ଟ୍ରମ୍ପ ହୋଇପାରନ୍ତି ଗଣତନ୍ତ୍ର ଦିବସର ଅତିଥି, ଭାରତ ପକ୍ଷରୁ ପଠାଗଲା ନିମନ୍ତ୍ରଣ
Khabar Odisha:Trump-may-join-republic-day-as-a-chief-guest
ନୂଆଦିଲ୍ଲୀ, ଜୁଲାଇ ୧୩(ଖବର ଓଡ଼ିଶା) :

ଭାରତର ଆଗାମୀ ବର୍ଷ ଗଣତନ୍ତ୍ର ଦିବସ ସମାରୋହର ମୁଖ୍ୟ ଅତିଥି ହେବା ପାଇଁ ଆମେରିକାର ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପଙ୍କୁ ନିମନ୍ତ୍ରଣ ପତ୍ର ପଠାଯାଇଛି । ଯଦି ସେ ଏହାକୁ ସ୍ୱୀକାର କରନ୍ତି ତେବେ ଏପରି ବିଦେଶ ନୀତି ପାଇଁ ଏହା ମୋଦି ସରକାରଙ୍କ ବଡ଼ ସଫଳତା ହେବ ।

ଭାରତ ଚଳିତ ବର୍ଷ ଅପ୍ରେଲ ମାସରେ ଏହି ନିମନ୍ତ୍ରଣ ପତ୍ର ପଠାଇଛି ଏବଂ ଏବେ ଆମେରିକା ସରକାର ଠାରୁ ଏହା ଉପରେ ସରକାରୀ ସ୍ତରରେ ଉତ୍ତରକୁ ଅପେକ୍ଷା କରାଯାଇଛି । ଟ୍ରମ୍ପ ସରକାର ଏହି ନିମନ୍ତ୍ରଣକୁ ସକାରାତ୍ମକ ବିଚାର କରିଥିବା ଜଣାଯାଇଛି । ଯଦି ଟ୍ରମ୍ପ ନିମନ୍ତ୍ରଣ ସ୍ୱିକାର କରି ଭାରତ ଆସିବେ ତେବେ ତାଙ୍କ ଗସ୍ତ ପୂର୍ବବର୍ତ୍ତମ ରାଷ୍ଟ୍ରପତି ବାରାକ ଓବାମାଙ୍କ ଗସ୍ତ ଠାରୁ ଅଧିକ ଚର୍ଚ୍ଚାରେ ରହିବ । ବାରାକ ଓବାମା ୨୦୧୫ ଜନରାଜ୍ୟ ଦିବସର ପରେଡ଼ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ମୋଦି ସରକାର ଜନରାଜ୍ୟ ଦିବସରେ ବିଶ୍ୱର ବହୁ ପ୍ରମୁଖ ନେତାଙ୍କୁ ନିମନ୍ତ୍ରଣ କରିଛନ୍ତି । ୨୦୧୫ରେ ବାରାକ ଓବାମା ୨୦୧୬ରେ ଫ୍ରାନ୍ସ ରାଷ୍ଟ୍ରପତି ଫ୍ରେଙ୍କୋଇସ ହୋଲେଣ୍ଡ ୨୦୧୭ରେ ଆବୁଧାବିର ରାଜା ପ୍ରିନ୍ସ ମୋହମ୍ମଦ ବିନ ଜାୟଦ ଅଲ ନାହୟାନ ଏବଂ ୨୦୧୮ରେ ଏସିଆର ସମସ୍ତ ୧୦ନେତା ଜନରାଜ୍ୟ ଦିବସର ଅତିଥି ଥିଲେ । 

  • Tags:

Subscribe

National International State Sports Entertainment