ଶିଶୁଙ୍କ ବୟସ ଓ ପୃଷ୍ଟିକର ଖାଦ୍ୟ
Khabar Odisha:age-by-age-guide-to-baby--food
ଭୁବନେଶ୍ୱର, ସେପ୍ଟେମ୍ବର ୧୪, (ଖବର ଓଡିଶା)

 ଶିଶୁ ଶିଶୁ ଜନ୍ମ ହେବାପରେ ମା’ କ୍ଷୀର ତା' ପାଇଁ ସର୍ବୋତ୍ତମ ବିବେଚିତ ହୋଇଥାଏ । ଏହା ଶିଶୁ ଶରୀରର ମୌଳିକ ଆବଶ୍ୟକତା ପୁରଣ କରିବା ସହିତ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି କରେ । କେବଳ ମା’ କ୍ଷୀର ନୁହେଁ । ତେବେ ସେହି ସମୟରେ ଶିଶୁକୁ ମା'କ୍ଷୀର ସହିତ ଖେଚୁଡି, ଦଲିଆ, ବିସ୍ଫୁଟ, ରାବିଡି ଆଦି ମଧ୍ୟ ଖାଇବାକୁ ଦେବା ଆବଶ୍ୟକ। ଅନେକ ସମୟରେ ମା'ମାନେ ଶିଶୁଙ୍କୁ ଅନ୍ୟ ଖାଦ୍ୟଦେବା ଆରମ୍ଭ କରିବା ମାତ୍ରେ ସ୍ତନ୍ୟପାନ କରାଇବା ବନ୍ଦ କରିଦିଅନ୍ତି । ଏହା କିନ୍ତୁ ସମ୍ପୂର୍ଣ୍ଣ ଅନୁଚିତ । ଆଉ କିଛି ମହିଳା ଶିଶୁକୁ ବର୍ଷ ହେବା ପୂର୍ବରୁ ମଇଦା, ଅଟା ବା ବେସନରେ ପ୍ରସ୍ତୁତ ଖାଦ୍ୟ ଦେବା ଆରମ୍ଭ କରିଦିଅନ୍ତି । ଏହାଦ୍ଵାରା ଶିଶୁ ପେଟରେ ଯନ୍ତ୍ରଣା ହେବା ସହିତ ତାହାର ଅନ୍ୟାନ୍ୟ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ ।

ବେଳେ ବେଳେ ଶିଶୁ କିଛି ଖାଦ୍ୟ ଖାଇବାକୁ ପସନ୍ଦ କରୁନଥିବାବେଳେ ଆମେ ଶାରୀରିକ ବିକାଶ ଲାଗି ତାକୁ ଜବରଦସ୍ତ ଖୁଆଇଥାଉ । ଯଦି ଦେଖୁଛନ୍ତି ଯେ, ଏମିତି ଖାଇବା ସେ ପସନ୍ଦ କରୁଛି ଯେଉଁଥିରେ ତା ପେଟ ପୁରିଯାଉଛି ହେଲେ ଶରୀର ବିକାଶ ହେଉନି । ଶିଶୁର ଖାଇବା ଆଗ୍ରହ ବୃଦ୍ଧି ନିମନ୍ତେ ସବୁବେଳେ, ନହେଲେ ବି ଦିନକୁ ଥରେ ଶିଶୁର ପସନ୍ଦ ମୁତାବକ ଖାଦ୍ୟ ଦିଅନ୍ତୁ । ତେବେ ଚେଷ୍ଟା କରନ୍ତୁ ଫଳ ଆଉ ପନିପରିବାରେ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ତିଆରି କରି ଦେବା ପାଇଁ । ଶିଶୁକୁ ସନ୍ତୁଳିତ ଖାଦ୍ୟ ଦିଅନ୍ତୁ । ନଚେତ୍ ତାହାର ଶାରୀରିକ ତଥା ମାନସିକ ବିକାଶ ବାଧାପ୍ରାପ୍ତ ହେବ । ଶିଶୁ ସବୁ ସମୟରେ ଗୋଟିଏ ପ୍ରକାର ଖାଦ୍ୟ ପସନ୍ଦ କରୁନଥିବାରୁ ତାହାର ଖାଦ୍ୟରେ ପରିବର୍ତ୍ତନ କରାଯିବା ଦରକାର ।

ଶିଶୁକୁ ଦୁଗ୍ଧ ଆବଶ୍ୟକତା ପୁରଣ ନିମନ୍ତେ ଦୁଗ୍ଧରୁ ପ୍ରସ୍ତୁତ ପନିର, ଛେନା, ଲହୁଣି ଆଦି କମ୍ ପରିମାଣରେ ଖାଇବାକୁ ଦିଆଯାଇପାରିବ । ଶିଶୁ ଖାଦ୍ୟରେ ଯେଭଳି ୫୫ ପ୍ରତିଶତ କାର୍ବୋହାଇଡ୍ରେଟ,୨୫ ରୁ ୩୦ ପ୍ରତିଶତ ଚର୍ବି,୨୫ ପ୍ରତିଶତ ସେଥିପ୍ରତି ଦୃଷ୍ଟି ଦିଆଯିବା ଆବଶ୍ୟକ । ସମସ୍ତ ପ୍ରକର ଖାଦ୍ୟଶସ୍ୟ କାର୍ବୋହାଇଡ୍ରେଟର ଆବଶ୍ୟକତ ପୂରଣ କରିଥାଏ   ।  ତେବେ ସେଥି ମଧ୍ୟରୁ ଅଧିକାଂଶ ଶିଶୁ ରୁଟି ଓ ଭାତକୁ ଖାଦ୍ୟ ଭାବରେ ପସନ୍ଦ କରନ୍ତି । ତେଣୁ ଶିଶୁଙ୍କୁ ଏହି ଖାଦ୍ୟଶସ୍ୟ ଭିନ୍ନ ଭିନ୍ନଆକାରରେ ଦିଆଯାଇପାରିବ । ଯେମିତିକି ଭାତ, ଖେଚୁଡି, ଭେଜିଟେବୁଲ ପଲାଉ,ରୁଟି, ପରଟା,ପୁରୀ ଆଦି   ।ଶିଶୁ ପାଇଁ ଆବଶ୍ୟକ ହେଉଥବା ଚର୍ବି ଜାତୀୟ ଖାଦ୍ୟ ବାବଦରେ ଦୁଧ, ଦହି, ଛେନା ଏବଂ ଚିନାବାଦାମ, ରାଶି ତେଲ, ଘିଅ ଆଦି ଦିଆଯାଇପାରିବ । ଶିଶୁର ଖାଦ୍ୟରେ ଡାଲିକୁ ସାମିଲ କରାଗଲେ ତାହାର ପ୍ରୋଟିନ ଆବଶ୍ୟକତା ପୂରଣ ହୋଇପାରିବ । ୪୪ ପ୍ରତିଶତ ପ୍ରୋଟିନ ଏବଂ ୨୫ ପ୍ରତିଶତ ଚର୍ବି ଅଂଶ ଥିବା ସୋୟାବିନ ଏବଂ ମଲ୍ଟି ଭିଟାମିନ ନିମନ୍ତେ ବିଭିନ୍ନ ରଙ୍ଗର ପନିପରିବା, ଫଳ ଆଦିକୁ ଶିଶୁ ଖାଦ୍ୟରେ ସାମିଲ କରନ୍ତୁ ।

  • Tags:

Subscribe

National International State Sports Entertainment