ଅରବିନ୍ଦ ଢାଲିଙ୍କୁ ଥଇଥାନ, ମିଳିଲା ରାଜ୍ୟ ବିହନ ନିଗମର ଅଧ୍ୟକ୍ଷ ପଦ
Khabar Odisha:arabinda-dhali-seed-nigam-chairman
ଭୁବନେଶ୍ୱର, ଜୁଲାଇ ୧୧(ଖବର ଓଡିଶା):

ନବୀନଙ୍କୁ ଘାରିଛି ନେତାଙ୍କୁ ଥଇଥାନ ଚିନ୍ତା । କିଛି ଦିନ ଧରି ବିଜୁ ଜନତା ଦଳ ପକ୍ଷରୁ ଅନେକ ଅଲୋଡା ଏବଂ ବରିଷ୍ଠ ନେତାଙ୍କୁ ବିଭିନ୍ନ ଦଳୀୟ ପଦ ପଦବୀ ଦିଆଯାଇ ଥଇଥାନ କରାଯାଇଥିବା ବେଳେ ଆଜି ସେହି ତାଲିକାରେ ସାମିଲ ହୋଇଛନ୍ତି ଆଉ ଜଣେ ନେତା । ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢାଲିଙ୍କ ଉପରେ ଛାମୁଙ୍କ କୃପା ଦୃଷ୍ଟି ପଡିଛି । ବହୁ ବାଦବିବାଦରେ ଛନ୍ଦି ହୋଇଥିବା ଏହି ପୂର୍ବତନ ମନ୍ତ୍ରୀଙ୍କୁ ମିଳିଛି ବିହନ ନିଗମର ଅଧ୍ୟକ୍ଷ ପଦ । 

ସୂଚନାନୁଯାୟୀ, ଶ୍ରୀ ଢାଲିଙ୍କୁ ରାଜ୍ୟ ବିହନ ନିଗମର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । ତାଙ୍କୁ ଯୋଗେନ୍ଦ୍ର ତ୍ରିପାଠୀଙ୍କ ସ୍ଥାନରେ ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଆଜି ବିହନ ନିଗମ ଅଧ୍ୟକ୍ଷ ପଦରୁ ଯୋଗେନ୍ଦ୍ର ଇସ୍ତଫା ଦେବା ପରେ ଶ୍ରୀ ଢାଲିଙ୍କୁ ଏହି ଦାୟିତ୍ୱ ମିଳିଛି । 

ସୂଚନାଯୋଗ୍ୟ କି, ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢାଲି ଭାରତୀୟ ଜନତା ପାର୍ଟି ଛାଡି ବିଜେଡିରେ ଯୋଗ ଦେଇଥିଲେ । ଦଳ ତରଫରୁ ତାଙ୍କୁ ଜୟଦେବ ଆସନରୁ ବିଧାନସଭା ଟିକେଟ୍ ଦିଆଯାଇଥିଲା ଏବଂ ସେ ବିଧାୟକ ହୋଇଥିଲେ ।  କିନ୍ତୁ ଗତ ନିର୍ବାଚନରେ ବିଜୁ ଜନତା ଦଳ ତରଫରୁ ତାଙ୍କୁ ଟିକେଟ୍ ଦିଆଯାଇ ନଥିଲା ।

  • Tags:

Subscribe

National International State Sports Entertainment