ଆନ୍ଧ୍ରରୁ ଓଡିଶାକୁ ଭାସି ଆସିଲା ମୃତଦେହ ଭର୍ତି ଟ୍ରଲର
Khabar Odisha:boat-float-to-odisha-to-from-andhra-with-dead-bodies
ଗଂଜାମ, ଅକ୍ଟୋବର ୧୨(ଖବର ଓଡିଶା):

ଆନ୍ଧ୍ରରୁ  ଗଂଜାମକୁ ଭାସି ଆସିଛି ଟ୍ରଲର । ଟ୍ରଲର ଭିତରୁ  ତିନିଜଣ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସମସ୍ତ ମତ୍ସ୍ୟଜୀବୀ ଆନ୍ଧ୍ରପ୍ରଦେଶର ହୋଇଥିବା ସନ୍ଦେହ କରାଯାଉଛି । ଗଂଜାମ ରଙ୍ଗେଇଲୁଣ୍ଡା ବ୍ଲକ ରାମେୟାପାଟଣାରୁ ଏହି ଟ୍ରଲରକୁ ଉଦ୍ଧାର କରାଯାଇଛି । 

ସୂଚନାନୁସାରେ, ପଡୋଶୀ ରାଜ୍ୟରେ ତିତଲି ତାହାର ପ୍ରକୋପ ଦେଖାଇଛି । ଏହାର ପ୍ରଭାବରେ ଆନ୍ଧ୍ର ପଟୁ ଟ୍ରଲରଟି ଭାସି ଆସି ରାମେୟାପାଟଣାରେ ଲାଗିଥିଲା । ସମୁଦ୍ର ଭିତରକୁ ମତ୍ସ୍ୟଜୀବୀଙ୍କୁ ଯିବାକୁ ବାରଣ କରାଯାଇଥିବାବେଳେ ସାମାନ୍ୟ ଅସାବଧାନତା ପାଇଁ ଏହି ଅଘଟଣ ଘଟିଥିବା ଜଣାପଡିଛି ।

ସୂଚନାଯୋଗ୍ୟ କି, ଗତକାଲି ଗୋପାଳପୁର ବନ୍ଦରରେ ଆନ୍ଧ୍ର ପଟୁ ଭାସି ଆସି ୨୫ରୁ ୩୦ ଟି ଟ୍ରଲର ଲାଗିଥିଲା । ଏହି ଟ୍ରଲର ଯୋଗେ ପ୍ରାୟ ଦେଢ ଶହ ମତ୍ସ୍ୟଜୀବୀ ଆସିଥିବାବେଳେ ସେମାନଙ୍କ ମଧ୍ୟରୁ ୨୩ ଜଣଙ୍କୁ ଉଦ୍ଧାର କରାଯାଇଛି ଓ ଅନ୍ୟ ମତ୍ସ୍ୟଜୀବୀ ନିଖୋଜ ଥିବା ସୂଚନା ମିଳିଛି । 

  • Tags:

Subscribe

National International State Sports Entertainment