ଆଜି ବସିବ ବିଧାନସଭା ଗୃହ କମିଟି ବୈଠକ, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ହେବ ଆଲୋଚନା
Khabar Odisha:assembly-home-committee-meeting-will-held-today
ଭୁବନେଶ୍ୱର, ଜୁଲାଇ ୧୩(ଖବର ଓଡିଶା):

ଆଜି ବସିବ ବିଧାନସଭା ଗୃହ କମିଟି ବୈଠକ । ବାଚସ୍ପତି ପ୍ରଦୀପ ଅମାତଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବାନେଇ ସୂଚନା ମିଳିଛି । ବିଶେଷ କରି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ସମ୍ବନ୍ଧରେ ବୈଠକରେ ଆଲୋଚନା ହେବ ।

ବୈଠକରେ ବିରୋଧୀ ଦଳ ନେତାଙ୍କ ସହ ସମବାୟ ଓ କୃଷି ମନ୍ତ୍ରୀ ଉପସ୍ଥିତ ରହି ଏମଏସପି ସଂକ୍ରାନ୍ତୀୟ ଆଲୋଚନାରେ ଭାଗ ନେବେ ।  ପୂର୍ବରୁ ଏମଏସପି ବୃଦ୍ଧି ନେଇ ବିଧାନସଭା ଗୃହ କମିଟିରେ ଆଲୋଚନା ହେବା ସହ ସର୍ବସମ୍ମତି କ୍ରମେ ଏହାକୁ ୨୯୩୦ ଟଙ୍କାକୁ ବୃଦ୍ଧି କରାଯିବା ନେଇ ସ୍ଥିର ହୋଇଥିଲା । ଏନେଇ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଆଲୋଚନା ହେବା ନେଇ ସ୍ଥିର ହୋଇଥିବାବେଳେ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ହୋଇ ପାରି ନଥିବା ବିଜେଡି ଅଭିଯୋଗ କରିଛି ।

ତେବେ ଆଜିର ବୈଠକରେ ଏମଏସପି ବୃଦ୍ଧି ସହ ଆଗାମୀ ଦିନର କାର୍ୟ୍ୟପନ୍ଥା ନେଇ ମଧ୍ୟ ନିଷ୍ପତି ନିଆଯିବାର ସମ୍ଭାବନା ରହିଛି ।

  • Tags:

Subscribe

National International State Sports Entertainment