ରାଇରଂଗପୁର, ଜୁଲାଇ ୧୨(ଖବର ଓଡ଼ିଶା):
ମୟୁରଭଞ୍ଜ ରାଇରଙ୍ଗପୁର ଅଂଚଳରେ ଖରଖଇ ନଦୀରେ ବୁଡି ଭାଇ ଭଉଣୀଙ୍କର ମୃତ୍ୟୁ ହୋଇଛି । ମୃତ ଭାଇ ନାନୁ ଗୁଜରାତୀ ଓ ଭଉଣୀ ହୀନା ଗୁଜୁରାତି । ସେମାନେ ବିହାରର ମୂଳ ବାସିନ୍ଦା ବୋଲି ଜଣାପଡ଼ିଛି ।
ନାନୁ ଓ ହୀନା ନଇକୁ ଗାଧୋଇବାକୁ ଯାଇଥିବାବେଳେ ପ୍ରଥମେ ନାନୁ ବୁଡ଼ି ଯାଇଥିଲା । ଭାଇକୁ ଉଦ୍ଧାର କରିବାକୁ ଯାଇ ଭଉଣୀ ହୀନା ମଧ୍ୟ ବୁଡି ଯାଇଥିଲା । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଂଚି ମୃତ ଭାଇଭଉଣୀ ଦ୍ୱୟଙ୍କୁ ଉଦ୍ଧାର କରିଛନ୍ତି । ସେମାନଙ୍କ ଘର ବିହାରରେ ହୋଇଥିବାବେଳେ ବ୍ୟବସାୟ କରିବାକୁ ରାଇରଂଗପୁର ଆସିଥିଲେ ।