ଅଫିସରଙ୍କ ଏହି ନୀତି ପାଇଁ ମୋଦୀଙ୍କ ବୈଠକରେ ମୋବାଇଲ ଉପରେ ଲାଗିଛି ପ୍ରତିବନ୍ଧକ
Khabar Odisha: This-is-why-pm-modi-does-not-allow-mobile-phone-in-his-meetings

ନୂଆଦିଲ୍ଲୀ,ଏପ୍ରିଲ୨୧(ଖବର ଓଡ଼ିଶା): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୈଠକକୁ କୈାଣସି ଅଧିକାରୀ ମୋବାଇଲ ଫୋନ ନେଇ ଯାଇପାରିବେ ନାହିଁ। ଏହାର କାରଣ କଣ ମୋଦୀ ଏହାର ଜବାବ ଶୁକ୍ରବାର ଲୋକସେବା ଦିବସ ଅବସରରେ ଅଧିକାରୀଙ୍କୁ ସମ୍ବୋଧିତ କରି ଦେଇଛନ୍ତି। ସେ କହିଛନ୍ତି ବୈଠକ ସମୟରେ ଅଧିକାରୀ ଆଲୋଚନାକୁ  ଧ୍ୟାନ ନଦେଇ ମୋବାଇଲରେ ସୋଶିଆଲ ସାଇଟ ଦେଖିବାରେ ବ୍ୟସ୍ତ ରହିଥାନ୍ତି। ଏଥିପାଇଁ ଏହି ପଦକ୍ଷେପ ନିଆଯାଇଛି।

ମୋଦୀ କହିଛନ୍ତି, ସର୍ବଦା ବୈଠକରେ ଆଲୋଚନା ସମୟରେ ଅଧିକାରୀମାନେ ଫୋନରେ ସୋଶିଆଲ ମିଡିଆ ଦେଖୁଥିବାର ମୁଁ ଦେଖିଛି। ଆଜିର ଜିଲ୍ଲାସ୍ତରୀୟ ଅଧିକାରୀ ମୋବାଇଲରେ ଏତେ ବ୍ୟସ୍ତ ରହୁଛନ୍ତି ଯେ ସରକାରୀ କାର୍ୟ୍ୟ ପ୍ରତି ତାଙ୍କର ଧ୍ୟାନ ରହୁନାହିଁ। ଅଫିସରେ ସେମାନଙ୍କର ଅଧିକାଂଶ ସମୟ ସୋଶିଆଲ ମିଡିଆରେ ଅତିବାହିତ  ହୋଇଯାଉଛି। ଅଫିସର ଓ ଅଧିକାରୀଙ୍କ ଏହି ବ୍ୟବହାର ଦେଖି, ବୈଠକକୁ ମୋବାଇଲ ଆଣିବା ଉପରେ ପ୍ରତିବନ୍ଧ ଲଗାଯାଇଥିବା ମୋଦୀ କହିଛନ୍ତି। କାରଣ ଅଧିକାରୀଗଣ ବୈଠକ ମଝିରେ ଫୋନ ବାହାର କରି ନିଜ କାର୍ୟ୍ୟରେ ବ୍ୟସ୍ତ ରୁହନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ସୋଶିଆଲ ମିଡିଆର ଉପଯୋଗ ଲୋକଙ୍କ ବିକାଶ ପାଇଁ କରିବା ଉଚିତ୍ ନା ନିଜର ପ୍ରଶଂସା ପାଇଁ। ଦୁନିଆ ଇ-ଗଭର୍ଣ୍ଣେସ ଆଡ଼କୁ ଗତି କରୁଛି ଏଵଂ ମୋବାଇଲ ପରି ଉପକରଣର ଆବଶ୍ୟକତା ରହିଛି। ସୋଶିଆଲ ମିଡିଆ ତେବେ ଉପଯୋଗୀ ହେବ, ଯେବେ ଏହାର ଉପଯୋଗ ଲୋକଙ୍କ ଉନ୍ନତି ପାଇଁ ହେବ ଓ ଲୋକଙ୍କୁ ଭଲ କାର୍ୟ୍ୟର ସୂଚନା ପ୍ରଦାନ କରିବ।

ମୋଦୀ ଉଦାହରଣ ଦେଇ କହିଛନ୍ତି ଯେ ଯଦି ମୁଁ ସୋଶିଆଲ ମିଡିଆ ଜରିଆରେ ଲୋକଙ୍କୁ ପୋଲିଓ ବୁନ୍ଦା ତାରିଖର ସୂଚନା ଦେବି ଏବଂ ଲୋକେ ନିର୍ଦ୍ଧାରିତ ତାରିଖରେ ନିଜ  ଶିଶୁଙ୍କୁ ପୋଲିଓ ବୁନ୍ଦା ଦେବା ପାଇଁ ପୋଲିଓ କେନ୍ଦ୍ରକୁ ଆସିବେ ତାହେଲେ ଯାଇ ସୋଶିଆଲ ମିଡିଆର ଲାଭଦାୟକ ହେବ। ମାତ୍ର ଏହା ପରିବର୍ତ୍ତେ ଫେସବୁକରେ ନିଜର ଛବି ଦେଇ ପ୍ରଂଶସା କରେ ଏବଂ ଏଥିରେ ହିଁ ମଜି ରହେ ତା ହେଲେ ଅଧିକାରୀଙ୍କ କାର୍ୟ୍ୟଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବ। 

Leave a Reply

Your email address will not be published. Required fields are marked *



Comments