ଏପରି କିଛି ଚାଉଳ ବାବଦରେ ଜାଣନ୍ତୁ, ଯାହା ସ୍ୱାଦ, ସୁଗନ୍ଧ ଓ ସଂସ୍କୃତି ସହ ଯୋଡ଼ି ହୋଇ ରହିଛି
Khabar Odisha:Special-rice-variety-in-india
ଭୁବନେଶ୍ୱର, ଅଗଷ୍ଟ ୧୧(ଖବର ଓଡ଼ିଶା) :

ଏକଦା ଆମ ରାଜ୍ୟରେ ଶହ ଶହ ପ୍ରଜାତିର ଚାଉଳ ଉପଲବ୍ଧ ହେଉଥିଲା । ସ୍ୱାଦ, ସୁଗନ୍ଧ ଓ ସଂସ୍କୃତି ସହ ଯୋଡ଼ି ହୋଇ ରହିଥିଲା ଏହି ଶସ୍ୟ । ଆଧୁନିକତାର ପ୍ରଭାବରେ ପାରମ୍ପରିକ ଧାନ ଚାଷ ଉଜୁଡ଼ି ଯାଇଥିଲେ ହେଁ ଦେଶର ବିଭିନ୍ନ ଅଂଚଳରେ ଏବେ ଖୁବ୍ କମ୍ ଚାଷୀ କମ୍ ଜମିରେ ଏଭଳି ପ୍ରଜାତି ଧାନ ଚାଷ କରି ବିରଳ ଚାଉଳକୁ ବଂଚାଇ ରଖିଛନ୍ତି । ଧାନର ଉତ୍ପତ୍ତିସ୍ଥଳ ଭାବେ ପରିଚିତ କୋରାପୁଟ ଜିଲ୍ଲାରେ ଅମଳ ହେଉଥିବା ମାଛ କଣ୍ଟା ଚାଉଳର ସ୍ୱାଦ ଯିଏ ଥରେ ପାଇଛି ସିଏ ବାରମ୍ବାର ଏହାକୁ ଖୋଜିଛି । କଳାହାଣ୍ଡିର ବେଲମଞ୍ଜି, ମୟୂରଭଞ୍ଜର ଜାମାଇଲଡ଼ୁ, ହଳଦୀ ଗଣ୍ଠି, ବାସମତୀ ଭିନ୍ନ ଭିନ୍ନ ବ୍ୟଞ୍ଜନ ପାଇଁ ବ୍ୟବହାର ହୋଇଥାଏ ।

ମହାରାଷ୍ଟ୍ରରୁ ଅମଳ ହେଉଥିବା ଅମ୍ବେ ମୋହର ଚାଉଳ ଦେଖିବାକୁ ଛୋଟ । ଶିଘ୍ର ରୋଷେଇ ହୋଇପାରିଥାଏ । ଆମ୍ବ ବଉଳର ବାସ୍ନା ପରି ଏହି ଚାଉଳର ବାସ୍ନା । ଏହି ଚାଉଳ ଜିଆଇ ଟ୍ୟାଗ ଭୁକ୍ତ ହୋଇଛି । କେରଳର ବାୟନାଡ଼ରେ ବହୁତ କମ୍ ଚାଷୀ ଫଳାଉଥିବା ମୁଲ୍ଲନ କଜହାମା ପ୍ରଜାତି ନିଆରା ସ୍ୱାଦ ଏବଂ ସୁଗନ୍ଧ ପାଇଁ ପ୍ରସିଦ୍ଧ । ଏଥିରେ ପାୟସ ପ୍ରସ୍ତୁତ ହୋଇଥାଏ । ମାଲାବାର ବିରିୟାନୀ ହୋଇଥାଏ । ଏହି ପ୍ରଜାତିର ଚାଷ କ୍ଷେତ ବାସ୍ନାରେ ମହକୁଥାଏ । ପଶ୍ଚିମବଙ୍ଗରେ ହେଉଥିବା ଅନେକ ପ୍ରକାର ଚାଉଳ ମଧ୍ୟରୁ ଗୋବିନ୍ଦ ଭୋଗ ବିଭିନ୍ନ ପୂଜା ପାର୍ବଣ ସମୟରେ ଲୋଡ଼ା ପଡ଼େ । ଆକାରରେ ସାମାନ୍ୟ ଲମ୍ବା ଦେଖାଯାଉଥିବା ତାମିଲନାଡ଼ୁର ସିରଗା ସାମ୍ବା ଅତ୍ୟନ୍ତ ବାସ୍ନା ଯୁକ୍ତ । ପଲଉ ପ୍ରସ୍ତୁତି ପାଇଁ ଖୋଜାଯାଏ । ଡ଼ିଡ଼ିଗୁଲ ବିରିୟାନୀ ଏବଂ ଅମ୍ବୁର ବିରିୟାନୀରେ ପ୍ରୟୋଗ ହୋଇଥାଏ । 

  • Tags:

Subscribe

National International State Sports Entertainment