ଆମେରିକାରେ ପଢୁଥିବା ଭାରତୀୟଙ୍କ ପାଇଁ ବଢିଲା ଅଡୁଆ, କଡାକଡି ହେଲା ନିୟମ
Khabar Odisha:america-has-toughened-policy-for-international-students-and-its-violation-can-lead-to-deportation
ଆମେରିକା, ଅଗଷ୍ଟ ୧୧ (ଖବର ଓଡିଶା) :

ଆମେରିକାରେ ରହୁଥିବା ବିଭିନ୍ନ ଦେଶର ଛାତ୍ରଛାତ୍ରୀଙ୍କ ପାଇଁ ବଢିଲା ଅଡୁଆ । ଏଥି ପାଇଁ ସେଠାକାର ସରକାର ଏକ ନିର୍ଦ୍ଦେଶ ଜାରି କରିଛନ୍ତି  । ଯାହା ଗତ ୯ ତାରିଖରୁ ଲାଗୁ ହୋଇ ସାରିଛି । ଏହି ନିର୍ଦ୍ଦେଶାନାମାନୁଯାୟୀ ଷ୍ଟୁଡେଂଟ୍ ଷ୍ଟାଟସ ବା ପାଠପଢା ଶେଷ ହେବା ପରେ ଆମେରିକାରେ ରହୁଥିବା ଛାତ୍ରଙ୍କ ରହଣୀକୁ ବେଆଇନ ଘୋଷଣା କରାଯିବ । 

ଏହି ନୀତି ପୂର୍ବରୁ ଥିବା ସମସ୍ତ ନିୟମର ବିପରୀତ । ନୂଆ ନିୟମ ସେହି ମାନଙ୍କୁ ଅସୁବିଧାରେ ପକାଇବ ଯେଉଁମାନେ ପାଠପଢା ଶେଷ ହେବାର ୧୮୦ଦିନ ଧରି ଆମେରିକାରେ ବସବାସ କରିବେ । ସେମାନଙ୍କୁ ଆଗାମୀ ୪ ବର୍ଷ ପାଇଁ ଆମେରିକାରେ ପ୍ରବେଶ ଅନୁମତି ମିଳିବ ନାହିଁ । ଚୀନ ପରେ ଆମେରିକାରେ ପଢୁଥିବା ଭାରତୀୟଙ୍କ ସଂଖ୍ୟା ଅଧିକ । ଏକ ରିପୋର୍ଟ୍ ଅନୁଯାୟୀ ୧.୮୬ ଲକ୍ଷ ଭାରତୀୟ ଛାତ୍ର ଆମେରିକାରେ ପାଠ ପଢୁଛନ୍ତି । 

ଯଦି କୌଣସି ଛାତ୍ର ପ୍ରତି ସପ୍ତାହରେ ଅନୁଷ୍ଠାନ ଦ୍ୱାରା ନିର୍ଧାରିତ ସମୟାନୁଯାୟୀ କ୍ଲାସ୍ ନ କରନ୍ତି ତେବେ ସେମାନଙ୍କୁ ନିଜ ଦେଶକୁ ଫେରାଇ ଦିଆଯିବ । ଅଧ୍ୟୟନ ସମାପ୍ତ ହେବା ପରେ ଅନଧିକୃତ ରୋଜଗାର ଏବଂ ଆମେରିକାରେ ଦୀର୍ଘ ସମୟ ଧରି ରହିବା ଫଳରେ ମଧ୍ୟ ଛାତ୍ରଙ୍କୁ ଫେରାଇ ଦିଆଯିବ । ତେବେ ପାଠପଢାର ଅବଧୀ ଶେଷ ହେବା ପୂର୍ବରୁ କୌଣସି ଛାତ୍ର ପୁନଶ୍ଚ ରହିବା ପାଇଁ ଆବେଦନ କଲେ ସେମାନଙ୍କ ପାଇଁ ଏହି ନିୟମ ଲାଗୁ ହେବ ନାହିଁ ।  

ନ୍ୟୁୟର୍କର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ଏହି ନିୟମ ସେହି ଛାତ୍ରମାନଙ୍କୁ ଅଡୁଆରେ ପକାଇବ ଯେଉଁମାନେ ପାଠପଢା ଶେଷ ହେବା ପରେ ଆମେରିକାରେ ରହୁଛନ୍ତି । ସେମାନଙ୍କୁ ଆମେରିକାରେ ପ୍ରବେଶ ଉପରେ ରୋକ୍ ଲଗାଇ ଦିଆଯିବ ।

  • Tags:

Subscribe

National International State Sports Entertainment