ଆଲାସ୍କା ଏୟାରଲାଇନ୍ସ୍ ପ୍ଲେନ୍ କ୍ରାସ୍, ଆତ୍ମହତ୍ୟା ପାଇଁ ଅପହରଣ କରାଯାଇଥିଲା ବିମାନ
Khabar Odisha:alaska-airlines-reports-unauthorized-takes-off-tension-in-america
ଆଲାସ୍କା, ଅଗଷ୍ଟ ୧୧ (ଖବର ଓଡିଶା):

ଗତକାଲି ବିଳମ୍ବିତ ରାତ୍ରରେ ଆଲାସ୍କା ଏୟାରଲାଇନ୍ସର ଏକ ଜେଟ୍ ବିମାନର ଅନଧିକୃତ ଉଡାଣ ଅଧିକାରୀଙ୍କ ହୋସ ଉଡାଇ ଦେଇଥିଲା  । ଏହି ବିମାନକୁ ଚୋରାଇଥିବା ବ୍ୟକ୍ତି ବିମାନକୁ ଏକ ଦ୍ୱୀପ ପାଖକୁ ନେଇ କ୍ରାସ କରିଦେଇଛନ୍ତି । ତେବେ ଏହା କୌଣସି ଆତଙ୍କବାଦୀ କାର୍ଯ୍ୟକଳାପ ହୋଇ ନଥିବା ବିମାନ ଅଧିକାରୀ କହିଛନ୍ତି । 

ବିମାନକୁ ଅପହରଣ କରିଥିବା ବ୍ୟକ୍ତି ବିମାନବନ୍ଦରରେ ମେକାନିକ ଭାବେ କାମ କରୁଥିଲା । ଅପହରଣ କରାଯାଇଥିବା ବିମାନକୁ ୱାସିଂଟନ୍ ବିମାନ ବନ୍ଦର ପାଖରେ ସେନା ଦ୍ୱାରା ପିଛା କରାଯାଇଥିଲା । ଆଲାସ୍କା ବିମାନବନ୍ଦର କର୍ତୃପକ୍ଷ ଅପହରଣ ହୋଇଥିବା ବିମାନରେ କୌଣସୀ ଯାତ୍ରୀ ନଥିବା କହିଛନ୍ତି । 

ଆଲାସ୍କାର ଅଧିକାଂଶ ବିମାନରେ କମ ଲୋକ ବସି ପାରୁଥିବାର ବ୍ୟବସ୍ଥା ରହିଛି । ବିମାନଟି କ୍ରାସ ହେବା ନେଇ ସୂଚନା ମିଳିବା ପରେ ଚଟରକ୍ଷୀ ବାହିନୀ ଘଟଣାସ୍ଥାଳରେ ତଦନ୍ତ ଆରମ୍ଭ କରିଦେଇଛନ୍ତି । କ୍ରାସ ହେବା ପୂର୍ବରୁ ଆକାଶ ଧୂଆଁମୟ ହୋଇ ଯାଇଥିଲା । ଘଟଣାର ସମ୍ବେଦନଶୀଳତାକୁ ନଜରରେ ରଖି ସୁରକ୍ଷା ଏଜେନ୍ସି ଦ୍ୱାରା ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । 

  • Tags:

Subscribe

National International State Sports Entertainment