ସୁପ୍ରିମକୋର୍ଟର ଆଦେଶ, ଜନବସତି ଅଂଚଳରେ ଚାଲୁଥିବା ଫ୍ୟାକ୍ଟ୍ରି ୧୫ ଦିନ ମଧ୍ୟରେ ସିଲ କରାଯାଉ
Khabar Odisha:Supreme-Court-Says-Factories-Running-In-Residential-Areas-Of-Delhi-Are-Tragic
ନୂଆଦିଲ୍ଲୀ, ଅକ୍ଟୋବର ୧୨, (ଖବର ଓଡିଶା)

 ଦିଲ୍ଲୀର ଜନବସତି ଅଂଚଳରେ ଚାଲୁଥିବା ଫ୍ୟାକ୍ଟ୍ରିଗୁଡିକ ପାଇଁ ସୁପ୍ରିମକୋର୍ଟ ଦୁଖିଃତ ବୋଲି କହିଛି । ସୁପ୍ରିମକୋର୍ଟ ଆଦେଶ ପରେ ୧୪ ବର୍ଷ ପୂର୍ବ ଦିଲ୍ଲୀର ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ତିଆରି ହୋଇଥିବା ମନିଟାରିଙ୍ଗ କମିଟିରେ ଗୁରୁବାର କହିଛନ୍ତି କି, ୧୫ ଦିନ ଭିତରେ ଘରୋଇ ଓ ବେସରକାରୀ ଅଂଳରେ ଚାଲୁଥିବା ଫ୍ୟାକ୍ଟ୍ରିକୁ ସିଲ କରିଦିଆଯିବ । 

ଡିଡିଏର ଭାଇସ ଚେୟାରମ୍ୟାନ, ପୋଲିସ ଆୟୁକ୍ତ ଓ ନିଗମ ଆୟୁକ୍ତଙ୍କ ସଦସ୍ୟତାରେ ଗଠନ କରାଯାଇଥିବା ସମିତି କହିଛି କି ଏହାର ପରିସରରେ ଥିବା ବିଜୁଳି ଓ ପାଣିର ଯୋଗାଯୋଗ ମଧ୍ୟ କାଟିଦିଆଯିବ । ଏକ ଅନୁମାନ ମୁତାବିକ ଜନ ଜନବସିତି ଅଂଚଳରେ ବର୍ତମାନ ମଧ୍ୟ ପାଖିାପାଖି ୫,୦୦୦ ଫ୍ୟାକ୍ଟ୍ରି ଚାଲୁଛି । କମିଟି ନିଜ ରିପୋର୍ଟରେ ଏହା ମଧ୍ୟ କହିଛି କି, ଅଗଷ୍ଟ ଶେଷ ସୁଦ୍ଧା ଏହି ଅଂଚଳରେ ଚାଲୁଥିବା ୧୫.୮୮୮ ଫ୍ୟାକ୍ଟ୍ରି ବନ୍ଦ କରିଦିଆଯାଇଛି ।

ଏହି ରିପୋର୍ଟ ଦେଖିବା ପରେ ଖଣ୍ଡପୀଠ କହିଛି କି, ଏହା ବହୁତ ଦୁଖଃର କଥା କି, ୧୪ ବର୍ଷ ବିତିଯାଇଥିଲେ ମଧ୍ୟ ରାଜଧାନୀ ଜନବସତି ଅଂଚଳରେ ଫ୍ୟକ୍ଟ୍ରିଗୁଡିକୁ ବନ୍ଦ କରାଯାଇ ପାରିନାହିଁ । ଏହି ମାମଲା ଉପରେ ଏବେ ନଭେମ୍ବର ୨୬ରେ ଶୁଣାଣି ହେବ ।                                                                                                                                                                                                                                                                                                               

Subscribe

National International State Sports Entertainment