ଏୟାରଟେଲର ନୂଆ ପ୍ଲାନ, ୯୭ଟଙ୍କାରେ ୧.୫ଜିବି ଡାଟା
Khabar Odisha:airtel-launched-rs-97-combo-recharge-offers-up-to-1-5gb-data-o-take-on-jio
ନୂଆଦିଲ୍ଲୀ, ସେପ୍ଟେମ୍ବର ୧୪ (ଖବର ଓଡିଶା):

ଏୟାରଟେଲ୍ ପୁଣିଥରେ ଏକ ନୂଆ ପ୍ରିପେଡ୍ ପ୍ଲାନ୍ ଲଂଚ୍ କରିଛି । ଯାହାର ଦାମ୍ ରହିଛି ମାତ୍ର ୯୭ ଟଙ୍କା । ଏହି ପ୍ଲାନ୍ ଦେଶସାରା ସମସ୍ତ ସର୍କଲରେ ଉପଲବ୍ଧ ହେବ । 

ଏହି ପ୍ଲାନରେ ୟୁଜରଙ୍କୁ ୩୦୦ ମିନିଟର ଲୋକାଲ-ଏସଟିଡି ଏବଂ ରୋମିଂ କଲ୍ ଫ୍ରି ମିଳିବ । ଏହା ସହ ୧.୫ ଜିବି ୩ଜି ଏବଂ ୪ଜି ଡାଟା ମଧ୍ୟ ମିଳିବ । ଏହା ବ୍ୟତୀତ ୨୦୦ ଫ୍ରି ମେସଜ୍ ପାଇପାରିବେ ୟୁଜର । ଏହି ପ୍ଲାନର ବୈଧତା ୨୮ ଦିନ ରହିବା ସହ ଏହାକୁ କମ୍ପାନୀର ୱେବସାଇଟରେ ରିଚାର୍ଜ୍ କରାଯାଇ ପାରିବ । 

୬୫ ଟଙ୍କାର ପ୍ଲାନ

ଏହି ପ୍ଲାନର ବୈଧତା ରହିଛି ୨୮ ଦିନ । ପ୍ଲାନରେ ଗ୍ରାହକଙ୍କୁ ୬୫ ଟଙ୍କାର ଟକଟାଇମ୍ ସହ ମିନିଟ୍ ପିଛା ଏକ ପଇସାର ପାୱାରପ୍ଲସ୍ ମିଳିବ । ୨୦୦ ଏମବିର ଡାଟା ମଧ୍ୟ ଗ୍ରାହକ ଉପଯୋଗ କରିପାରିବେ ।

  • Tags:

Subscribe

National International State Sports Entertainment