ବିନା ରୋଷେଇରେ ଖାଇ ହେଉଛି ଆସାମରୁ ଅମଳ ହେଉଥିବା ଏହି ଚାଉଳ, ମିଳିଛି ଜିଆଇ ଟ୍ୟାଗ୍
Khabar Odisha:Special-rice-from-assam-got-GI-tag
ନୂଆଦିଲ୍ଲୀ, ଅଗଷ୍ଟ ୧୧(ଖବର ଓଡ଼ିଶା) :

 ଆସାମର ପ୍ରାକୃତିକ ପରିବେଶରୁ ଅମଳ ହେଉଛି ଏକ ସ୍ୱତନ୍ତ୍ର ପ୍ରଜାତିର ଚାଉଳ । ଏହାର କେତେକ ନିଆରା ଗୁଣ ଓ ସ୍ୱାତନ୍ତ୍ରତା ଯୋଗୁଁ ଚାଉଳଟିକୁ ଜିଆଇ ଟ୍ୟାଗ ଭୁକ୍ତ କରାଯାଇଛି ।

ଏହି ଚାଉଳ ଅମଳ ପାଇଁ ମୁଖ୍ୟତଃ ଆସାମର ନଲବାରୀ, ବାରପେଟା, ବକ୍ସା, କାମରୁପ, ଧୁବରୀ, କୋକ୍ରାଝର ଏବଂ ଦରରଙ୍ଗର ଚାଷୀମାନେ ବିଶେଷ ଉତ୍ସାହ ପ୍ରଦର୍ଶିତ କରିଆସିଛନ୍ତି । ଏହି ଚାଉଳ ଅମଳ ପାଇଁ ଚାଷୀମାନେ ଜୁନର ତୃତୀୟ ଓ ଶେଷ ସପ୍ତାହରେ ଧାନ ବୁଣିଥାନ୍ତି । ୧୭ ଶତାବ୍ଦୀରୁ ଆସାମରେ ଏହି ପ୍ରଜାତିର ଧାନ ଚାଷ ହୋଇଆସୁଛି । ମୋଗଲ ସେନା ବିରୋଧରେ ଲଢୁଥିବା ଅହୋମ ସୈନିକମାନଙ୍କ ଏହା ମୁଖ୍ୟ ଖାଦ୍ୟ ଥିଲା ।

ଏହି ଚାଉଳ ବିଚିତ୍ର ପ୍ରକାରର । ଏହାକୁ ଖାଇବାକୁ ହେଲେ ଜାଳେଣୀ ଓ ରନ୍ଧାଯିବାର ଆବଶ୍ୟକତା ପଡ଼େନି । ଗରମ ପାଣିରେ କିଛି ସମୟ ଭିଜାଇ ଦେଲେ ଏହା ଖାଇବା ପାଇଁ ପ୍ରସ୍ତୁତ ହୋଇଯାଏ । ଏହି ଚାଉଳ ସହିତ ଦହି, ଗୁଡ଼, ଚିନି ଏବଂ ଅନ୍ୟାନ୍ୟ ଦ୍ରବ୍ୟ ମିଶାଇ ପାରମ୍ପରିକ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥାଏ ।

ରୋଷେଇ କରିବାକୁ ପଡ଼ୁନଥିବାରୁ ଏବଂ ସୁଗନ୍ଧ ତଥା ଖାଦ୍ୟ ପ୍ରାଣରେ ଭରପୁର ଥିବାରୁ ଏହି ଚାଉଳକୁ ଲୋଟସ ପ୍ରୋଗେସିଭ ସେଣ୍ଟର (ଏଲପିସି) ନାମକ ଏକ ସଂସ୍ଥା ୨୦୧୬ରେ ଜିଆଇ ଟ୍ୟାଗ ଭୁକ୍ତ କରିବା ପାଇଁ ଆବେଦନ କରିଥିଲେ । ୩ ବର୍ଷ ପରେ ଏବେ ଏହି ପ୍ରଜାତି ଜିଆଇ ଟ୍ୟାଗ ଭୁକ୍ତ ହୋଇଥିବା ଜଣାଯାଇଛି । 

  • Tags:

Subscribe

National International State Sports Entertainment