ଚିକିତ୍ସା ନାଁରେ ଚେଙ୍କ , ସାତ ବର୍ଷର ଶିଶୁ ଗୁରୁତର
Khabar Odisha:State-Odisha-child-injured-due-to-branded
ସୁନ୍ଦରଗଡ଼, ଫେବୃଆରୀ ୧୧(ଖବର ଓଡ଼ିଶା)

: ଏକ ବିଂଶ ଶତାବ୍ଦୀରେ ମଧ୍ୟ ଲୋକଙ୍କ ମନରୁ ଯାଇନି ଅନ୍ଧ ବିଶ୍ଵାସ।  ଆଜି ବି ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ମାନବିକତାକୁ ଭୁଲି ଅନ୍ଧବିଶ୍ୱାସକୁ ନିଜର ଶ୍ରେୟ ମନେକରୁଛନ୍ତି । ଏବେ ଏହି ଅନ୍ଧ ବିଶ୍ଵାସର ଶିକାର ହୋଇଛି ଜଣେ ଶିଶୁ। ବୀରମିତ୍ରପୁରରେ ଚିକିତ୍ସା ନାଁରେ ଶିଶୁଙ୍କୁ ଚେଙ୍କ ଦିଆଯିବାରୁ ଜଣେ ଶିଶୁପୁତ୍ର ଗରୁତର ।

ଚିକିତ୍ସା ନାଁରେ ଅନ୍ଧବିଶ୍ଵାସରେ ସାତ ବର୍ଷର ଶିଶୁକୁ ୧୦ଟି ସ୍ଥାନରେ ଚେଙ୍କ ଦିଆଯାଇଛି। ଫଳରେ ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁରରେ ଜଣେ ସାତ ବର୍ଷର ଶିଶପୁତ୍ର ଗୁରୁତର ହୋଇପଡ଼ିଛି । ରକ୍ତହୀନତା ଥିବାରୁ ଶିଶୁଟିକୁ ଚିକିତ୍ସା ନ୍ୟାରେ ଚେଙ୍କ ଦିଆଯାଇଥିବା କୁହାଯାଉଛି। ଗୁରୁତର ହୋଇଥିବା ଶିଶୁକୁ ରାଉରକେଲା ସରକାରୀ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।

Subscribe

National International State Sports Entertainment