ଜଳସେଚନ ପ୍ରସଙ୍ଗ ନେଇ ସରକାରଙ୍କୁ ଘେରିଲା ବିଜେପି, ଚାଷୀଙ୍କୁ ଠକିଛି ନବୀନ ସରକାର-ସମୀର
Khabar Odisha:bjp-targeted-state-government-on-water-supplying
ଭୁବନେଶ୍ୱର, ୧୧ ଅଗଷ୍ଟ:

ଜଳସେଚନ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଲା ବିଜେପି  । ରାଜ୍ୟ ସରକାରଙ୍କ ବିଫଳତାକୁ ପ୍ରଶ୍ନ କରି ମୁଖ୍ୟମନ୍ତ୍ରୀଙ୍କୁ କାଠଗଡାକୁ ଟାଣିଛି ବିଜେପି  । ଓଡିଶାର ଚାଷୀମୁଣ୍ଡରେ ଋଣ ବୋଝ ରଖି ଚାଷୀଙ୍କ ବିଲକୁ ପାଣି ଯୋଗାଇବାରେ ନବୀନ ସରକାର ବିଫଳ ବୋଲି ବିଜେପି ଅଭିଯୋଗ କରିଛି  ।

କୃଷି ଓଡିଶାର ଅର୍ଥନୀତିର ମେରୁଦଣ୍ଡ ହୋଇଥିବା ବେଳେ ରାଜ୍ୟ ସରକାର ଜଳସେଚନ ବ୍ୟବସ୍ଥା ଲୋକଙ୍କୁ ଯୋଗାଇ ଦେବାରେ ବିଫଳ ହେବାକୁ ନେଇ ଦୀର୍ଘଦିନ ଧରି ଜଳସମ୍ପଦ ବିଭାଗକୁ ନିଜ ହାତରେ ରଖିଥିବା ମୁଖ୍ୟମନ୍ତ୍ରୀ ଓଡିଶାର ଚାଷୀମାନଙ୍କର ଦୁର୍ଗତିର ମୁଖ୍ୟ କାରଣ ବୋଲି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ।

ଶ୍ରୀ ମହାନ୍ତି କହିଛନ୍ତି ଗତକିଛିଦିନ ତଳେ ନାବାର୍ଡ ସହିତ ରାଜ୍ୟ ସରକାର ଏକ ବୁଝାବଣାପତ୍ର ସ୍ୱାକ୍ଷର କରି ଭୂତଳ ଜଳ ସଂରକ୍ଷଣ ମାଧ୍ୟମରେ ଗଭୀର ନଳକୂପ ଦ୍ୱାରା ଚାଷୀଙ୍କର ଜଳକଷ୍ଟ ଦୂର ହେବ ବୋଲି କହି ଚାଷୀଙ୍କୁ ପୁଣି ବୋକାବନାଇବା ପାଇଁ ଚେଷ୍ଟା କରିଛନ୍ତି ବୋଲି ସେ କହିଛନ୍ତି । ଭାରତ ସରକାରଙ୍କ ଯୋଜନାରେ ଗ୍ରୀନ୍ କ୍ଲାଇମେଟ ଫଣ୍ଡ ମାଧ୍ୟମରେ ଭୂତଳ ଜଳ ଉତ୍ସକୁ ମଜଭୁତ କରିବା ଏକ ଦୀର୍ଘମିଆଦୀ ଯୋଜନା । ମାତ୍ରରାଜ୍ୟ ସରକାର ଓଡିଆ ଚାଷୀମାନଙ୍କୁ ଯେଉଁ ଜଳସେଚନ ସୁବିଧା ଯୋଗାଇ ଦେବାର ପ୍ରତିଶୃତି ଦେଇଥିଲେ ତାହା ପୂରଣ କରିବାରେ କାହିଁକି ବିଫଳ ହୋଇଛନ୍ତି ଓଡିଆ ଚାଷୀମାନେ ତାର କଡାଗଣ୍ଡା ହିସାହ ମାଗୁଛନ୍ତି ବୋଲି ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି ।

