'ମୁଖ୍ୟମନ୍ତ୍ରୀ ମୋଦୀ' ପିନ୍ଧିନଥିଲେ ଟୋପି, 'ପ୍ରଧାନମନ୍ତ୍ରୀ ମୋଦୀ' ମସଜିଦରେ ଘୋଡ଼େଇ ହେଲେ ସାଲ
Khabar Odisha:bohra-muslim-narendra-modi-bjp-muslim-cap-shoal-muharram-matam-imam-hussain-
ନୂଆଦିଲ୍ଲୀ, ସେପ୍ଟେମ୍ବର୧୪(ଖବର ଓଡ଼ିଶା):

ନରେନ୍ଦ୍ର ମୋଦୀ ଗୁଜରାତର ମୁଖ୍ୟମନ୍ତ୍ରୀ ଥିବା ସମୟରେ ୨୦୧୧ରେ ମୁସଲିମ ଇମାମଙ୍କ ହାତରୁ ଟୋପି ପିନ୍ଧିବାକୁ ମନା କରି ଦେଇଥିଲେ। ଏବେ ସାତ ବର୍ଷ ପୂର୍ବେ ନରେନ୍ଦ୍ର ମୋଦୀ ଦେଶର ପ୍ରଧାନମନ୍ତ୍ରୀ। ମଧ୍ୟ ପ୍ରଦେଶର ଇନ୍ଦୋରରେ ଦାଉଦୀ ବୋହରା ସମୁଦାୟର କାର‌୍ୟ୍ୟକ୍ରମରେ ସାମିଲ ହେବା ପାଇଁ ସୈଫି ମସଜିଦ ପହଞ୍ଚିଛନ୍ତି ମୋଦୀ। ଏଠାରେ ତାଙ୍କୁ ସାଲ ଘୋଡ଼ାଇ ହେବାକୁ ଦିଆଯାଇଥିଲା ଯାହାକୁ ମୋଦୀ ଆନନ୍ଦର ସହ ସ୍ଵୀକାର କରିଛନ୍ତି।

ଉଲ୍ଲେଖଯୋଗ୍ୟ ୨୦୦୨ ଗୁଜରାତ ଦଙ୍ଗା ପରେ ହିନ୍ଦୁ-ମୁସଲିମ ମଧ୍ୟରେ ଘୃଣାର କାନ୍ଥ ଛିଡ଼ା ହୋଇ ଯାଇଥିଲା। ଏହାକୁ ଶେଷ କରିବା ପାଇଁ ନରେନ୍ଦ୍ର ମୋଦୀ ୨୦୧୧ରେ ସାମାଜିକ ସଦଭାବନା କାର‌୍ୟ୍ୟକ୍ରମ ଆରମ୍ଭ କରିଥିଲେ। ଏହି କାର‌୍ୟ୍ୟକ୍ରମରେ ଇମାମ ମେହନ୍ଦୀ ହସନ ବାବା ଯେବେ ଏକ ଗୋଲ ଟୋପି ମୋଦୀଙ୍କୁ ପିନ୍ଧାଇବା ପାଇଁ ଆଗକୁ ବଢିଥିଲେ ମୋଦୀ ତାଙ୍କୁ ଅଟକାଇଥିଲେ।  ସେହି ସମୟରେ ମୋଦୀ ଟୋପି ପିନ୍ଧିନଥିଲେ। 

ଟୋପି ନପିନ୍ଧିବା ନେଇ ସେହି ସମୟରେ ମୋଦୀଙ୍କୁ  ପ୍ରବଳ ସମାଲୋଚନା କରାଯାଇଥିଲା। ଏହି ଏତାଦୃଶ୍ୟକୁ ମୋଦୀଙ୍କ ମୁସଲମାନ ବିରୋଧୀ ମାନସିକତା କୁହାଯାଇଥିଲା। ମାତ୍ର ସେବେଠୁ ଆଜି ପର‌୍ୟ୍ୟନ୍ତ ମୋଦୀ କେବେ ମଧ୍ୟ ମୁସଲିମ ସମୁଦାୟର ଟୋପି ପିନ୍ଧି ନାହାନ୍ତି। ମାତ୍ର ଅନ୍ୟ ଧର୍ମର ପ୍ରତୀକ ଚିହ୍ନକୁ ସେ ସ୍ଵୀକାର କରନ୍ତି। ସେ ଶିଖ ସମୁଦାୟର ପଗଡ଼ି ପିନ୍ଧିବା ହେଉ କି ଇସ୍ରାଏଲରେ ଇହୁଦୀ ସମୁଦାୟର ପାରମ୍ପରିକ ଟୋପି ହେଉ ସେ ଏହାକୁ ସ୍ଵୀକାର କରନ୍ତି।

ସାତ ବର୍ଷ ପରେ ନରେନ୍ଦ୍ର ମୋଦୀ ଆଜି ଦେଶର ପ୍ରଧାନମନ୍ତ୍ରୀ। ଆଜି ସେ ଦାଉଦି ବୋହରା ମୁସଲିମ ସମୁଦାୟର ୫୩ ମ ଧର୍ମଗୁରୁ ସୈୟଦନା ମୁଫଦ୍ଦଲ ସୈଫୁଦ୍ଦୀନଙ୍କ ସହ କାର‌୍ୟ୍ୟକ୍ରମରେ ଯୋଗ ଦେଇଛନ୍ତି। ପିଏମ ଖୋଲା ପାଦରେ ମସଜିଦରେ ପ୍ରବେଶ କରିଥିଲେ ଏବଂ ମଜଲିସରେ ସାମିଲ ହୋଇଥିଲେ। 

ପ୍ରଧାନମନ୍ତ୍ରୀ ମୋଦୀ ଏହି ଅବସରରେ ହଜରତ ଇମାମ ହୁସୈନଙ୍କ ସହାଦତର ସ୍ମରଣୋତ୍ସବ ‘ଅଶାରା ମୁବାରକ’ରେ ଉପସ୍ଥିତ ଜନସମୁଦାୟକୁ ସମ୍ବୋଧିତ କରିଛନ୍ତି।  ଏହି ସମୟରେ ପିଏମ ମୋଦୀକୁ  ବୋହରା ସମୁଦାୟର ଧର୍ମଗୁରୁ ସୈୟଦନା ତାବିଜ ମଧ୍ୟ ଦେଇଥିଲେ। କେବଳ ଏତିକି ନୁହେଁ ମୋଦୀଙ୍କୁ ସାଲ ମଧ୍ୟ ଦିଅାଯାଇଥିଲା। ଯାହାହୁ ଆନନ୍ଦର ସହ ସ୍ଵୀକାର କରିଛନ୍ତି।

  • Tags:

Subscribe

National International State Sports Entertainment