ସିବିଆଇ ବିବାଦ: ମୋଦୀ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ, କଣ ପାଇଁ ଚୟନ କମିଟିଠୁ ନିଆଗଲା ନାହିଁ ମଞ୍ଜୁରୀ
Khabar Odisha:what-was-the-difficulty-in-consulting-the-selection-committee-before-divesting-alok-verma-of-his-power-supreme-court-to-modi-govt
ନୂଆଦିଲ୍ଲୀ,ଡିସେମ୍ବର୦୬(ଖବର ଓଡ଼ିଶା):

 ସର୍ବୋଚ୍ଚ ନ୍ୟାୟାଳୟ ଆଲୋକ ବର୍ମାଙ୍କୁ ସିବିଆଇ ନିର୍ଦ୍ଦେଶକ ପଦରୁ ଦାୟିତ୍ଵମୁକ୍ତ କରି ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ଛୁଟିରେ ପଠାଯିବା ସରକାରଙ୍କ ନିଷ୍ପତ୍ତି ବିରୋଧରେ ଶୁଣାଣି ପୂରା କରିଛନ୍ତି। ନ୍ୟାୟାଳୟ ଏହି ମାମଲାରେ ରାୟ ସଂରକ୍ଷିତ ରଖିଛନ୍ତି। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ, ବିଚାରପତି ସଞ୍ଜୟ କିଶାନ କୌଲ ଓ ବିଚାରପତି କେଏମ ଯୋଶେଫଙ୍କ ପୀଠ ଏହି ମାମଲାରେ ଆଲୋକ ବର୍ମା, କେନ୍ଦ୍ର, କେନ୍ଦ୍ରୀୟ ସତର୍କତା ଆୟୋଗ ଓ ଅନ୍ୟ ପକ୍ଷଙ୍କ ଦଲିଲ ଶୁଣିବା ପରେ ରାୟ ପରେ ଶୁଣାଇବେ ବୋଲି କହିଛନ୍ତି।

ଏହି ମାମଲାରେ ଶୁଣାଣି ସମୟରେ ସୁପ୍ରିମକୋର୍ଟ ମୋଦୀ ସରକାରଙ୍କୁ କଠିନ ପ୍ରଶ୍ନ କରିଛନ୍ତି। ସୁପ୍ରିମକୋର୍ଟ ସରକାରଙ୍କୁ କହିଛନ୍ତି ଯେ ସିବିଆଇ ବନାମ ସିବିଆଇ ବିବାଦରେ  ଦୁଇ ଜଣ ଶୀର୍ଷ ଅଧିକାରୀଙ୍କ ମଧ୍ୟରେ ଥିବା ଲଢେଇ କଣ ଆଜିର ଥିଲା, ଯାହା ରାତିରାତି ସାମ୍ନାକୁ ଆସିଲା।  ଏହା ଏମିତି ମାମଲା ନଥିଲା ଯେଉଁଠି ସରକାରଙ୍କୁ ଚୟନ କମିଟିଙ୍କ ବିନା ଆଲୋଚନାରେ ସିବିଆଇ ନିର୍ଦ୍ଦେଶକଙ୍କ ଶକ୍ତିକୁ ପୂରା ସମାପ୍ତ କରିବାର ନିଷ୍ପତ୍ତି ନେବାକୁ ପଡ଼ିଲା। ଏମିତି ସ୍ଥିତି ଗତ ତିନି ମାସ ଧରି ଚାଲିଥିଲା। ଖଣ୍ଡପୀଠ କହିଛନ୍ତି ଯେ ଯଦି କେନ୍ଦ୍ର ସରକାର ସିବିଆଇ ନିର୍ଦ୍ଦେଶକଙ୍କ ଶକ୍ତି ଉପରେ ଲଗାମ ଲଗାଇବା ପୂର୍ବରୁ ଚୟନ କମିଟିର ମଞ୍ଜୁରୀ ନେଇଥାନ୍ତେ ତେବେ ଭଲ ଭାବେ କାନୁନର ପାଳନ ହୋଇପାରିଥାନ୍ତା। ସରକାରଙ୍କ କାର୍ୟ୍ୟା ନୁଷ୍ଠାନର ଭାବନା ସଂସ୍ଥାର ହିତ ପାଇଁ ହେବା ଉଚିତ୍ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। 

କିଛି ମାସ ଅପେକ୍ଷା କରି ନେଇଥିଲେ କଣ ଅସୁବିଧା ହୋଇଥାନ୍ତା 

ଗୁରୁବାର ସିବିଆଇ ବିବାଦର ଶୁଣାଣି ସମୟରେ ସୁପ୍ରିମକୋର୍ଟ କୋଠର ଆଭିମୁଖ୍ୟ ଆପଣେଇଥିଲେ। ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ସଲିସିଟର ଜେନେରାଲ ତୁଷାର ମେହତାଙ୍କୁ ପ୍ରଶ୍ନ କରିଛନ୍ତି ଯେ ସରକାର ଅକ୍ଟୋବର ୨୩ରେ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ପଦମୁକ୍ତ କରି ଛୁଟିରେ  ପଠାଇବାର ନିଷ୍ପତ୍ତି ରାତାରାତି କଣ ପାଇଁ ନେଲେ ? ବର୍ମାଙ୍କୁ ଆଉ କିଛି ମାସ ପରେ ଅବସର ନେବାର ଥିଲା ତେଣୁ ଆଉ କିଛି ମାସ ଅପେକ୍ଷା କରିଥିଲେ କଣ ଅସୁବିଧା ହୋଇଥାନ୍ତା। ଏହା ସହିତ ଚୟନ କମିଟିଙ୍କ ପରାମର୍ଶ କଣ ପାଇଁ ନିଆଯାଇନଥିଲା ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛି। 

Subscribe

National International State Sports Entertainment