୨୧୦୦ ସୁଧା ହିମାଳୟରୁ ତରଳିଯିବ ସମସ୍ତ ଗ୍ଲେସିୟର
Khabar Odisha:Special-Odisha-glaciers-of-north-east-may-vanish-by-2100-says-study
ନୂଆଦିଲ୍ଲୀ, ଫେବୃଆରୀ ୧୧(ଖବର ଓଡ଼ିଶା)

: ଦୁନିଆରେ ଗ୍ଲୋବାଲ ୱାର୍ମିଙ୍ଗ ଏକ ମୁଖ୍ୟ ସମସ୍ୟା ପାଲଟିଛି । ଏହି କାରଣରୁ ବେଳେ ବେଳେ ଅଧିକ ଥଣ୍ଡା କିମ୍ବା କେତେବେଳେ ଅଧିକ ଗରମ ଅନୁଭୂତ ହେଉଛି । ୨୧୦ ଜଣ ବିଶେଷଜ୍ଞଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏକ ରିପୋର୍ଟ ବର୍ତମାନ ସାମନାକୁ ଆସିଛି । ଏହି ଶତାବ୍ଧୀର ଶେଷ ବେଳକୁ ହିନ୍ଦୁକୃଷ ପର୍ବତରୁ ଏକ ତୃତୀୟାଂଶ ବରଫ ତରଳିବ । ଏହି ପର୍ବତମାଳାକୁ ଏସିଆର ୱାଟର ଟାୱାର ମଧ୍ୟ କୁହାଯାଏ ।

ଗ୍ଲୋବାଲ ୱାର୍ମିଙ୍ଗ ୧.୫୦ ସେଲସିୟସରେ ସବୁଠାରୁ ଭଲ ପରିସ୍ଥିତିରେ ରହେ । ଫଳରେ ଭାରତର ପୂର୍ବତ୍ତୋର କ୍ଷେତ୍ରକୁ ନେଇ ଚିନ୍ତା ବଢିବାରେ ଲାଗିଛି । ଏହି ରିପୋର୍ଟରୁ ଜଣାପଡ଼ିଛି ଯେ ପୂର୍ବ ହିମାଳୟର ସମସ୍ତ ବରଫ ତରଳିଯିବ । ଏପରି ଗ୍ଲୋବାଲ ୱାର୍ମିଙ୍ଗ ନିୟନ୍ତ୍ରିତ ନ ହୁଏ ତେବେ ପ୍ରାୟ ୯୫ପ୍ରତିଶତ  ବରଫ ସରିଯିବ । ଗ୍ଲୋବାଲ ୱାର୍ମିଙ୍ଗ ୧.୫୦ ସେଲସିୟସ ରହିଲେ ମଧ୍ୟ ୨୧୦୦ ମସିହାରେ ଏଠାରୁ ୬୪ ପ୍ରତିଶତ ବରଫ ତରଳିଯିବ । 

ପୂର୍ବ ହରାଇବ ପଶ୍ଚିମ ପାଇବ :

ଋିପୋର୍ଟ ଅନୁସାରେ ଗୋଟିଏ ପକ୍ଷରେ ପୂର୍ବ ଭାଗର ବରଫ ତରଳିଯିବା ବେଳେ ଅନ୍ୟପକ୍ଷରେ ପଶ୍ଚିମ ହିମାଳୟରେ ବରଫର ମାତ୍ରା ଅଧିକ ହୋଇଯିବ ।ଏହା ଅଧିକ ବରଫପାତ ଯୋଗୁଁ ହୋଇପାରେ ବୋଲି ଆଶଙ୍କା ରହିଛି ।

ପ୍ରଭାବ : ବରଫ ତରଳିବା ଠିକ ନୁହେଁ । ଏହା ଫଳରେ ନଦୀର ସ୍ରୋତ ଅଧିକ ହୋଇଥାଏ । ଓ ଅନ୍ୟପକ୍ଷରେ ପାଣିର ଅସୁବିଧାରେ ସମ୍ମୁଖୀନ ହେବାକୁ ପଡ଼ିବ । ବରଫ ତରଳିଯିବ ସ୍ଥାନୀୟ ଅଂଚଳକୁ ଅଧିକ ପ୍ରଭାବ ପଡ଼ିବ । ସେଥିରୁ ବନ୍ୟା ଭଳି କିଛି ପ୍ରାକୃତିକ ବିପର୍ଯ୍ୟୟ  ଦେଖାଦେବ । 

Subscribe

National International State Sports Entertainment