ତ୍ୟାଗ ଓ ସେବାର ମୂର୍ତ୍ତିମନ୍ତ ପ୍ରତୀକ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଆଜି ୯୦ତମ ଶ୍ରାଦ୍ଧ ବାର୍ଷିକୀ
Khabar Odisha:To-day-is-shradh-divas-of-gopabandhu
ପୁରୀ, ଜୁଲାଇ ୧୩(ଖବର ଓଡ଼ିଶା) :

ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ସୁଆଣ୍ଡୋ ଗ୍ରାମରେ ଜନ୍ମ ଲାଭ କରିଥିଲେ ପଣ୍ଡିତ ଉକ୍ରଳମଣି ଗୋପବନ୍ଧୁ ଦାସ କଲିକତାରୁ ଆଇନରେ ଡ଼ିଗ୍ରୀ କରିଥିବା ଗୋପବନ୍ଧୁ ୧୯୦୯ ମସିହାରେ ଆରମ୍ଭ କରିଥିଲେ ସତ୍ୟବାଦୀ ବନ ବିଦ୍ୟାଳୟ । ଗୋପବନ୍ଧୁ, ହରିହର, ନୀଳକଣ୍ଠ, ଗୋଦାବରୀଶ ଓ କୃପାସିନ୍ଧୁଙ୍କ ଆଦର୍ଶରେ ବନବିଦ୍ୟାଳୟ ଏକ ମଣିଷ ଗଢା କାରଖାନା ଭାବେ ଖ୍ୟାତ ଲାଭ କରିଥିଲା । ମହାତ୍ମାଗାନ୍ଧୀ ବନ ବିଦ୍ୟାଳୟ ପରିଦର୍ଶନ କରି ୟଙ୍ଗ ଇଣ୍ଡିଆରେ ଲେଖିଥିଲେ ଏଭଳି ନିଷ୍ଠାପର ଶିକ୍ଷକ ଯଦି ଦେଶରେ ସୃଷ୍ଟି ହୁଅନ୍ତେ ତେବେ ବର୍ଷକ ମଧ୍ୟରେ ସ୍ୱରାଜ୍ୟ ଲାଭ କରିବା କିଛି ବିସ୍ମୟ କଥା ନୁହେଁ ବୋଲି ମୋର ବିଶ୍ୱାସ ।

ଅବକାଶ ଚିନ୍ତା, ଧର୍ମପଦ, କାରା କବିତା ବନ୍ଦୀର, ଆତ୍ମ କଥା, ଗୋମହାତ୍ମ୍ୟ, ନଚିକେତା ଉପାଖ୍ୟାନ ଆଦି ଗୋପବନ୍ଧୁଙ୍କ ପ୍ରସିଦ୍ଧ ସାହିତ୍ୟ କୃତି । ୧୯୨୮ ମସିହା ପବିତ୍ର ନେତ୍ରୋତ୍ସବ ଦିନ ଉତ୍କଳମଣିଙ୍କ ତିରୋଧାନ ଘଟିଥିଲା । ସତ୍ୟବାଦୀର ଏହି ମହାନ ସନ୍ଥଙ୍କ ଦ୍ୱାରା ୯ଜଣ ଛାତ୍ରଙ୍କୁ ନେଇ ଆରମ୍ଭ ହୋଇଥିବା ବନ ବିଦ୍ୟାଳୟର ଶିକ୍ଷା ପଦ୍ଧତି ଥିଲା ଅନନ୍ୟ । ସରକାରୀ ଚାକିରୀ କରିବା ନାହିଁ, ନିଜର ଭରଣପୋଷଣ ବିଳାସରେ ମନ ଦେବା ନାହିଁ । ଜନ୍ମ ହୋଇ ଦେଶକୁ ଯାହା ଦେଖି ଥାଇଁ, ମଲାବେଳେ ତା ଠାରୁ ଉନ୍ନତତର ଅବସ୍ଥାରେ ଛାଡ଼ିଯିବା ନେଇ ଗୋପବନ୍ଧୁ ନେଇଥିବା ଶପଥ ତାଙ୍କ ତ୍ୟାଗ ଓ ସେବାକୁ ପ୍ରତିଫଳିତ କରାଇଥିଲା ।

  • Tags:

Subscribe

National International State Sports Entertainment