ଆବଶ୍ୟକତାଠୁ ଅଧିକ କଥା କହୁଥିଲେ ସିଦ୍ଧୁ, ହରାଇ ପାରନ୍ତି ବାକ୍ ଶକ୍ତି
Khabar Odisha:Threat-To-Navjot-Sidhu-Voice-Doctors-Adviced-To-Take-Complete-Rest-For-Five-Days
ନୂଆଦିଲ୍ଲୀ, ଡିସେମ୍ବର ୬, (ଖବର ଓଡିଶା)

 ନବଜ୍ୟୋତ ସିଦ୍ଧୁଙ୍କ ଫ୍ୟାନମାନଙ୍କ ପାଇଁ ଦୁଃସମ୍ବାଦ । ଯଦି ସିଦ୍ଧୁ ଡାକ୍ତରଙ୍କ କଥା ନ ମାନନ୍ତି ତେବେ ସବୁଦିନ ପାଇଁ ତାଙ୍କୁ ଚୁପ ରହିବାକୁ ପଡିପାରେ । ସୁଚନାଯୋଗ୍ୟ କି, ଡାକ୍ତରମାନେ ମନ୍ତ୍ରୀ ନବଜ୍ୟୋତ ସିଂ ସିଦ୍ଧୁଙ୍କ କଣ୍ଠ ସ୍ୱରପ୍ରତି ବିପଦ ଥିବା କଥା କହିଛନ୍ତି । ଏହା ସହିତ ଏକ କଡା ଉପଦେଶ ମଧ୍ୟ ଦେଇଛନ୍ତି । ଡାକ୍ତରମାନେ ସିଦ୍ଧୁଙ୍କୁ ପୁରା ୫ ଦିନ ଚୁପ ରହି ଆରାମ କରିବା ପାଇଁ କହିଛନ୍ତି । ଯଦି ସେ ଏପରି ନ କରିବେ ତେବେ ସେ ତାଙ୍କର କହିବା ଶକ୍ତି ହରାଇ ବସିବେ । କୁହାଯାଉଛି କି, ବର୍ତମାନ ତାଙ୍କୁ ନିଶ୍ୱାସ ନେବାରେ ସମସ୍ୟା ସୃଷ୍ଟି ହେବା ଯୋଗୁ ତାଙ୍କୁ ଏଥିପାଇଁ ଅଭ୍ୟାସ କରାଯାଉଛି । ପିଜିଓଥେରାପି ସହିତ ବିଶେଷ େଔଷଧ ମଧ୍ୟ ଦିଆଯାଉଛି । 

ସୂଚନଯୋଗ୍ୟ କି, ନବଜ୍ୟୋତ ସିଂ ସିଦ୍ଧୁ ୧୭ ଦିନିଆ ନିର୍ବାଚନୀ ଗ୍ରସ୍ତରେ ଥିଲେ । ତେଲେଙ୍ଗାନାରେ ସେ କଂଗ୍ରେସ ସମର୍ଥନରେ ଅନେକ ସଭା କରିଥିଲେ । ସେ ୭୦ରୁ ଅଧିକ ସାର୍ବଜନୀନ  ବୈଠକରେ ଲୋକଙ୍କୁ ସମ୍ବୋଧିତ କରିସାରିଛନ୍ତି । ଏହି ଅବସରରେ ଲଗାତାର ଭାଷଣ ଦେବା କାରଣରୁ ତାଙ୍କ ସ୍ୱର ପ୍ରତି ସମସ୍ୟା ଦେଖା ଦେଇଛି । ପରୀକ୍ଷା କରିବା ଦ୍ୱାରା ଡାକ୍ତର ତାଙ୍କୁ କହିଛନ୍ତି କି, ମାମଲା ବହୁତ ଗମ୍ଭୀର ଅଟେ । ସେ ନିଜ କଥା କହିବା ଶକ୍ତି ହରାଇବା ଭଳି ପରିସ୍ଥିତିରେ ଅଛନ୍ତି । ସେଥିପାଇଁ ଡାକ୍ତରମାନେ ତାଙ୍କୁ ୩ରୁ ୫ ଦିନ ଆରମ କରିବା ପାଇଁ କହିଛନ୍ତି । 

Subscribe

National International State Sports Entertainment