନଏଲର ୟୁଜର୍ସଙ୍କୁ ‘ଓ୍ଵିଙ୍ଗ୍ସ’ ମୋବାଇଲ ଆପ୍ ଜରିଆରେ ସାରା ଦେଶରେ ଯେ କୌଣସି ଟେଲିଫୋନ ନମ୍ବରକୁ ମଧ୍ୟ କଲ କରିବାର ସୁବିଧା ରହିବ। ଏଥିପାଇଁ ସସ୍କ୍ରାଇବରଙ୍କୁ ୧୦୯୯ ଟଙ୍କାର ବାର୍ଷିକ ଶୁଳ୍କ ଦେବାକୁ ପଡ଼ିବ। ଏହା ପରେ ଗ୍ରାହକ ବିଏସଏନଏଲ କିମ୍ବା ଅନ୍ୟ କୌଣସି କମ୍ପାନୀର ଓ୍ଵାଇ ଫାଇ ଜରିଆରେ ସାରା ଦେଶରେ ଅସୀମିତ କଲ କରି ପାରିବେ। 

ଏବେ ଦେଶରେ ମୋବାଇଲ ଆପ୍ ଜରିଆରେ କଲ କରିବାର ସୁବିଧା ଖାସ୍ ଆପ୍ ଜରିଆରେ ମିଳୁଛି। ମାତ୍ର ଏବେ ଏହି ଆପ୍ ଜରିଆରେ ଯେ କୌଣସି  ଫୋନ ନମ୍ବରରେ କଲ୍ କରିବାର ସୁବିଧା ରହିବ। ଏହି ସେବାର ଶୁଭାରମ୍ଭ କରି ଦୂରସଂଚାର ମନ୍ତ୍ରୀ ମନୋଜ ସିହ୍ନା କହିଛନ୍ତି ଯେ ବର୍ତ୍ତମାନର ପ୍ରତିଯୋଗିତା ମୂଳକ ମାହୋଲରେ ବିଏସଏନଏଲ ବଜାରରେ ନିଜର ଭାଗିଦାରୀ ବଢାଇବା ଏକ ପ୍ରଶଂସନୀୟ କାର୍ୟ୍ୟ ଅଟେ। ଇଣ୍ଟରନେଟ୍ ଟେଲିଫୋନ୍ ସେବା ଆରମ୍ଭ କରିବା ପାଇଁ ବିଏସଏନଏଲର ପ୍ରବନ୍ଧନକୁ ଅଭିନନ୍ଦନ ଜଣାଉଛି। ଏଠାରେ କହି ରଖୁଛୁ ଯେ ଏହି ସେବାର ଲାଭ ବିନା ସିମରେ ମଧ୍ୟ ୟୁଜର୍ସ ନେଇ ପାରିବେ। 

କମ୍ପାନୀର ଚେୟାରମ୍ୟାନ୍ ଏବଂ ଏମଡି ଅନୁପମ ଶ୍ରୀବାସ୍ତବ କହିଛନ୍ତି ଯେ ଏଥିପାଇଁ ପଞ୍ଜୀକରଣ ଦିନେ-ଦୁଇ ଦିନ ମଧ୍ୟରେ ଆରମ୍ଭ ହୋଇଯିବ ଏବଂ ଏହି ସେବା ଜୁଲାଇ ୨୫ରୁ ଆରମ୍ଭ ହେବ। ଏହି ସେବା ବିଦେଶରେ ‘ଓ୍ଵିଙ୍ଗ୍ସ’ ଆପର ବ୍ୟବହାର କରୁଥିବା ଲୋକେ ଭାରତର ଯେ କୌଣସି ନମ୍ବରରେ କଲ୍ ମଧ୍ୟ କରି ପାରିବେ। ଏହି ଆପକୁ ସାରା ଦୁନିଆରେ ଯେ କୌଣସି ଜାଗାରେ ଇଣ୍ଟରନେଟ୍ ମାଧ୍ୟମରେ ଉପଯୋଗ କରି କଲ୍ କରାଯାଇ ପାରିବ। 

  • Tags:

Subscribe

National International State Sports Entertainment