ଆର୍ମି ମୁଖ୍ୟଙ୍କୁ ଧମକ, ରେଫରେଣ୍ଡମରୁ ଦୂରରେ ରହନ୍ତୁ
Khabar Odisha:army-chief-rawat-threatens-to-get-away
ନୂଆଦିଲ୍ଲୀ,ନଭେମ୍ବର୦୮(ଖବର ଓଡ଼ିଶା):

 ପଞ୍ଜାବରେ ମାହୋଲ ବିଗାଡ଼ିବା ନେଇ ଷଡ଼ଯନ୍ତ୍ର କରାଯାଉଥିବା ଜେନେରାଲ ବିପିନ ରାଓ୍ଵତଙ୍କ ବୟାନ ଉପରେ ଖାଲିସ୍ତାନ ସମର୍ଥକ ରେଡିକଲ ଗ୍ରୁପ ଶିଖ ଫର ଜଷ୍ଟିସ ବଡ଼ ଧମକ ଦେଇଛି। ଖାଲିସ୍ତାନର ସମର୍ଥକ  ରେଡିକଲ ଗ୍ରୁପ  ‘ଶିଖ ଫର ଜଷ୍ଟିସ’ ଜେନେରାଲ ରାଓ୍ଵତଙ୍କୁ  ରେଫରେଣ୍ଡମ ୨୦-୨୦ରୁ ଦୂରରେ ରହିବାକୁ ଉପଦେଶ ଦେଇଛନ୍ତି। ଯଦି ରେଫରେଣ୍ଡମ ୨୦-୨୦କୁ ଦବାଇବାକୁ ଚେଷ୍ଟା କରାଯାଏ ତେବେ ‘ଶିଖ ଫର ଜଷ୍ଟିସ’ ସଂଗଠନ ବିପିନ ରାଓ୍ଵତଙ୍କ ବିରୋଧରେ ଇଣ୍ଟରନ୍ୟାସନାଲ କୋର୍ଟରେ ଆଇନର ଆଶ୍ରୟ ମଧ୍ୟ ନେଇପାରିବ।

ନିଜ ବୟାନରେ କଣ କହିଥିଲେ ରାଓ୍ଵତ

ଉଲ୍ଲେଖଯୋଗ୍ୟ ସେନା ପ୍ରମୁଖ ଜେନେରାଲ ବିପିନ ରାଓ୍ଵତ ନିକଟରେ ନିଜର ବୟାନରେ କହିଥିଲେ ଯେ ପଞ୍ଜାବ ଉଗ୍ରବାଦକୁ ପୁର୍ନଜୀବିତ କରିବା ପାଇଁ ‘ବାହ୍ୟ ସମ୍ବନ୍ଧ’ ମାଧ୍ୟମରେ ପ୍ରୟାସ କରାଯାଉଛି। ଯଦି ଶୀଘ୍ର ଏହା ଉପରେ କାର୍ଯ୍ୟାନୁଷ୍ଠାନ ନିଆ ନଯିବ ତେବେ ଏଥିରେ ବହୁତ ବିଳମ୍ବ ଘଟିବ। ରାଓ୍ଵତ ଭାରତର ଆଭ୍ୟନ୍ତରୀଣ ସୁରକ୍ଷାକୁ ନେଇ ପରିବର୍ତ୍ତିତ ରୂପରେଖା ଓ ପ୍ରତିକ୍ରିୟା  ବିଷୟରେ ଆୟୋଜିତ ଏକ ସେମିନାରରେ ଏହି ମନ୍ତବ୍ୟ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ସେନାର ବରିଷ୍ଠ ଅଧିକାରୀ, ପ୍ରତିରକ୍ଷା ବିଶେଷଜ୍ଞ, ସରକାରଙ୍କ ପୂର୍ବତନ ବରିଷ୍ଠ ଅଧିକାରୀ ଓ ପୋଲିସକୁ ସମ୍ବୋଧିତ କରୁଥିଲେ। 

ଏହି କାର୍ଯ୍ୟକ୍ରମରେ ଜେନେରାଲ ବିପିନ ରାଓ୍ଵତ କହିଥିଲେ ଯେ ଆସାମରେ ବିଦ୍ରୋହକୁ ପୁର୍ନଜୀବିତ କରିବା ପାଇଁ ବାହ୍ୟ କାରକ ଏବଂ ବାହ୍ୟ ସମ୍ବନ୍ଧ ମାଧ୍ୟମରେ ପୁଣି ଥରେ ପ୍ରୟାସ କରାଯାଉଛି। ପଞ୍ଜାବ ଏବେ ଶାନ୍ତିପୂର୍ଣ୍ଣ ରହିଛି। ମାତ୍ର ଏହି ସବୁ ବାହ୍ୟ କାରକ କାରଣରୁ ରାଜ୍ୟରେ ପୁଣି ଥରେ ଉଗ୍ରବାଦ ସୃଷ୍ଟି କରିବାକୁ ପ୍ରୟାସ କରାଯାଉଛି। ତେଣୁ ଆମକୁ ବହୁତ ସାବଧାନ ରହିବା ଉଚିତ୍। 

Subscribe

National International State Sports Entertainment