ଏହାସହ ଗତ ୪ଟି ନିର୍ବାଚନରେ ଜଳସେଚନ ନେଇ ସରକାରୀ ଦଳର ପ୍ରତିଶୃତିକୁ ମନେ ପକାଇ ଦେଇଛନ୍ତି ଶ୍ରୀ ମହାନ୍ତି । ୨୦୦୦ ମସିହାରେ ୨୫ ପ୍ରତିଶତ ୨୦୦୪ରେ ଆଉ ୪ ପ୍ରତିଶତ ୨୦୦୯ରେ ପ୍ରତିବ୍ଲକରେ ୩୫ ପ୍ରତିଶତ ଓ ୨୦୧୪ରେ ୧୦ ଲକ୍ଷ  ହେକ୍ଟର ଜମିକୁ ଜଳସେଚନ ସୁବିଧା ଯଦି ସତରେ କାଯ୍ୟକାରୀ ହୋଇଥାନ୍ତା ତାହାହେଲେ ୯୦ ପ୍ରତିଶତରୁ ଅଧିକ ଚାଷଜମିକୁ ଜଳସେଚନର ସୁବିଧା ପହଁଚିସାରିଥାନ୍ତା ବୋଲି ସେ କହିଛନ୍ତି ।

ଶ୍ରୀ ମହାନ୍ତି କହିଛନ୍ତି ଯେ, ବୃହତ, ମଧ୍ୟମ, କ୍ଷୁଦ୍ର ଜଳସେଚନ ବିସ୍ତାରରେ ବିଫଳ ରାଜ୍ୟ ସରକାର ଉଠାଜଳସେଚନ ନାଁରେ ମିଥ୍ୟା ତଥ୍ୟ ଦେଇ ରାଜ୍ୟବାସୀଙ୍କୁ ଭୂଆଁ ବୁଲାଉଛନ୍ତି । ବିଶ୍ୱବ୍ୟାଙ୍କରୁ ଋଣ ନେଇ ତିଆରି ହୋଇଥିବା ସମଲବ୍ୟାରେଜରୁ ରେଙ୍ଗାଲି ଲେପ୍ଟ ଓ ରାଇଟ କେନାଲ ଦେଇ କାହିଁକି ଚାଷୀଙ୍କ ନିକଟରେ ପାଣି ପହଁଚିପାରିନାହିଁ ଏହାର ଉତର ଦାୟିତ୍ୱ କିଏ ନେବ । ଦୀର୍ଘ ଦଶନ୍ଧି ଧରି ଚାଷୀମାନେ ଚାତକ ପରି ପାଣିକୁ ଅପେକ୍ଷା କରି ବସିଥିବା ବେଳେ ଶିଳ୍ପସଂସ୍ଥା ମାନଙ୍କୁ ଏହି ବ୍ୟାରେଜ ଭିତରୁ ପାଣି କାହିଁକି ଦିଆ ଯାଇଛି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ ଉଠାଇଛନ୍ତି । ଲୋକଙ୍କ ମୁଣ୍ଡରେ ଋଣ, ଶିଳ୍ପକୁ ପାଣି ଏହା କି ନ୍ୟାୟ ବୋଲି ସେ ପ୍ରଶ୍ନ କରିଛନ୍ତି । ମହାନଦୀର ନଦୀର ପାଣି ନେଇ ତୁମ୍ବିତୋଫାନ ହୋଇଥିବା ବେଳେ ତେଲ ନଦୀ ଉପରେ ୧୯୯୪ ରୁ ଆରମ୍ଭ ହୋଇଥିବା ଲୋଏର ସୁକତେଲ ପ୍ରକଳ୍ପ ସ୍ଥିତି କଣ ଅଛି ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ହୀରାକୁଦର ତଳମୁଣ୍ଡରେ ଜଳସେଚନ ପ୍ରକଳ୍ପ ଗୁଡିକର କାମର ପ୍ରଗତି କଣ ତା ବିଜେଡି ମୁଖପାତ୍ର ମାନେ ନୁହଁନ୍ତି ରାଜ୍ୟ ସରକାର ସ୍ପଷ୍ଟକରନ୍ତୁ ବୋଲି ଶ୍ରୀ ମହାନ୍ତି ଦାବି କରିଛନ୍ତି ।

  • Tags:

Subscribe

National International State Sports Entertainment