ବର୍ଷାରେ ଉବୁଟୁବୁ ଟ୍ୱିନ୍‌ ସିଟି
Khabar Odisha:Twin-City-affected-due-to-heavy-rain
ଭୁବନେଶ୍ୱର, ଅକ୍ଟୋବର ୧୨ (ଖବର ଓଡ଼ିଶା):

ସାମୁଦ୍ରିକ ଝଡ଼ ତିତ୍‌ଲି ଓଡ଼ିଶା ଛାଡ଼ିଥିବାବେଳେ ଧିରେ ଧିରେ ଏହା ଦୁର୍ବଳ ହେଉଛି । ମଧ୍ୟାହ୍ନ ସମୟ ବେଳକୁ ଗଭୀର ଅବପାତରୁ ଅବପାତକୁ ପରିଣତ ହେବ । କିନ୍ତୁ ତାର ପ୍ରଭାବ ଏବେବି ରାଜ୍ୟରେ ଜାରି ରହିଛି । ରାଜ୍ୟ ତମାମ ବର୍ଷା ଜାରିରହିଥିବାବେଳେ ଦୈତନଗରୀ ଭୁବନେଶ୍ୱର ଓ କଟକ ସ୍ଥିତି ସଙ୍ଗୀନ ହୋଇପଡ଼ିଛି । 

କଟକରେ ଆଜି ସକାଳ ସୁଦ୍ଧା ୧୩୩ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ରକ୍ସି ଲେନରେ ୩ ଫୁଟ ଉଚ୍ଚରେ ପାଣି ଚାଲୁଥିବାବେଳେ  ଚୌଧୁରୀ ବଜାର, ସୂତାହାଟ, ସେମିନାର ଛକ, କଲେଜ ଛକ ସମେତ ବହୁ ପ୍ରମୁଖ ସ୍ଥାନ ଜଳାର୍ଣ୍ଣବ ହୋଇଛି । ଜଳ ନିଷ୍କାସନ ପାଇଁ ୨୦୦ରୁ ଅଧିକ ପମ୍ପ ନିୟୋଜିତ କରାଯାଇଛି ଏବଂ ସୁଇସ ଗେଟ ଖୋଲି ଦିଆଯାଇଛି । କମିଶନର, ଜିଲ୍ଲାପାଳ ଓ ମେୟର ପ୍ରଭାବିତ ଅଂଚଳ ବୁଲି ଦେଖୁଛନ୍ତି । ଆବଶ୍ୟକ ସ୍ଥଳେ ରନ୍ଧା ଖାଦ୍ୟ ଯୋଗାଇଦେବାକୁ ସୂଚନା ଦେଇଛନ୍ତି ।

ସେହିପରି ଟ୍ୱିନସିଟି ଭୁବନେଶ୍ୱରରେ ୯୬ ମିଲିମିଟର ବର୍ଷା ହୋଇଥିବାବେଳେ ଅବସ୍ଥା ମଧ୍ୟ ସଙ୍ଗୀନ ହୋଇଯାଇଛି । ଗତକାଲି ମଧ୍ୟରାତ୍ରିରୁ ଅନେକ ପ୍ରମୁଖ ସ୍ଥାନରେ ଘର ଭିତରେ ପାଣି ପଶିଯାଇଛି । ରାତି ସାରା ଲୋକେ ଅନିଦ୍ରା ରହିଛନ୍ତି । ରସୁଲଗଡ, ଲକ୍ଷ୍ମୀସାଗର, ବରମୁଣ୍ଡା, ଜୟଦେବବିହାର, ଆଚାର୍ୟ୍ଦବିହାର, ଝାରପଡା, ପୁରୁଣା ଭୁବନେଶ୍ୱର ବେଶ ପ୍ରଭାବିତ ହୋଇଛି । କେତେକ ସ୍ଥାନରେ ରାସ୍ତା ଉପରେ ୨ ଫୁଟ ଉପରେ ପାଣି ଚାଲୁଛି । 

Subscribe

National International State Sports Entertainment